Posted inଫୁରସତ

ଦୁର୍ଜନଙ୍କ ପାଇଁ ସମାଜ ନଷ୍ଟ ହୁଏ: ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା

ପିଲାଟି ଦିନରୁ ପୂଜାର୍ଚ୍ଚନା ଓ ବେଦପାଠ ତାଙ୍କୁ ଖୁବ୍‌ ଭଲ ଲାଗୁଥିଲା। ସ୍କୁଲ ବୟସରେ ସଂସ୍କୃତ ପଢିବା ସହ ବେଦ, ଉପନିଷଦ ଆଦି ଏକାଧିକ ପୁରାତନଶାସ୍ତ୍ର ପାଠକରି ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିବାରେ ବି ଥିଲା ଆଗ୍ରହ। ପରବର୍ତ୍ତୀ ସମୟରେ ଜୀବନରେ ଆଧ୍ୟାତ୍ମିକତାର ମୂଲ୍ୟବୋଧ, ଚରିତ୍ର ଗଠନ, ସମାଜ ସଂସ୍କାର, ପ୍ରାକୃତିକ ପରିବେଶର ମହତ୍ତ୍ୱ ଓ ତା’ର ସୁରକ୍ଷା ନିମନ୍ତେ ସାଧନା ଜାରିରଖିଛନ୍ତି। ଏଥିପାଇଁ ତାଙ୍କର ଆଚରଣ, ଉଚ୍ଚାରଣ ଓ କର୍ତ୍ତବ୍ୟରେ ତାଳମେଳ ରହିଥାଏ। ଏକାଧାରରେ ସେ ଜଣେ ଶିକ୍ଷାବିତ୍‌, ବୈଦିକ ପ୍ରଚାରକ, ଲେଖକ, କର୍ମକାଣ୍ଡ ବିଶାରଦ, ବେଦଜ୍ଞ ପଣ୍ଡିତ ତଥା ସମାଜ ମାର୍ଗଦର୍ଶକ। ତାଙ୍କର ବହୁମୁଖୀ ପ୍ରତିଭାକୁ ବିଭିନ୍ନ ଆଧ୍ୟାତ୍ମିକ, ସାମାଜିକ ଓ ଶିକ୍ଷା ଅନୁଷ୍ଠାନରୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର। ସେ ହେଲେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା। ଜନ୍ମ ୨୨ା୧୦ା୧୯୫୫ରେ । ମାତାଙ୍କ ନାମ ପାଞ୍ଚାଳି ପଣ୍ଡା, ପିତା କାଳିନ୍ଦୀ ପଣ୍ଡା। ତେବେ ବୀରେନ୍ଦ୍ରଙ୍କୁ ପିଲାଟି ଦିନରୁ ତାଙ୍କର ବଡ଼ବାପା ପଞ୍ଚାନନ ପଣ୍ଡା ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଘର ଭଦ୍ରକ ଜିଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁରରେ । କିନ୍ତୁ ଏବେ କୁଆଁସରେ ଅବସ୍ଥାନ କରୁଛନ୍ତି। ସେ କୁହନ୍ତି,‘ମା, ବାପାଙ୍କର ଆମେ ୨ପୁଅ ଓ ଗୋଟିଏ ଝିଅ । ମୁଁ ସାନ ପୁଅ। ବାପା ଗାଁରେ ପୁରୋହିତି କାମ କରୁଥିଲେ । ମୋର ପ୍ରାଥମିକ ଶିକ୍ଷା ବିଦ୍ୟାଧରପୁର ପ୍ରାଥମିକ ସ୍କୁଲରେ ଆରମ୍ଭ ହୋଇଥିଲା। ଏହା ପରେ ତିହିଡ଼ିରେ ୭ମ ପଢ଼ାସାରି ଭଦ୍ରକ ଦାମୋଦର ସଂସ୍କୃତ ବିଦ୍ୟାଳୟରେ ୧୯୭୬ରେ ସଂସ୍କୃତରେ ଶାସ୍ତ୍ରୀ ପାସ୍‌ କଲି। ବେଦ ସମ୍ପର୍କରେ ଜାଣିବା ଓ ବେଦ ପଢିବା ନିମନ୍ତେ ୧୯୮୪ରେ ଗୁରୁକୁଳ ବେଦବ୍ୟାସ ପୀଠ ରାଉରକେଲାରେ ପହଞ୍ଚିଥିଲି। ସେଠାରେ ସ୍ବାମୀ ପ୍ରଣବାନନ୍ଦ ସରସ୍ବତୀ ( ଗୁରୁଜୀ)ଙ୍କ ବେଦଶାଳାରେ ବୈଦିକ ଶାସ୍ତ୍ର ଶିକ୍ଷା ଲାଭକଲି। ପରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଦ୍ୟାଳୟରେ ପ୍ରଧାନ ଆଚାର୍ଯ୍ୟଭାବେ କାର୍ଯ୍ୟ ତୁଲାଇଥିଲି। ୧୯୯୯ ବେଳକୁ ଏହି ଶିକ୍ଷାନୁଷ୍ଠାନଟି ଏକ ମହାବିଦ୍ୟାଳୟରେ ପରିଣତ ହେଲା। ସେଠାରେ ଅଧ୍ୟକ୍ଷଭାବେ ଯୋଗଦେଲି। ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ପ୍ରାୟ ୩୦ ବର୍ଷଧରି ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଛି। ଦୀର୍ଘ ୪୦ବର୍ଷଧରି ବୈଦିକ ବିଚାର ଉପରେ ଜନସାଧାରଣଙ୍କୁ ଶିକ୍ଷା ପ୍ରଦାନ କରିଆସୁଛି।’ ଏହାଛଡ଼ା ପଣ୍ଡିତ ବୀରେନ୍ଦ୍ର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବେଦର ପ୍ରଚାରକାର୍ଯ୍ୟ କରିବାସହ ଆଧ୍ୟାତ୍ମିକ ପତ୍ରିକା ବେଦ ପୀୟୂଷର ପ୍ରାୟ ୩୨ବର୍ଷଧରି ସମ୍ପାଦନା କରିଆସୁଛନ୍ତି। ସେ ରଚନା କରିଥିବା ପୁସ୍ତକ ମଧ୍ୟରେ- ‘ବେଦରେ ଏକଶତ ସିଦ୍ଧାନ୍ତ’, ‘ବୈଦିକ ଧର୍ମ ମୀମାଂସା’, ‘ସ୍ବାର୍ଥରୁ ପରମାର୍ଥ’, ‘ଶ୍ରାଦ୍ଧ ଓ ତର୍ପଣ’, ‘ସଂକ୍ଷିପ୍ତ ମନୁଶ୍ରୁତି’, ‘ସୁଖୀପରିବାର’, ‘ଶ୍ରୁତିବୈଭବ’, ‘ଆଧ୍ୟାତ୍ମିକ ଗଳ୍ପମାଳା’ ଆଦି ପୁସ୍ତକ ରହିଛି।୨୦୧୩ ମସିହାଠାରୁ କେତୋଟି ଘରୋଇ ଟି.