Posted inଖେଳ

ହାପି ବର୍ଥ ଡେ ବ୍ରେଟ୍‌ ଲି: ଏକଦା ଥିଲେ ସେଲ୍ସମ୍ୟାନ୍‌; ବିଶ୍ୱକପ୍‌ରେ ହାଟ୍ରିକ୍‌ ନେଇ ପୂରଣ କରିଥିଲେ ପିଲାଦିନର ସ୍ବପ୍ନ

ନୂଆଦିଲ୍ଲୀ,୮।୧୧: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ର୍ରେଟ୍‌ ଲି ବିଶ୍ୱର ଦ୍ରୁତତମ ବୋଲରମାନଙ୍କ ମଧ୍ୟରୁ ଅନ୍ୟତମ। ରବିବାର ସେ ନିଜର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ନିଉ ସାଉଥ୍‌ ଓ୍ବେଲ୍ସରେ ୧୯୭୬ ମସିହା ନଭେମ୍ବର ୮ ତାରିଖରେ ଜନ୍ମିତ ବ୍ରେଟ୍‌ ଲି ୭୬ଟି ଟେଷ୍ଟ, ୨୨୧ଟି ଏକଦିବସୀୟ ମ୍ୟାଚ୍‌ ଏବଂ ୨୫ ଟି-୨୦ ମ୍ୟାଚ୍‌ରେ ଜାତୀୟ ଦଳର ପ୍ରତିନିଧିତ୍ୱ କରିଥିବା ବେଳେ ମୋଟ ୭୧୮ଟି ଓ୍ବିକେଟ ନେବାରେ ସକ୍ଷମ ହୋଇଛନ୍ତି। ନିଜର କ୍ୟାରିୟରରେ ସେ ଅନେକ ରେକର୍ଡ ଭାଙ୍ଗିଛନ୍ତି। ତାଙ୍କ ବଲ୍‌କୁ ଖେଳିବା ଭଲ ଭଲ ବ୍ୟାଟ୍ସମ୍ୟାନଙ୍କ ପାଇଁ ସମ୍ଭବ ନ ଥିଲା। ୨୦୧୫ରେ ଜାନୁୟାରୀରେ ସେ ଖେଳର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିନେଇଥିଲେ।

ତେବେ ଜନ୍ମଦିନରେ ଆସନ୍ତୁ ନଜର ପକାଇବା ବ୍ରେଟ୍‌ ଲିଙ୍କ ସହ ଜଡ଼ିତ କିଛି କୌତୁହଳପୂର୍ଣ୍ଣ କଥା:

– ପିଲାଟିବେଳୁ ଦ୍ରୁତ ବୋଲିଂ କରିବାକୁ ସ୍ବପ୍ନ ରଖିଥିଲେ ବ୍ରେଟ୍‌ ଲି। ଏଥିସହ ବିଶ୍ୱକପ୍‌ରେ ହ୍ୟାଟ୍ରିକ୍‌ ନେବା ତାଙ୍କର ଲକ୍ଷ୍ୟ ଥିଲା। ଉଭୟ ସ୍ବପ୍ନକୁ ବ୍ରେଟ୍‌ ଲି ପୂରଣ କରିଛନ୍ତି

-ବ୍ରେଟ୍‌ ଲି ବିକ୍ରେତା ଭାବେ କାମ କରିଛନ୍ତି। ଲିଗ୍‌ କ୍ରିକେଟ ଖେଳିବା ବେଳେ ଖେଳାଳିଙ୍କୁ କମ୍‌ ପାଉଣା ମିଳୁଥିଲା। ଏଭଳି ପରିସ୍ଥିତିରେ ଖେଳାଳିମାନେ ରୋଜଗାର ପାଇଁ ପାର୍ଟ ଟାଇମ୍‌ କାମ କରୁଥିଲେ। ସେତେବେଳେ ବ୍ରେଟ୍‌ ଲି ସେଲ୍ସମ୍ୟାନ୍‌ ଭାବେ ପୁରୁଷଙ୍କ ସୁଟ୍‌ ତିଆରି ଷ୍ଟୋରରେ କାମ କରିଥିଲେ।

-ବ୍ରେଟ୍‌ ଲି ଭାରତକୁ ନିଜର ଦ୍ୱିତୀୟ ଘର ବୋଲି କୁହନ୍ତି। ଏଭଳି ପଛରେ ଗଭୀର ସଂଯୋଗ ମଧ୍ୟ ରହିଛି। ସେ ବିଜୟ ଚଳଚ୍ଚିତ୍ରରେ ଏକ କାମିଓ ରୋଲ କରିଥିଲେ। ଏହାଛଡ଼ା ସେ ଅଣଭାରତୀୟ ଫିଲ୍ମରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏକଦା ପ୍ରିତି ଜିଣ୍ଟାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଚର୍ଚ୍ଚାରେ ରହିଥିଲା।

-କ୍ରିକେଟ ବ୍ୟତିତ ସଂଗୀତ ପ୍ରତି ବ୍ରେଟ୍‌ ଲିଙ୍କ ଦୁର୍ବଳତା ରହିଛି। ତାଙ୍କର ନିଜସ୍ବ ମ୍ୟୁଜିକ୍‌ ବ୍ୟାଣ୍ଡ ‘ସିକ୍ସ ଆଣ୍ଡ ଆଉଟ୍‌’ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri