ରାଶି ଅନୁଯାୟୀ ଜାଣନ୍ତୁ ‘ଲଭ୍‌ ଲାଇଫ୍‌’: କାହାକୁ ମିଳେ ଧୋକା? କିଏ ଏକାଧିକ ଥର ପ୍ରେମରେ ପଡ଼ନ୍ତି…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମନୁଷ୍ୟର ବ୍ୟବହାର ତାର ରାଶି ଅନୁଯାୟୀ ଜଣାପଡ଼ିଥାଏ। ସବୁ ରାଶିର ଗୁଣ-ଦୋଷ ଭିନ୍ନଭିନ୍ନ ଥାଏ। କିଛି ରାଶିର ବ୍ୟକ୍ତି ଅତ୍ୟନ୍ତ କ୍ରୋଧି ସ୍ବଭାବର ହୋଇଥିବା ବେଳେ କିଛି ହୃଦୟବାନ(ପ୍ରେମୀ ସ୍ବଭାବର) ହୋଇଥାନ୍ତି। ଆସନ୍ତୁ ଜାଣିବା ରାଶି ଅନୁଯାୟୀ ଆପଣ ଅଥବା ଆପଣଙ୍କ ଲଭ ପାର୍ଟନର କିଭଳି…

ମେଷ: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରେମ ବେଶ ଗୁରୁତ୍ୱପୂର୍ଣ୍ଣ। ନିଜ ଭିତରେ ପ୍ରେମକୁ ନେଇ କିଛି ଖରାପ ଚିନ୍ତାଧାରା ନ ଥାଏ। ଯାହାକୁ ଏମାନେ ପ୍ରେମ କରନ୍ତି ସେମାନେ ପାର୍ଟନରଙ୍କ ସମ୍ମୁଖରେ ନିଜ କଥା ରଖି ଦିଅନ୍ତି। ଏଣୁ ଏମାନେ ଶୀଘ୍ର ପ୍ରପୋଜ କରିଦିଅନ୍ତି। ପ୍ରେମ ଗାଢ଼ ହୋଇଥିବାରୁ ଏମାନେ ବାରମ୍ବାର ପ୍ରେମ କରିବାର ଭୁଲ କରନ୍ତି ନାହିଁ।

ବୃଷ: ଏମାନେ ପ୍ରେମୀ ସ୍ବଭାବର। ଶୀଘ୍ର ପ୍ରେମରେ ପଡ଼ିଥାନ୍ତି। ହେଲେ ଗଭୀର ପ୍ରେମ ହେବାକୁ ସମୟ ଲାଗେ। ଏଣୁ ବେଳେବେଳେ ସମ୍ପର୍କ ଛିନ୍ନ ହୋଇଯାଇଥାଏ। ଜୀବନରେ ଏମାନେ ଅତିକମ୍‌ରେ ୨ ଥର ପ୍ରେମରେ ପଡ଼ିଥାନ୍ତି।

ମିଥୁନ: ଏହି ରାଶିର ବ୍ୟକ୍ତିବିଶେଷକୁ ବୁଝିବା ସାମାନ୍ୟ ମୁସ୍କିଲ ହୋଇଥାଏ। ବହୁତ ଶୀଘ୍ର ପ୍ରେମ ବ୍ୟାପାରରେ ଛନ୍ଦି ହୋଇଯାଆନ୍ତି। ଏଥିପାଇଁ ଜୀବନରେ ଅନେକଜଣଙ୍କ ସହ ସେମାନେ ସମ୍ପର୍କରେ ଆସିଥାନ୍ତି। ଏମାନେ ଅତିକମ୍‌ରେ୪ ଥର ପ୍ରେମରେ ପଡ଼ିଥାନ୍ତି।

କର୍କଟ: ଏମାନେ ପରଫେକ୍ଟ ଲଭର। ଏମାନେ ପ୍ରେମିକ/ପ୍ରେମିକାଙ୍କଠାରୁ ବହୁତ କିଛି ଆଶା କରିଥାନ୍ତି। ଏଣୁ ପାର୍ଟନର ତାଙ୍କ କଥାରେ ନଚାଲିଲେ ସେମାନଙ୍କୁ ଦୁଃଖ ହୋଇଥାଏ। ଜୀବନରେ ଥରଟିଏ ଏମାନଙ୍କର ହୃଦୟ ଭାଙ୍ଗିଥାଏ। ଏଣୁ ସେ ପୁଣିଥରେ ପ୍ରେମରେ ପଡ଼ିବାକୁ ଡରିଥାନ୍ତି।

