ରକ୍ତଚାପ ବା ବ୍ଲଡପ୍ରେସର ଦୁଇ ଭାଗରେ ବିଭକ୍ତ, ଯଥା- ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡପ୍ରେସର, ଲୋ ବ୍ଲଡପ୍ରେସର ବା ନିମ୍ନ ରକ୍ତଚାପ। ବିଶେଷଭାବରେ ଲୋ ବ୍ଲଡପ୍ରେସର ପାଇଁ ଅଧିକ ସତର୍କ ରହିବାକୁ ପଡ଼ିଥାଏ। ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାକୁ ନିୟମିତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବାକୁ ପଡିଥାଏ। ତା’ସହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରକ୍ତଚାପ କେତେ ରହୁଛି ତାହା ମାପି ନେବା ନିହାତି ଦରକାର। ତେବେ ଲୋ ବ୍ଲଡପ୍ରେସର ଥିଲେ ନିଜର ଖାଦ୍ୟପେୟ ପ୍ରତି ସତର୍କ ରହିବାକୁ ପଡିଥାଏ। ଯଦି ଏଭଳି ସମସ୍ୟା ସହ ଜଡିତ ଜଣେ ବ୍ୟକ୍ତି ନିୟମିତ ଅଙ୍ଗୁର ଖାଆନ୍ତି ତେବେ ତାଙ୍କର ଲୋ ବ୍ଲଡପ୍ରେସର କେତେକାଂଶରେ ନିୟନ୍ତ୍ରଣରେ ରହିଥାଏ। ଏମାନେ ନିଜର ଖାଦ୍ୟ ତାଲିକାରେ ଆଇରନ୍ଯୁକ୍ତ ଖାଦ୍ୟ ସାମିଲ କରିବା ଦରକାର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ପ୍ରଚୁର ପାଣି ପିଅନ୍ତୁ। ଏଭଳି ବ୍ୟକ୍ତିଙ୍କ ପାଇଁ ଓଟ୍ସ ମଧ୍ୟ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ।