ଜାଣନ୍ତୁ ଏହି ରାଶିମାନଙ୍କ ପାଇଁ କେମିତି ରହିଛି ନୂଆବର୍ଷ

ଆସନ୍ତାକାଲି ବଦଳିଯିବ କ୍ୟାଲେଣ୍ଡର। ଆରମ୍ଭ ହେବ ଆଉ ଏକ ବର୍ଷ। ଏହି ନୂଆବର୍ଷକୁ ନେଇ ଅନେକ ଲୋକ ଅନେକ କିଛି ଭାବିଥାନ୍ତି। ଲୋକଙ୍କର ବିଶ୍ୱାସ ରହିଥାଏ ବର୍ଷର ଆରମ୍ଭ ଦିନ ଯଦି ଭଲରେ କଟେ ତେବେ ବର୍ଷସାରା କେବଳ ଭଲ ହିଁ ଭଲ ହୋଇଥାଏ। ତେବେ ଜ୍ୟୋତିର୍ବିଦ୍‌ ରୁଚି ଶର୍ମା କେଉଁ ରାଶିମାନଙ୍କ ପାଇଁ ଏହି ନୂଆବର୍ଷ ଶୁଭଫଳ ନେଇ ଆସିଛି ସେ ସମ୍ପର୍କରେ କ’ଣ କହିଛନ୍ତି ଜାଣନ୍ତୁ …

ମେଷ: ନୂଆବର୍ଷଟି ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ। ଏହି ଦିନଟି ଚାକିରିଆଙ୍କ ପାଇଁ ବହୁତ ଶୁଭଫଳ ଦେବ। ସେମାନେ ଉଚ୍ଚପଦସ୍ଥ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ। ସେହିପରି ବେପାର ବଣିଜ କରୁଥିବା ଏହି ରାଶିର ଲୋକମାନେ ନୂଆବର୍ଷରେ ଟିକେ ସତର୍କତା ଅବଲମ୍ବନ କରିବେ। କାହାକୁ ଅଧିକ ବିଶ୍ୱାସ କରିବେ ନାହିଁ। ନଚେତ ପରବର୍ତ୍ତୀ ମୁହୂର୍ତ୍ତରେ ମନସ୍ତାପ କରିବେ।

ବୃଷ: ଏହି ରାଶିର ବ୍ୟକ୍ତିବିଶେଷମାନେ ନୂଆ ଚାକିରିର ସନ୍ଧାନ କରିବେ। ନୂଆ ଚାକିରି ମିଳିବା ପରେ ପୁରୁଣା ଚାକିରି ଛାଡ଼ନ୍ତୁ।

ମିଥୁନ: ଏହି ରାଶିର ଲୋକଙ୍କ ପାଇଁ ନୂଆବର୍ଷରେ କିଛି ବାଦ ବିବାଦ ଦେଖାଦେବ। ତେଣୁ ସତର୍କତା ଅବଲମ୍ବନ କରିବା ଜରୁରୀ। ସ୍ବାସ୍ଥ୍ୟ ଖରାପ ରହିବ। ପେଟଜନିତ ରୋଗର ଶିକାର ହେବେ।

କନ୍ୟା: ଏହି ରାଶିର ଲୋକଙ୍କ ପାଇଁ ଏହି ଦିନଟି ବହୁତ ଭଲ ରହିବ। ଚାକିରି କରୁଥିବା ବ୍ୟକ୍ତିବିଶେଷଙ୍କୁ ନୂଆବର୍ଷରେ ଅଧିକ କାମ କରିବାକୁ ପଡ଼ିବ। ନୂଆ ଚାକିରି ସନ୍ଧାନରେ ଥିଲେ ଖୁବ୍‌ଶୀଘ୍ର ମିଳିଯିବ। ବେପାର କରୁଥିବା ଲୋକ ଆଜିର ଦିନରେ ସାବଧାନ ରୁହନ୍ତୁ। ଚୋରି ହେବାର ସମ୍ଭାବନା ରହିଛି।

ମୀନ: ଯଦି ଆପଣ ବେରୋଜଗାର ଅଛନ୍ତି ତେବେ ନୂଆ ଚାକିରି ଖୋଜନ୍ତୁ। ଆପଣଙ୍କୁ ଖୁବ୍‌ ଶୀଘ୍ର ନୂଆ ଚାକିରି ସମ୍ବନ୍ଧିତ ଖୁସିଖବର ମିଳିଯିବ। ବେପାର ବଣିଜ କରୁଥିବା ଲୋକମାନେ ବ୍ୟବସାୟରେ ଲାଭବାନ ହେବେ। ବେପାରକୁ ଆହୁରି ଅଧିକ ବଢ଼ାଇବା ପାଇଁ ଚିନ୍ତା କରିବେ।