Posted inଫୁରସତ

ଆମେରିକା ହ୍ବାଇଟ୍‌ ହାଉସ୍‌ କିଚେନ୍‌: ରାଷ୍ଟ୍ରପତି ବଦଳିଲେ ବଦଳେ ମେନୁ

ଓ୍ବାଶିଂଟନ୍‌: ସରିଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ବାଜି ମାରିଛନ୍ତି ଡେମୋକ୍ରାଟିକ୍‌ ପାର୍ଟିର ନେତା ଜୋ ବାଇଡେନ୍‌। ନବନିଯୁକ୍ତ ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ହ୍ବାଇଟ୍‌ ହାଉସ୍‌ । ସୁରକ୍ଷା ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଆମେରିକାର ରାଷ୍ଟ୍ରପତି ଭବନକୁ ସର୍ବାଗ୍ରେ ରଖିଥିବାବେଳେ ଏହାର ପରିସରରେ ଥିବା ସୁବ୍ୟବସ୍ଥିତ ପାକଶାଳା ମଧ୍ୟ କିଛି କମ୍‌ ନୁହେଁ । ରାଷ୍ଟ୍ରପତି, ତାଙ୍କ ପରିବାର ସଦସ୍ୟ ଏବଂ ଏଠାକୁ ଆସୁଥିବା ଅତିଥିଙ୍କ ଲାଗି ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରିବାକୁ ଏହି କିଚେନରେ ରହିଛି ସମସ୍ତ ସୁବିଧା।

ଆମେରିକା ରାଷ୍ଟ୍ରପତି ଭବନ ‘ହ୍ବାଇଟ୍‌ ହାଉସ୍‌’କୁ ବିଶ୍ୱର ସବୁଠାରୁ ସୁରକ୍ଷିତ ସୌଧର ମାନ୍ୟତା ମିଳିଛି। ୬ ମହଲା ବିଶିଷ୍ଟ ଏହି କୋଠା ୫୫,୦୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ପରିବ୍ୟାପ୍ତ। ଆମେରିକାର କ୍ଷମତା କେନ୍ଦ୍ରସ୍ଥଳ ଭାବେ ପରିଚିତ ଏହି ଭବ୍ୟ ଅଟ୍ଟାଳିକାରେ ରୁହନ୍ତି ଦେଶର ପ୍ରଥମ ପରିବାର। ଆମେରିକା ରାଷ୍ଟ୍ରପତିଙ୍କ ଅଫିସ କାର୍ଯ୍ୟ ମଧ୍ୟ ଏଠାରୁ ପରିଚାଳିତ ହୋଇଥାଏ।
ହ୍ବାଇଟ୍‌ ହାଉସ୍‌ରେ ଦୁଇଟି କାମ ୨୪ ଘଣ୍ଟା ଅନବରତ ଚାଲିଥାଏ। ଗୋଟିଏ ହାଉସ୍‌ କିପିଂ ଏବଂ ଅନ୍ୟଟି ପାକଶାଳା ପରିଚାଳନା। କର୍ମଚାରୀମାନେ ଲଗାତର ସେବା ପ୍ରଦାନ କରିଥାନ୍ତି। ତେବେ ରୋଷେଇ ଘର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ସ୍ଥାନରୁ ରାଷ୍ଟ୍ରପତି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଲାଗି ଖାଦ୍ୟପେୟ ପ୍ରସ୍ତୁତ ହୋଇଥାଏ। ବିଭିନ୍ନ ସମୟରେ ଅନ୍ୟ ରାଷ୍ଟ୍ରରୁ ଆସୁଥିବା ରାଷ୍ଟ୍ରମୁଖ୍ୟଙ୍କ ମନପସନ୍ଦର ଭୋଜନ ଏବଂ ଗୁରୁତ୍ୱପୂର୍ଣ୍ଣ ମିଟିଂ ଲାଗି ଖାଦ୍ୟପଦାର୍ଥ ମଧ୍ୟ ଏଠାରେ ପ୍ରସ୍ତୁତ ହୋଇଥାଏ।

ରୋଷେଇ ଘର ଦାୟିତ୍ୱରେ ଥିବା କର୍ମଚାରୀମାନେ ଖାଦ୍ୟ ତିଆରି କରିବାଠାରୁ ପରଷିବା ଯାଏ ସମସ୍ତ କାର୍ଯ୍ୟ କରିଥାନ୍ତି। ସାଧାରଣତଃ ରାଷ୍ଟ୍ରପତିଙ୍କ ସ୍ତ୍ରୀ ପାକଶାଳା କାର୍ଯ୍ୟରେ ହସ୍ତକ୍ଷେପ କରିଥାନ୍ତି। ଅନ୍ୟ କେତେଜଣ ଏଥିରୁ ଦୂରେଇ ରୁହନ୍ତି। ଉଦାହରଣ ସ୍ବରୂପ, ଆମେରିକାର ୩୪ତମ ରାଷ୍ଟ୍ରପତି ଡାଇଟ୍‌ ଡି. ଆଇସେନଓ୍ବେରଙ୍କ ସ୍ତ୍ରୀ ମେମି ହ୍ବାଇଟ୍‌ ହାଉସ୍‌ କିଚେନ୍‌ରେ ବେଶ୍‌ ସକ୍ରିୟ ରହୁଥିଲେ। ତେବେ ବର୍ତ୍ତମାନର ରାଷ୍ଟ୍ରପତିଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ୍‌ ପାକଶାଳା କାର୍ଯ୍ୟରେ ଦଖଲ ଦେଉ ନ ଥିଲେ।

ହ୍ବାଇଟ୍‌ ହାଉସ୍‌ର ୧୩୨ ପ୍ରକୋଷ୍ଠ ମଧ୍ୟରୁ ୩ଟିରେ ରୋଷେଇ ବ୍ୟବସ୍ଥା ରହିଛି। ଏହି କିଚେନ୍‌ କୌଣସି ସମୟରେ ୧୪୦ଜଣ ଅତିଥିଙ୍କ ଲାଗି ଖାଦ୍ୟ ପରସିବାର କ୍ଷମତା ରଖେ। ଆବଶ୍ୟକ ସମୟରେ ଏଠାରେ ୧୦୦୦ ଲୋକଙ୍କ ଲାଗି ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇପାରିବ। ହେଲେ ଏଥିଲାଗି ପୂର୍ବରୁ ରୋଷେଇଶାଳାର ମୁଖିଆଙ୍କୁ ସୂଚିତ କରିବାକୁ ପଡ଼ିଥାଏ। ମୁଖ୍ୟ ପାକଶାଳାକୁ ବାଦ୍‌ ଦେଲେ ପେଷ୍ଟ୍ରି କିଚେନ ଏବଂ ଫ୍ୟାମିଲି କିଚେନ ମଧ୍ୟ ଅଛି। ଏଠାରେ ସକାଳ ଜଳଖିଆ ପ୍ରସ୍ତୁତ କରାଯାଇଥାଏ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସହ କିଚେନ ପ୍ରତ୍ୟକ୍ଷ ଭାବେ ସମ୍ପର୍କିତ। ରାଷ୍ଟ୍ରପତିଙ୍କ ଅଫିସରେ ଏକ ବଟନ୍‌ ଥାଏ। ଏହାକୁ ଦବାଇ ସେ ନିଜ ଇଚ୍ଛା ଅନୁଯାୟୀ ଖାଦ୍ୟପାନୀୟ ଅର୍ଡର କରିଥାନ୍ତି। ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ୍‌ ବଟନ ଦବାଇ ଅଧିକାଂଶ ସମୟରେ ଫ୍ରେଶ କୋକ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଗରମ ଚା ଅର୍ଡର କରୁଥିଲେ।

ସୁରକ୍ଷା ଦୃଷ୍ଟିରୁ ଖାଦ୍ୟ ପରିବେଷଣ ପୂର୍ବରୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଥାଏ। ହ୍ବାଇଟ୍‌ ହାଉସ୍‌ ପରିସରକୁ କୌଣସି ବାହାର ଖାଦ୍ୟ ପ୍ରବେଶ କରିବା ଉପରେ କଟକଣା ଜାରି କରାଯାଇଛି। ରାଷ୍ଟ୍ରପତି କିମ୍ବା ତାଙ୍କର ପରିବାର ସଦସ୍ୟ ବ୍ୟକ୍ତିଗତ କାର୍ଯ୍ୟରେ ପାକଶାଳା ବ୍ୟବହାର କଲେ କିମ୍ବା ପାର୍ଟି କଲେ, ଏହାର ଖର୍ଚ୍ଚ ନିଜ ପକେଟରୁ ଦେବାକୁ ପଡ଼ିଥାଏ। ଅନେକ ସମୟରେ ଖୁବ୍‌ କମ୍‌ ସମୟରେ ପାକଶାଳା କର୍ମଚାରୀଙ୍କୁ ଏକା ସଙ୍ଗରେ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିବାକୁ ପଡ଼େ। ତଥାପି ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି।