ଭି. ଚ୍ୟାନେଲରେ ବିଭିନ୍ନ ସକାରାତ୍ମକ ତଥା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଶାସ୍ତ୍ର ଉପନିଷଦକୁ ଆଧାରକରି ବିଭିନ୍ନ ଘଟଣାର ଅବତାରଣା କରି ଲୋକଙ୍କୁ ସତ୍‌ମାର୍ଗରେ ଯିବା ସହ ନାନାସମସ୍ୟା ସମାଧାନର ବାଟ ବତାଇଥାନ୍ତି। ସେ କୁହନ୍ତି, ‘କେବଳ ନୀତିକଥା ଲୋକଙ୍କ ମନକୁ ଛୁଇଁପାରେନା। ଲୋକଙ୍କୁ ତାଙ୍କରି ଭାଷାରେ କହିଲେ ସେମାନେ ଠିକ୍‌ ବୁଝିପାରିବେ। ବକ୍ତାଟିଏ ଶ୍ରୋତାଙ୍କ ହୃଦୟକୁ ସେତେବେଳେ ଛୁଇଁବ, ଯେତେବେଳେ ପ୍ରୀତିପୂର୍ବକ ବାଣୀ ଶୁଣିବ। କାରଣ ମଣିଷ ସବୁଠାରୁ ଶ୍ରେଷ୍ଠପ୍ରାଣୀ। ମୋର ଉଦ୍ଦେଶ୍ୟ ସମସ୍ତ ମଣିଷ ନିଜନିଜ ଭିତରେ ସ୍ବାର୍ଥକୁ ଭୁଲିଯାଆନ୍ତୁ। ଯେମିତି ପରମାତ୍ମା ସମସ୍ତଙ୍କ ପାଇଁ ସମାନ । ଭଲମଣିଷ ହେବାସହ ପରସ୍ପରକୁ ଭଲ ପାଇଲେ ସମାଜର ପରିବର୍ତ୍ତନ ହୋଇପାରିବ ବୋଲି ମୁଁ ବିଶ୍ୱାସ କରେ। ଏଥିପାଇଁ ଇଚ୍ଛାଶକ୍ତି ନିହାତି ଦରକାର। ଯେଉଁ ଦେଶରେ ଅପୂଜ୍ୟମାନେ ପୂଜା ପାଇବେ ଏବଂ ପୂଜ୍ୟମାନେ ବଞ୍ଚିତ ହେବେ ସେଠାରେ ଜ୍ଞାନ, ଧର୍ମ, ଭକ୍ତି ଓ ସୁଚରିତ୍ର ନଷ୍ଟ ହେବ। ସେଥିପାଇଁ ସମାଜ ଯଦି ନଷ୍ଟ ହେଉଛି ବୋଲି କୁହାଯିବ ତେବେ ତାହା ନିଷ୍କ୍ରିୟ ସଜ୍ଜନ ଓ ସକ୍ରିୟ ଦୁର୍ଜନଙ୍କ ପାଇଁ ଘଟିଥାଏ। କିନ୍ତୁ ଯେଉଁଦିନ ବିଦ୍ୱାନ୍‌ମାନଙ୍କର ସମ୍ମାନ ବଢିବ ସେଦିନ ଦେଶରୁ ଭ୍ରଷ୍ଟାଚାର ଚାଲିଯିବ। ମୋ ଭାବନାରେ ଧର୍ମ କହିଲେ ମାନବ ଧର୍ମ । ଜ୍ଞାନପୂର୍ବକ ଧର୍ମ । ଧର୍ମର ମୂଳ ଉତ୍ସ ବେଦ । ତେବେ ବେଦ ମାର୍ଗକୁ ଗଲେ ଜାଣିପାରିବା ପ୍ରକୃତ ସତ୍ୟ, ଧର୍ମ ଓ ଈଶ୍ୱରଙ୍କୁ। ଈଶ୍ୱର ଏକ, ନାମ ଅନେକ- ପଥ ବହୁତ। ଆଜିକାଲି ପ୍ରଲୋଭନ ପ୍ରବଚନ ଦ୍ୱାରା ଅନେକେ ଅବାଟକୁ ଯାଉଛନ୍ତି । ଭାରତୀୟ ପୁରାତନ ଗ୍ରନ୍ଥରେ ବହୁ ନୀତିଶିକ୍ଷା ରହିଛି। ଏଥିପାଇଁ ମୌଳିକ ପରିବର୍ତ୍ତନର ପ୍ରବଚନ ଦରକାର। ଏହାଦ୍ୱାରା ନୈତିକ, ଆଧ୍ୟାତ୍ମିକ, ଚାରିତ୍ରିକ ଗଠନ ହୋଇପାରିବ। ଯେଉଁଥିରୁ ପିତୃଭକ୍ତି, ମାତୃଭକ୍ତି, ଦେଶଭକ୍ତି, ଗୁରୁଭକ୍ତି ଶିକ୍ଷା ମିଳିବ। ତେବେ ବିଦ୍ୟାଳୟଗୁଡ଼ିକରେ କେବଳ ପାଠ୍ୟଖସଡ଼ାର କୋର୍ସ ପଢ଼ା ନ ଯାଇ ତା’ ଭିତରେ ଉତ୍ତମ ଚରିତ୍ରବାନ୍‌ ଛାତ୍ରୀଛାତ୍ର ତିଆରି ନିମନ୍ତେ ଭାରତୀୟ ସଂସ୍କୃତିର ମହାନ୍‌ ମନୀଷୀମାନଙ୍କ ଚରିତ୍ର ତଥା ଜୀବନୀର ଚିନ୍ତନକୁ ନେଇ ଶ୍ରେଣୀରେ ନୈତିକ ଶିକ୍ଷା ଦେବାର ଆବଶ୍ୟକତା ରହିଛି। ଧୈର୍ଯ୍ୟ, ସହନଶୀଳତା ପରୋପକାର ପାଇଁ ପ୍ରେରଣା ମିଳିବ। ତାହା ଛାତ୍ର ଜୀବନରୁ ହିଁ ଗ୍ରହଣ କରିବା ଉଚିତ। ମଣିଷ ଭାଗ୍ୟ ଅପେକ୍ଷା କର୍ମକୁ ଗୁରୁତ୍ୱ ଦେବା ଉଚିତ । କାରଣ ମଣିଷ କର୍ମପ୍ରବଣ ହେଲେ ଭାଗ୍ୟ ଅପେକ୍ଷା କର୍ମର ଗୁରୁତ୍ୱ ବଢିଯାଏ। କଥାରେ ଅଛି ”ଉତ୍ତମ ସଙ୍ଗେ ସଙ୍ଗ ଯାର ସେ କରେ ଉତ୍ତମ ବେଭାର, ଦୁର୍ଜନ ସଙ୍ଗେକଲେ ବାସ ଘଟିବ ଜାଣ ସର୍ବନାଶ।“ ଏମିତି ଅନେକ ଲୋକକଥା ଓ ହିତ ଉପଦେଶ ଆମ ସମାଜରେ ପ୍ରଚଳିତ। କୁହାଯାଏ ପରିବେଶ ଓ ପରିସ୍ଥିତି ବ୍ୟକ୍ତିର ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ। ତେବେ ଶୃଙ୍ଖଳିତ ଜୀବନ ଓ ମଣିଷପଣିଆ ବ୍ୟକ୍ତିକୁ ଆଗକୁ ବଢ଼ାଇଥାଏ। ଯିଏ ଯେତେ ବଡ଼ ପଦପଦବୀରେ ରହିଲେ ବି କେବେ କାହାରିକୁ ଠକିବା ନାହିଁ କି ଅନ୍ୟଠାରୁ କିଛି ଆଶା ରଖିବା ନାହିଁ ଁ । ନିଜ କର୍ତ୍ତବ୍ୟକୁ ଠିକ୍‌ରେ ପାଳନ କରିବା । କାହାରିକୁ ସେବାକରିବାରେ କେହିକିଛି ଯଦି ଉପକୃତ ହେଉଛନ୍ତି ତାହା ଈଶ୍ୱରଙ୍କ ନିର୍ଦ୍ଦେଶ ବୋଲି ଭାବିବା ଉଚିତ। ସମାଜରେ ପିଲାମାନଙ୍କୁ ନୈତିକ, ବୈଦିକ ଓ ଚାରିତ୍ରିକ ଶିକ୍ଷା ଦେବା ନିମନ୍ତେ ଖୋର୍ଦ୍ଧାର ପରିଚ୍ଛଳ ଗ୍ରାମରେ ଦୟାନନ୍ଦ ଆଦର୍ଶ ଗୁରୁକୁଳର ସଂସ୍ଥାପକଭାବେ କାଯର୍‌ୟ କରୁଛି। ଏବେ ମୋର ପରିବାର କହିଲେ ୨ଝିଅ, ଗୋଟିଏ ପୁଅ, ସ୍ତ୍ରୀ ସରୋଜିନୀଙ୍କୁ ନେଇ ଛୋଟ ସଂସାର।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri