Posted inଖେଳ

ହାପି ବର୍ଥ ଡେ ବ୍ରେଟ୍‌ ଲି: ଏକଦା ଥିଲେ ସେଲ୍ସମ୍ୟାନ୍‌; ବିଶ୍ୱକପ୍‌ରେ ହାଟ୍ରିକ୍‌ ନେଇ ପୂରଣ କରିଥିଲେ ପିଲାଦିନର ସ୍ବପ୍ନ

ନୂଆଦିଲ୍ଲୀ,୮।୧୧: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ର୍ରେଟ୍‌ ଲି ବିଶ୍ୱର ଦ୍ରୁତତମ ବୋଲରମାନଙ୍କ ମଧ୍ୟରୁ ଅନ୍ୟତମ। ରବିବାର ସେ ନିଜର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ନିଉ ସାଉଥ୍‌ ଓ୍ବେଲ୍ସରେ ୧୯୭୬ ମସିହା ନଭେମ୍ବର ୮ ତାରିଖରେ ଜନ୍ମିତ ବ୍ରେଟ୍‌ ଲି ୭୬ଟି ଟେଷ୍ଟ, ୨୨୧ଟି ଏକଦିବସୀୟ ମ୍ୟାଚ୍‌ ଏବଂ ୨୫ ଟି-୨୦ ମ୍ୟାଚ୍‌ରେ ଜାତୀୟ ଦଳର ପ୍ରତିନିଧିତ୍ୱ କରିଥିବା ବେଳେ ମୋଟ ୭୧୮ଟି ଓ୍ବିକେଟ ନେବାରେ ସକ୍ଷମ ହୋଇଛନ୍ତି। ନିଜର କ୍ୟାରିୟରରେ ସେ ଅନେକ ରେକର୍ଡ ଭାଙ୍ଗିଛନ୍ତି। ତାଙ୍କ ବଲ୍‌କୁ ଖେଳିବା ଭଲ ଭଲ ବ୍ୟାଟ୍ସମ୍ୟାନଙ୍କ ପାଇଁ ସମ୍ଭବ ନ ଥିଲା। ୨୦୧୫ରେ ଜାନୁୟାରୀରେ ସେ ଖେଳର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିନେଇଥିଲେ।

ତେବେ ଜନ୍ମଦିନରେ ଆସନ୍ତୁ ନଜର ପକାଇବା ବ୍ରେଟ୍‌ ଲିଙ୍କ ସହ ଜଡ଼ିତ କିଛି କୌତୁହଳପୂର୍ଣ୍ଣ କଥା:

– ପିଲାଟିବେଳୁ ଦ୍ରୁତ ବୋଲିଂ କରିବାକୁ ସ୍ବପ୍ନ ରଖିଥିଲେ ବ୍ରେଟ୍‌ ଲି। ଏଥିସହ ବିଶ୍ୱକପ୍‌ରେ ହ୍ୟାଟ୍ରିକ୍‌ ନେବା ତାଙ୍କର ଲକ୍ଷ୍ୟ ଥିଲା। ଉଭୟ ସ୍ବପ୍ନକୁ ବ୍ରେଟ୍‌ ଲି ପୂରଣ କରିଛନ୍ତି

-ବ୍ରେଟ୍‌ ଲି ବିକ୍ରେତା ଭାବେ କାମ କରିଛନ୍ତି। ଲିଗ୍‌ କ୍ରିକେଟ ଖେଳିବା ବେଳେ ଖେଳାଳିଙ୍କୁ କମ୍‌ ପାଉଣା ମିଳୁଥିଲା। ଏଭଳି ପରିସ୍ଥିତିରେ ଖେଳାଳିମାନେ ରୋଜଗାର ପାଇଁ ପାର୍ଟ ଟାଇମ୍‌ କାମ କରୁଥିଲେ। ସେତେବେଳେ ବ୍ରେଟ୍‌ ଲି ସେଲ୍ସମ୍ୟାନ୍‌ ଭାବେ ପୁରୁଷଙ୍କ ସୁଟ୍‌ ତିଆରି ଷ୍ଟୋରରେ କାମ କରିଥିଲେ।

-ବ୍ରେଟ୍‌ ଲି ଭାରତକୁ ନିଜର ଦ୍ୱିତୀୟ ଘର ବୋଲି କୁହନ୍ତି। ଏଭଳି ପଛରେ ଗଭୀର ସଂଯୋଗ ମଧ୍ୟ ରହିଛି। ସେ ବିଜୟ ଚଳଚ୍ଚିତ୍ରରେ ଏକ କାମିଓ ରୋଲ କରିଥିଲେ। ଏହାଛଡ଼ା ସେ ଅଣଭାରତୀୟ ଫିଲ୍ମରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏକଦା ପ୍ରିତି ଜିଣ୍ଟାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଚର୍ଚ୍ଚାରେ ରହିଥିଲା।

-କ୍ରିକେଟ ବ୍ୟତିତ ସଂଗୀତ ପ୍ରତି ବ୍ରେଟ୍‌ ଲିଙ୍କ ଦୁର୍ବଳତା ରହିଛି। ତାଙ୍କର ନିଜସ୍ବ ମ୍ୟୁଜିକ୍‌ ବ୍ୟାଣ୍ଡ ‘ସିକ୍ସ ଆଣ୍ଡ ଆଉଟ୍‌’ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri