ଲଣ୍ଡନରେ ୭ କୋଟିର ବଙ୍ଗଳା, ଅଢ଼େଇ କୋଟିର କାର୍‌ର ମାଲିକାଣି ହେଉଛନ୍ତି ଏହି ଅଭିନେତ୍ରୀ; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ବିଦେଶିନୀ ସତ୍ତ୍ୱେ ବଲିଉଡ୍‌ରେ ବେଶ୍‌ ନାମ କମାଇଛନ୍ତି ଅଭିନେତ୍ରୀ କଟ୍ରିନା କୈଫ। ୧୯୮୩ ଆଜିର ଦିନରେ ହଂକଂରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କର ସାତ ଭାଇଭଉଣୀ ଅଛନ୍ତି। ୨୦୦୩ରେ ଫିଲ୍ମ ବୁମ୍‌ରୁ ଡେବ୍ୟୁ କରିବା ପରେ ଆଉ ପଛକୁ ଫେରି ଚାହିଁ ନ ଥିଲେ।

ନୂଆ ନୂଆ ଫିଲ୍ମକୁ ଆସିବା ସମୟରେ ଭଲ ଭାବେ ହିନ୍ଦି କହିପାରୁ ନ ଥିଲେ ସେ। ହେଲେ ଏବେ ସବୁକିଛି ବଦଳିଗଲାଣି। ବଲିଉଡର ଶୀର୍ଷ ଅଭିନେତ୍ରୀଙ୍କ ତାଲିକାରେ ତାଙ୍କୁ ସ୍ଥାନ ମିଳିଛି। କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ସେ। ଫିଲ୍ମରେ ଲୋକପ୍ରିୟତା ସାଙ୍ଗକୁ ସେ ମୋଟା ଅଙ୍କର ରୋଜଗାର ମଧ୍ୟ କରୁଛନ୍ତି।

ଏବେ ପର୍ଯ୍ୟନ୍ତ ୪୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି କଟ୍ରିନା। ଏ-ଲିଷ୍ଟରେ ଥିବା ଯୋଗୁ ତାଙ୍କୁ ଫିଲ୍ମ ପିଛା ପ୍ରାୟ ୯-୧୦ କୋଟି ଟଙ୍କା ମିଳୁଛି। ଏହାଛଡ଼ା ବିଜ୍ଞାପନରୁ ମଧ୍ୟ ତାଙ୍କର ଭଲ ରୋଜଗାର ହେଉଛି। ‘କେ ବାଇ କଟ୍ରିନା’ ନାମକ ଏକ ମେକଅପ୍‌ ବ୍ରାଣ୍ଡ ସେ ଆରମ୍ଭ କରିଛନ୍ତି। ମୋଟ ସମ୍ପତ୍ତି ଦେଖିଲେ କଟ୍ରିନା ୨୩୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକାଣି।
ଭଡା ଘରେ ରହୁଥିବା କଟ୍ରିନାଙ୍କ ଲଣ୍ଡନରେ ବଡ଼ ବଙ୍ଗଳା ରହିଛି। ଏହାର ମୂଲ୍ୟ ୭ କୋଟି ବୋଲି କୁହାଯାଏ। ଏବେ ସେ ମୁମ୍ବାଇର ଅନ୍ଧେରୀ ଓ୍ବେଷ୍ଟର ମୋର୍ଯ୍ୟା ହାଉସ୍‌ରେ ନିଜ ଭଉଣୀଙ୍କ ସହ ରହୁଛନ୍ତି। କଟ୍ରିନାଙ୍କୁ କାର୍‌ର ସଉକ ଥିବା ଯୋଗୁ ସେ ପାଖରେ ୨.୫ କୋଟିର ରେଞ୍ଜ ରୋଭର, ୮୦ ଲକ୍ଷ ଓ ୪୦ ଲକ୍ଷ ମୂଲ୍ୟର ଅଡି, ୭୦ ଲକ୍ଷର ମର୍ସଡିଜ୍‌ କାର୍‌ ରଖିଛନ୍ତି।

Share