ମୁଖ୍ୟ ଶେଫ୍‌ ଏସୀୟ
ଆମେରିକାର ରାଷ୍ଟ୍ରପତିଙ୍କ ପଦବୀ ଯେତେ ଗୁରୁତ୍ୱପୂର୍ଣ୍ଣ ସେତିକି ତାଙ୍କର ଖାଦ୍ୟପେୟ। ଏଠାରେ ନିୟୋଜିତ ରୋଷେୟା ସମସ୍ତ ପ୍ରକାର ପାକ ପ୍ରସ୍ତୁତିରେ ଧୁରୀଣ। କ୍ରିଷ୍ଟେଟା କମରଫୋର୍ଡ ୧୪ ବର୍ଷ ଧରି ହ୍ବାଇଟ୍‌ ହାଉସ୍‌ର ଏକ୍‌ଜିକ୍ୟୁଟିଭ୍‌ ଶେଫ୍‌ ଅଛନ୍ତି। ତାଙ୍କ ଘର ଫିଲିଫାଇନ୍ସରେ। ଅର୍ଥାତ୍‌ ତାଙ୍କ ସମ୍ପର୍କ ଏସିଆ ମହାଦେଶ ସହ ଅଛି। ୧୯୮୫ରେ ମାତ୍ର ୨୩ ବର୍ଷ ବୟସରେ ସେ ଫିଲିପାଇନ୍ସରୁ ଆମେରିକା ଚାଲିଯାଇଥିଲେ। କିଚେନରେ ପିଢ଼ି ପରେ ପିଢ଼ି ଧରି ଅନେକେ କାମ କରୁଛନ୍ତି। ଏଠାରେ କାହାରିକୁ ସିଧାସଳଖ ଚାକିରି ମିଳେନାହିଁ। ଷ୍ଟାଫ୍‌ ମେମ୍ବର୍ସଙ୍କ ସୁପାରିସ କ୍ରମେ ହିଁ ଏଠାରେ ଜଣକୁ ନିଯୁକ୍ତି ମିଳିଥାଏ।

ରାଷ୍ଟ୍ରପତି ବଦଳିଲେ ବଦଳେ ମେନୁ
ପ୍ରତି ୪ବର୍ଷରେ ଥରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୁଏ। ନିର୍ବାଚନରେ ପଟ୍ଟ ପରିବର୍ତ୍ତନ ହେଲେ ସ୍ବତଃ ବଦଳିଯାଇଥାଏ ହ୍ବାଇଟ୍‌ ହାଉସ୍‌ ମେନୁ। ପାରମ୍ପରିକ ନିୟମ ଅନୁଯାୟୀ ନବନିର୍ବାଚିତ ରାଷ୍ଟ୍ରପତି ଜାନୁୟାରୀ ୨୦ରେ ଦାୟିତ୍ୱ ଗ୍ରହଣ କରିବା ସହ ହ୍ବାଇଟ୍‌ ହାଉସ୍‌ରେ ପ୍ରବେଶ କରିଥାନ୍ତି। ଏହିଦିନ ପାକଶାଳା କର୍ମଚାରୀଙ୍କୁ ତର ନ ଥାଏ। କାରଣ ସେମାନଙ୍କୁ ପ୍ରଥମାର୍ଦ୍ଧରେ ବିଦାୟୀ ରାଷ୍ଟ୍ରପତିଙ୍କ ମନମୁତାବକ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡ଼େ। ହେଲେ ଏହାର ୬ ଘଣ୍ଟା ପରେ ନୂତନ ରାଷ୍ଟ୍ରପତି ଇଚ୍ଛା ଅନୁଯାୟୀ ବ୍ୟଞ୍ଜନ ପରଷିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri