Categories: ଫୁରସତ

କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ଏହି ଚର୍ଚ୍ଚିତ ସାମ୍ବାଦିକ: ରିପବ୍ଲିକ ଟିଭି କାରବାରରେ ରହିଛି ବଡ଼ ଅଂଶଧନ

ରିପବ୍ଲିକ୍‌ ଟିଭି ଚ୍ୟାନେଲରେ ନିଜର ତର୍କକୁ ନେଇ ଚର୍ଚ୍ଚାରେ ରହୁଛନ୍ତି ବରିଷ୍ଠ ସାମ୍ବାଦିକ ଅର୍ନବ ଗୋସ୍ବାମୀ। ତେବେ ଅର୍ନବ କେବଳ ଯେ କମ୍ପାନୀର ସମ୍ପାଦକ ତାହା ନୁହେଁ ବରଂ ଚ୍ୟାନେଲର ବଡ଼ ଭାଗ ତାଙ୍କ ପାଖରେ ରହିଛି। ଏଆର୍‌ଜି ଆଉଟ୍‌ଲାୟର ମିଡିଆ ପ୍ରାଇଭେଟ ଲିମିଟେଡ୍‌ରେ ଅର୍ନବଙ୍କ ୮୨% ଅଂଶଧନ ରହିଛି। ଉକ୍ତ କମ୍ପାନୀ ରିପବ୍ଲିକ୍‌ ଟିଭି ଏବଂ ଏଥିସହ ଜଡ଼ିତ ଅନ୍ୟ ଡିଜିଟାଲ ପ୍ଲାର୍ଟଫର୍ମର ସଞ୍ଚାଳନ କରିଆସୁଛି। ଏହାଛଡ଼ା ରିପବ୍ଲିକ ଟିଭିର ଡିଜିଟାଲ କାରବାରର ୯୯% ଅଂଶ ଅର୍ନବଙ୍କର ରହିଛି।

ଏକ ରିପୋର୍ଟ ଅନୁଯାୟୀ ରିପବ୍ଲିକ ଟିଭିର ମୋଟ ସମ୍ପତ୍ତିର ମୂଲ୍ୟ ପାଖାପାଖି ୧୨୦୦ କୋଟି। ଏଣୁ କମ୍ପାନୀର ୮୨% ଅଂଶ ଅର୍ନବଙ୍କ ପାଖରେ ରହିବାର ଅର୍ଥ ସେ ବଡ଼ ସମ୍ପତ୍ତିର ମାଲିକ ବୋଲି କହିପାରିବା।

ବର୍ତ୍ତମାନକୁ ଦେଖିଲେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅର୍ନବ ଆକ୍ରାମକ ରହୁଛନ୍ତି। ପୁଛତା ହୈ ଭାରତ ଡିବେଟ୍‌ ସମୟରେ ସେ ଅନେକ ବଡ଼ ଖୁଲାସା କରୁଛନ୍ତି। କଙ୍ଗନା ରାଣାଓ୍ବତଙ୍କଠାରୁ ଆରମ୍ଭ କରି ଅଙ୍କିତା ଲୋଖଣ୍ଡେଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସାକ୍ଷାତକାରକୁ ନେଇ ଚ୍ୟାନେଲ୍‌ ଏବେ ଟିଆର୍‌ପି ଲିଷ୍ଟରେ ଉପରେ ରହିଛି।

Share