Categories: ଖେଳ

ପରିବାରର ବିରୋଧ ସତ୍ତ୍ୱେ ବିକିନି ପିନ୍ଧିଥିଲେ ଏହି ମହିଳା ଆଥଲେଟ୍‌: ହରଭଜନଙ୍କୁ କାନ୍ଧରେ ଉଠାଇ ଦେଖାଇଥିଲେ ଦମ୍‌

ନୂଆଦିଲ୍ଲୀ,୧୬।୯: ଏମ୍‌ଟିବି ରୋଡିଜ୍‌ ରାଇଜିଂ-୧୪ ଜିତି ଚର୍ଚ୍ଚାକୁ ଆସିଥିଲେ ହରିୟାଣାର ଶ୍ୱେତା ମେହତା। ଉକ୍ତ ଶୋ’ରେ ଖ୍ୟାତନାମା କ୍ରିକେଟର ହରଭଜନ ସିଂହଙ୍କୁ କାନ୍ଧରେ ଉଠାଇ ନେଇଥିଲେ ସେ। ଏହାପରେ ସେ ଗଣମାଧ୍ୟମର ଶିରୋନାମା ପାଲଟିଥିଲେ। ରୋଡିଜ୍‌ରେ ହରଭଜନଙ୍କ କାନ୍ଧରେ ଉଠାଇବା ପରେ ମୁଖ୍ୟ ରାଉଣ୍ଡକୁ ଚୟନ ହୋଇଥିଲେ ସେ।

ତେବେ ରାଜ୍ୟର ଫତେହାବାଦରେ ଶ୍ୱେତାଙ୍କ ଘର। ସେ ରୋଡିଜ୍‌ ସହ ଅନେକ ଫିଟ୍‌ନେସ୍‌ ଚାମ୍ପିଅନଶିପ୍‌ ଜିତି ସାରିଛନ୍ତି। ୨୦୧୬ରେ ଜେରାଇ ଓମ୍ୟାନ୍‌ ଫିଟନେସ୍‌ ମଡେଲ ଚାମ୍ପିଅନ୍‌ଶିପ୍‌ ଜିତିଥିଲେ ସେ। ଏବେ ତାଙ୍କୁ ବିଶ୍ୱର ଫିଟ୍‌ ଆଥଲେଟ୍‌ ଭାବେ ତାଙ୍କୁ ଗଣାଯାଏ।

ଶ୍ୱେତା ପେସାରେ ଜଣେ ଇଞ୍ଜିନିୟର। ପାଠପଢ଼ା ସରିବା ପରେ ଚାକିରି କରିବା ଲାଗି ସେ ବାଙ୍ଗାଲୋର ଚାଲିଯାଇଥିଲେ। ୫ ବର୍ଷ ଧରି ସେ ଚାକିରି ମଧ୍ୟ କରିଥିଲେ। ପରେ ସେ ଫିଟ୍‌ନେସ୍‌ ପ୍ରତି ଆକୃଷ୍ଟ ହୋଇଥିଲେ। ପରେ ସେ ୭୦ ହଜାର ଟଙ୍କାର ଚାକିରି ଛାଡ଼ି ଫିଟନେସ୍‌ ଜଗତରେ ନାମ କମାଇବାକୁ ଚାଲି ଆସିଥିଲେ। ପରିବାରଲୋକେ ପ୍ରଥମେ କିନ୍ତୁ ଏହାକୁ ଗ୍ରହଣ କରି ନ ଥିଲେ। ହେଲେ ପରେ ହଁ ଭରିଥିଲେ।

ବଡି ବିଲ୍ଡିଂ କରିବାକୁ ହେଲେ ବିକିନି ପିନ୍ଧିବା ଅନିବାର୍ଯ୍ୟ ଥିଲା। ଏନେଇ ପରିବାରଲୋକେ ମଧ୍ୟ ରାଜି ହୋଇ ନ ଥିଲେ। ହେଲେ ତାକୁ ଭ୍ରୁକ୍ଷେପ ନ କରି ସେ ବିକିନି ପିନ୍ଧିବାର ନିଷ୍ପତ୍ତି ନେଇଥିଲେ। ଏଥିସହ ଖାଇବା ପିଇବା ପ୍ରତି ଧ୍ୟାନ ଦେଇଥିଲେ। ଏବେ ସେ ଦୁନିଆର ଜଣେ ଲୋକପ୍ରିୟ ଆଥଲେଟ୍‌ ପାଲଟିଛନ୍ତି। ଇନ୍‌ଷ୍ଟାରେ ତାଙ୍କର ୪ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଫିଟ୍‌ନେସ୍‌ ସମ୍ପର୍କିତ ଭିଡିଓ ସବୁବେଳେ ସେ ପୋଷ୍ଟ କରିଥାନ୍ତି।

Share