Categories: ଫୁରସତ

ହ୍ୟାଣ୍ଡ ସିମ୍ବଲ ; କିଛି କଥା

ଆଙ୍ଗୁଠିରେ କେତେକ ମୁଦ୍ରାକୁ ଆମେ ବର୍ତ୍ତମାନ ବିଭିନ୍ନ ସିମ୍ବଲ ଭାବେ ବ୍ୟବହାର କରୁଛେ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏସବୁ ଏବେର ନୁହେଁ ବରଂ ବହୁ ପୁରୁଣା ଦିନରୁ ପ୍ରଚଳିତ ହୋଇଆସୁଛି …

ଥମ୍ବସ୍‌ ଅପ୍‌: କାହାରି ଭଲ ପ୍ରଦର୍ଶନରେ ସାଧାରଣତଃ ଆମେ ଥମ୍ବସ୍‌ ଅପ୍‌ କରିଥାଉ। ଏହାକୁ ସ୍ବୀକୃତିର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ। ଫେସ୍‌ବୁକ୍‌ରେ ମଧ୍ୟ ଲାଇକ୍‌ ସିମ୍ବଲ ଭାବେ ଏହା ବହୁ ପ୍ରଚଳିତ। ହେଲେ ଆପଣ ଜାଣନ୍ତି କି ଏହା ଆରମ୍ଭ ହେବା ପଛର କାହାଣୀ। ବହୁ ପୁରାତନ କାଳରେ ରୋମ୍‌ରେ ଅନେକ ସମୟରେ ମଲ୍ଲଯୁଦ୍ଧ ହେଉଥିଲା। ଏହାକୁ ଦର୍ଶକେ ମନଭରି ଉପଭୋଗ କରୁଥିଲେ। ଆଉ ଯୁଦ୍ଧରେ ହାରୁଥିବା ଯୋଦ୍ଧାକୁ ମୃତ୍ୟୁ କିମ୍ବା ଛାଡ଼ ଦେବା ଲାଗି ଜିତୁଥିବା ଯୋଦ୍ଧାକୁ ବୁଢ଼ା ଆଙ୍ଗୁଠିରେ ଉପରକୁ କିମ୍ବା ହାରୁଥିବା ବ୍ୟକ୍ତି ତଳକୁ ବା ଥମ୍ବସ୍‌ ଅପ୍‌ କିମ୍ବା ଥମ୍ବସ୍‌ ଡାଉନ୍‌ କରି ମତ ଜଣାଉଥିଲେ।

ଫିଙ୍ଗର କ୍ରସ୍‌: ମନରେ କିଛି ଓ୍ବିଶ୍‌ ଥିଲେ ଅବା କୌଣସି ଭଲ ଖବର କିମ୍ବା ପରୀକ୍ଷା, ଇଣ୍ଟରଭ୍ୟୁ ଆଦିର ରେଜଲ୍ଟ ଆଦି ଶୁଣିବାର ଥିଲେ ଅନେକଙ୍କୁ ହାତର ବିଶି ଏବଂ ମଧ୍ୟମ ଆଙ୍ଗୁଠିକୁ ଛନ୍ଦିଥିବା ବା ଫିଙ୍ଗର କ୍ରସ୍‌ କରିଥିବା ଦେଖିବାକୁ ମିଳେ। ଏହାଦ୍ୱାରା ଖବର ଶୁଭ ହୁଏ ବା ସୌଭାଗ୍ୟ ପ୍ରାପ୍ତିହୁଏ ବୋଲି ବିଶ୍ୱାସ କରାଯାଏ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ପ୍ରଥା ଖ୍ରୀଷ୍ଟଯୁଗ ଆରମ୍ଭ ପୂର୍ବରୁ ଚଳିଆସୁଛି। ହେଲେ ତଫାତ୍‌ ଏତିକି ସେ

ସମୟରେ ଦୁଇଜଣ ନିଜର ବିଶି ଆଙ୍ଗୁଠି ପରସ୍ପର ଛନ୍ଦି କୌଣସି କାମନା କରୁଥିଲେ। ସେ ସମୟରେ ବିଶ୍ୱାସ କରାଯାଉଥିଲା ଯେ, ଦୁଇ ଆଙ୍ଗୁଳି ଛନ୍ଦିବା ସ୍ଥାନ ହେଉଛି ପୁଣ୍ୟାତ୍ମାଙ୍କ ଆବାସସ୍ଥଳ। ତେଣୁ ସେ ସମସ୍ତ ରିଷ୍ଟ ଖଣ୍ଡନକରି ଶୁଭଫଳ ଦେବେ। ଧୀରେ ଧୀରେ ଏହା ଦୁଇଜଣଙ୍କ ବଦଳରେ ଜଣଙ୍କଠାରେ ହିଁ ସୀମିତ ହୋଇଗଲା ଏବଂ ଜଣଙ୍କ ମନ କାମନା ପୂର୍ଣ୍ଣ ଲାଗି ନିଜର ଫିଙ୍ଗର କ୍ରସ୍‌ କଲେ।

ଭି’ ସାଇନ୍‌: ପ୍ରତିଯୋଗିତାରେ କୌଣସି ବିଜେତାଙ୍କୁ ନିଜ ହାତର କେବଳ ବିଶି ଏବଂ ମଧ୍ୟମ ଆଙ୍ଗୁଠି ଉପରକୁ କରି ବା ଭି’ ସିମ୍ବଲ୍‌ ଦେଖାଇ ଖୁସି ମନାଉଥିବା ଦେଖିବାକୁ ମିଳେ। ଭି’ ସିମ୍ବଲ୍‌ର ଅର୍ଥ ଭିକ୍ଟୋରୀ ବା ବିଜୟ। ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜଣେ ବେଲ୍‌ଜିଆନ୍‌ ରାଷ୍ଟ୍ରନେତା ବିବିସି ରେଡିଓ ମାଧ୍ୟମରେ ଜନସାଧାରଣଙ୍କୁ ହାତରେ ଏପରି ଭି’ କରିବାକୁ ଅନୁରୋଧ କରିଥିଲେ। ଏହାର ଅର୍ଥ ଫ୍ରେଞ୍ଚରେ ଭିକ୍ଟୋରୀ ବା ବିଜୟ ହୋଇଥିବା ବେଳେ ଡଚ୍‌ରେ ଭ୍ରିଝେଡ୍‌ ଅର୍ଥାତ୍‌ ମୁକ୍ତି। ସେବେଠୁ ଏହି ସିମ୍ବଲ ବହୁଳ ଭାବେ ବ୍ୟବହାର କରାଯାଇ ଆସୁଛି।

Share