୪୦ ବର୍ଷରେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇସାରିଥିଲେ ସିଦ୍ଧାର୍ଥ; ଆଗକୁ ହାତରେ ଥିଲା…

ବମ୍ବେ: ବୟସ ବା କେତେ। ମାତ୍ର ୪୦ ବର୍ଷ। ସେ କ୍ୟାରିୟରର ଏଭଳି ସମୟରେ ଥିଲେ ତାଙ୍କୁ ବିଭିନ୍ନ କାମ ପାଇଁ ଅଫର୍‌ ମିଳୁଥିଲା। ଏପରିକି ଆଗାମୀ ଦିନରେ କରିବା ପାଇଁ ହାତରେ ଏକରୁ ବଳି ଆରେକ ପ୍ରୋଜେକ୍ଟ ଥିଲା। ହେଲେ ତାହା ହୋଇପାରିଲା ନାହିଁ। ଗୁରୁବାର ସକାଳ ଦୁଃଖଦ ଖବର ନେଇ ଆସିଲା। ଆମେ କଥା ହେଉଛୁ ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ବିଷୟରେ।

ବଲିଉଡ୍‌ ସହ ଟେଲି ପରଦାର ଲୋକପ୍ରିୟ ଚେହେରା ମଧ୍ୟରୁ ଅନ୍ୟତମ ସିଦ୍ଧାର୍ଥ ନିଜର ପରିଶ୍ରମ ବଳରେ ସଫଳତାର ଶୀର୍ଷରେ ପହଞ୍ଚିପାରିଥିଲେ। ୨୦୦୮ରେ ସେ ‘ବାବୁଲ କା ଆଙ୍ଗନ ଛୁଟେନା’ରୁ ଅଭିନୟରେ ଡେବ୍ୟୁ କରିଥିଲେ। ଏହାପରେ ସେ ‘ଦିଲ୍‌ ସେ ଦିଲ୍‌ ତକ’, ‘ବାଳିକା ବଧୁ’, ଫିଅର ଫ୍ୟାକ୍ଟର: ଖତରୋ କେ ଖିଲାଡି ଏବଂ ବିଗ୍‌ବସ୍‌ ସିଜିନ୍‌ ୧୩ରେ ନଜର ଆସିଥିଲେ।

ଖୁବ୍‌ କମ୍‌ ଦିନରେ ସେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିଥିଲେ। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧.୨ ମିଲିୟନ ଡଲାର ଥିଲା। ଏହାର ଭାରତୀୟ ମୂଲ୍ୟ ୮.୮ କୋଟି ଟଙ୍କା। ଧାରାବାହିକ ଏବଂ ବିଜ୍ଞାପନରୁ ସେ ଭଲ ଆୟ କରୁଥିଲେ।

ସିଦ୍ଧାର୍ଥ ବମ୍ବେର ପୋସ୍‌ ଅଞ୍ଚଳରେ ଏକ ଘର କିଣିଥିଲେ। ତାଙ୍କ ପାଖରେ ବିଏମ୍‌ଡବ୍ଲୁ ଭଳି ଦାମୀ ଗାଡ଼ି ଥିଲା। ସେ ବାଇକ୍‌ ଚଳାଇବାକୁ ପସନ୍ଦ ମଧ୍ୟ କରୁଥିଲେ।

Share