ଆଲିଆଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ସବୁଠାରୁ ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଆଲିଆ ଅନ୍ୟତମ। ନିକଟରେ ସେ ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ନିଜ ଜନ୍ମଦିନ ଲଣ୍ଡନରେ ସ୍ବାମୀ ରଣବୀର ଏବଂ ଝିଅ ରାହା ସହ ପାଳନ କରିଛନ୍ତି। ଆଲିଆ ୧୯ ବର୍ଷ ବୟସରେ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍‌ ଫିଲ୍ମ ମଧ୍ୟ ଦେଇଛନ୍ତି। ଆଜି ସେ କୋଟି କୋଟି ଟଙ୍କାର ମାଲିକାଣୀ। ଅଭିନୟ ବ୍ୟତୀତ ସେ ବ୍ୟବସାୟ ଏବଂ ପ୍ରଡକ୍ସନରେ ମଧ୍ୟ ନିଜର ଚେଷ୍ଟା ଜାରି ରଖିଛନ୍ତି।
ଆଲିଆ ଗୋଟିଏ ଫିଲ୍ମ ୮-୧୨ କୋଟି ଟଙ୍କା ନିଅନ୍ତି। ଗତ ବର୍ଷ ଆଲିଆ ଗୋଟିଏ ପରେ ଗୋଟିଏ ତିନୋଟି ବଡ଼ ହିଟ ଫିଲ୍ମ ଦେଇଥିଲେ। ଆରଆରଆର, ଗାଙ୍ଗୁବାଇ କାଠିଆୱାଡି ଏବଂ ବ୍ରହ୍ମାସ୍ତ୍ର ଏଥିରେ ସାମିଲ ଅଛି।
ଆଲିଆ ସ୍ବାମୀ ରଣବୀର କପୁର ବଙ୍ଗଳା ‘ବାସ୍ତୁ’ରେ ରୁହନ୍ତି, ଯାହାର ମୂଲ୍ୟ ୩୫ କୋଟି ଟଙ୍କା। ଆଲିଆଙ୍କ ନିଜର ବାନ୍ଦ୍ରାଠାରେ ୩୨ କୋଟି ଟଙ୍କାର ଏକ ବଙ୍ଗଳା ଏବଂ ଲଣ୍ଡନରେ ବିଳାସପୂର୍ଣ୍ଣ ଘର ଅଛି। ସେ କାର କିଣିବାକୁ ମଧ୍ୟ ଭଲ ପାଆନ୍ତି। ୧.୭୬ କୋଟିରୁ ଅଧିକ ମୂଲ୍ୟର ବିଏମଡବ୍ଲ୍ୟୁ ସିରିଜ ଏବଂ ୨ କୋଟିରୁ ଅଧିକ ମୂଲ୍ୟର ଲ୍ୟାଣ୍ଡ ରୋଭର ରେଞ୍ଜ ତାଙ୍କର ଅଛି।
ଆଲିଆ ଭଟ୍ଟ ଅକ୍ଟୋବର ୨୦୨୦ରେ ଆଡ-ଏ-ମାମା ନାମକ ଏକ ମାତୃତ୍ୱ ପୋଷାକ ବ୍ରାଣ୍ଡ ଲଞ୍ଚ କରିଥିଲେ ଏବଂ ଏହା ୧୦ ଗୁଣ ବୃଦ୍ଧି ହୋଇ ଏକ ବର୍ଷ ମଧ୍ୟରେ ୧୫୦ କୋଟି ଟଙ୍କା ବ୍ୟବସାୟରେ ପରିଣତ ହୋଇଥିଲା। ଆଲିଆ ଭଟ୍ଟଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୮୦ କୋଟିରୁ ଅଧିକ। ଅଭିନୟ ବ୍ୟତୀତ ସେ ବ୍ରାଣ୍ଡର ବିଜ୍ଞାପନରୁ ମଧ୍ୟ ଟଙ୍କା ରୋଜଗାର କରନ୍ତି।

Share