ସିଂହ: ଏହି ରାଶିର ଜାତକଧାରୀ ଚଞ୍ଚଳ ସ୍ବଭାବର। ଏଥିପାଇଁ ଏମାନେ କାହା ପ୍ରେମରେ ପଡ଼ିପାରନ୍ତି। ଏମାନେ ଗୋଟିଏରୁ ଅଧିକ ସମ୍ପର୍କ ରହିଥାଏ।

କନ୍ୟା: ଏହି ରାଶିର ବ୍ୟକ୍ତି ସବୁଠାରୁ ଅଧିକ ପ୍ରେମ ନିଜକୁ କରନ୍ତି। ଜୀବନକାଳରେ ସେମାନେ ଥରେ ପ୍ରେମରେ ପଡ଼ିଥାନ୍ତି।

ତୁଳା: ଏହି ରାଶିର ଲୋକ ପ୍ରେମରେ ସବୁକିଛି ତ୍ୟାଗ କରିଦିଅନ୍ତି। ଏଣୁ ଏମାନଙ୍କୁ ବାରମ୍ବାର ଧୋକା ମିଳିଥାଏ। ଜୀବନକାଳରେ ଏମାନେ ଅତିକମ୍‌ରେ ୩ ଥର ପ୍ରେମରେ ପଡ଼ିଥାନ୍ତି।

ବିଛା: ଏହି ରାଶିର ଲୋକେ ସ୍ବାର୍ଥପର ବୋଲି କୁହାଯାଏ। ହେଲେ ପ୍ରାରମ୍ଭରେ ଏମାନଙ୍କର ଦୁଇ ପ୍ରେମ ସମ୍ପର୍କ ଭାଙ୍ଗି ଯାଇଥାଏ। ହେଲେ ତୃତୀୟ ଥର ଏମାନଙ୍କୁ ଭଲ ପାର୍ଟନର ମିଳିଥାଏ।

ଧନୁ: ଧନୁ ରାଶିର ଲୋକ ଶୀଘ୍ର ପ୍ରେମରେ ପଡ଼ିଥାନ୍ତି। ଜୀବନକାଳରେ ଏମାନେ ଅତିକମ୍‌ରେ ୪ ଥର ପ୍ରେମରେ ପଡ଼ିଥାନ୍ତି। ସମ୍ପର୍କ ଭଲଥିଲେ ହେଁ ପରେ ଏମାନେ ପଛକୁ ହଟିଯାଇଥାନ୍ତି।

ମକର: ପ୍ରେମକୁ ନେଇ ଏମାନେ ବେଶ ମହତ୍ୱାକାଂକ୍ଷୀ। ଜୀବନରେ ଯଦି ସଠିକ ବ୍ୟକ୍ତି ମିଳିଯାଏ ତେବେ ଆପଣ ତାଙ୍କସହ ଜୀବନ ବିତାଇବାକୁ ନେଇ କିଛି ବି କରିପାରନ୍ତି।

କୁମ୍ଭ: ଏହି ରାଶିର ବ୍ୟକ୍ତି ନିଜର ସ୍ବାଧୀନତାକୁ ବେଶ ପସନ୍ଦ କରନ୍ତି। ହେଲେ ପ୍ରେମରେ ପଡ଼ିବାକୁ ଏମାନଙ୍କୁ ଭଲ ଲାଗେ। ଏମାନେ ଜୀବନରେ କାହାର ଦଖଲ ବରଦାସ୍ତ କରନ୍ତି ନାହିଁ। ଏହି କାରଣରୁ ପ୍ରେମିକାଙ୍କ ସହ ସମ୍ପର୍କ ଖରାପ ହୋଇଯାଇଥାଏ। ଜୀବନକାଳରେ ଅତିକମ୍‌ରେ ୨ଥର ଏମାନେ ପ୍ରେମରେ ପଡ଼ିଥାନ୍ତି।

ମୀନ: ଏହି ରାଶିର ଲୋକ ବେଶ କଳ୍ପନାଶୀଳ। ପରୀ କାହାଣୀ ଭଳି ପ୍ରେମ ସମ୍ପର୍କ ସେମାନେ ଚାହିଁଥାନ୍ତି। ଏମାନେ ଜୀବନରେ ଥରଟିଏ ପ୍ରେମରେ ପଡ଼ିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri