ଆଲିଆଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ସବୁଠାରୁ ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଆଲିଆ ଅନ୍ୟତମ। ନିକଟରେ ସେ ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ନିଜ ଜନ୍ମଦିନ ଲଣ୍ଡନରେ ସ୍ବାମୀ ରଣବୀର ଏବଂ ଝିଅ ରାହା ସହ ପାଳନ କରିଛନ୍ତି। ଆଲିଆ ୧୯ ବର୍ଷ ବୟସରେ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍‌ ଫିଲ୍ମ ମଧ୍ୟ ଦେଇଛନ୍ତି। ଆଜି ସେ କୋଟି କୋଟି ଟଙ୍କାର ମାଲିକାଣୀ। ଅଭିନୟ ବ୍ୟତୀତ ସେ ବ୍ୟବସାୟ ଏବଂ ପ୍ରଡକ୍ସନରେ ମଧ୍ୟ ନିଜର ଚେଷ୍ଟା ଜାରି ରଖିଛନ୍ତି।
ଆଲିଆ ଗୋଟିଏ ଫିଲ୍ମ ୮-୧୨ କୋଟି ଟଙ୍କା ନିଅନ୍ତି। ଗତ ବର୍ଷ ଆଲିଆ ଗୋଟିଏ ପରେ ଗୋଟିଏ ତିନୋଟି ବଡ଼ ହିଟ ଫିଲ୍ମ ଦେଇଥିଲେ। ଆରଆରଆର, ଗାଙ୍ଗୁବାଇ କାଠିଆୱାଡି ଏବଂ ବ୍ରହ୍ମାସ୍ତ୍ର ଏଥିରେ ସାମିଲ ଅଛି।
ଆଲିଆ ସ୍ବାମୀ ରଣବୀର କପୁର ବଙ୍ଗଳା ‘ବାସ୍ତୁ’ରେ ରୁହନ୍ତି, ଯାହାର ମୂଲ୍ୟ ୩୫ କୋଟି ଟଙ୍କା। ଆଲିଆଙ୍କ ନିଜର ବାନ୍ଦ୍ରାଠାରେ ୩୨ କୋଟି ଟଙ୍କାର ଏକ ବଙ୍ଗଳା ଏବଂ ଲଣ୍ଡନରେ ବିଳାସପୂର୍ଣ୍ଣ ଘର ଅଛି। ସେ କାର କିଣିବାକୁ ମଧ୍ୟ ଭଲ ପାଆନ୍ତି। ୧.୭୬ କୋଟିରୁ ଅଧିକ ମୂଲ୍ୟର ବିଏମଡବ୍ଲ୍ୟୁ ସିରିଜ ଏବଂ ୨ କୋଟିରୁ ଅଧିକ ମୂଲ୍ୟର ଲ୍ୟାଣ୍ଡ ରୋଭର ରେଞ୍ଜ ତାଙ୍କର ଅଛି।
ଆଲିଆ ଭଟ୍ଟ ଅକ୍ଟୋବର ୨୦୨୦ରେ ଆଡ-ଏ-ମାମା ନାମକ ଏକ ମାତୃତ୍ୱ ପୋଷାକ ବ୍ରାଣ୍ଡ ଲଞ୍ଚ କରିଥିଲେ ଏବଂ ଏହା ୧୦ ଗୁଣ ବୃଦ୍ଧି ହୋଇ ଏକ ବର୍ଷ ମଧ୍ୟରେ ୧୫୦ କୋଟି ଟଙ୍କା ବ୍ୟବସାୟରେ ପରିଣତ ହୋଇଥିଲା। ଆଲିଆ ଭଟ୍ଟଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୮୦ କୋଟିରୁ ଅଧିକ। ଅଭିନୟ ବ୍ୟତୀତ ସେ ବ୍ରାଣ୍ଡର ବିଜ୍ଞାପନରୁ ମଧ୍ୟ ଟଙ୍କା ରୋଜଗାର କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲରେ ଇଥାନଲ ମିଶାଇଲେ ଗାଡ଼ିର ମାଇଲେଜ କମିଯାଏ କି? କେନ୍ଦ୍ରମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୩।୭: ପେଟ୍ରୋଲରେ ଇଥାନଲ ବ୍ୟବହାର ନେଇ ଦେଶରେ ବର୍ତ୍ତମାନ ଏକ ଉଷ୍ମ ବିତର୍କ ଚାଲିଛି। ଏହି ପ୍ରସଙ୍ଗକୁ ସମ୍ବୋଧିତ କରି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ…

ପୁଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ବାପାଙ୍କ ମୃତଦେହକୁ ଛୁଇଁଲେନି କେହି: ୧୦ ଘଣ୍ଟା ପରେ…

ପାଟଣାଗଡ଼,୩।୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତୁଳସୀଡୁଙ୍ଗରି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ପୁଅ ଅନ୍ୟଜାତିର ବାହା…

‘ମୋ ବିବାହ ଜୁଲାଇରେ…’ ଗୌରୀ ସ୍ପ୍ରେଟଙ୍କ ସହିତ ଓ୍ବେଡିଂ ପ୍ଲାନ ପ୍ରକାଶ କଲେ ଆମିର

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ଜୁଲାଇ ୫ରେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅଭିନେତା ପୂର୍ବରୁ ଦୁଇଥର ବିବାହ କରିଛନ୍ତି,…

ଆମେରିକା-ଇରାନ ଶାନ୍ତି ଚୁକ୍ତି ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ସମସ୍ତ ସର୍ତ୍ତ ଗ୍ରହଣ…

ଓ୍ବାଶିଂଟନ,୩ା୭: ଆମେରିକା ଏବଂ ଇରାନ ମଧ୍ୟରେ ଏକ ସମ୍ଭାବ୍ୟ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ପରେ, ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଛନ୍ତି…

ଶାନ୍ତି ଆଲୋଚନା ପାଇଁ ପାକିସ୍ତାନ ଆସିଥିବା ଆରାଘଚିଙ୍କ ସହ ଗାଲିବାଫଙ୍କୁ ହତ୍ୟା କରିବାକୁ ଚାହୁଁଛି ଇସ୍ରାଏଲ! ହତ୍ୟା ଷଡ଼ଯନ୍ତ୍ରର…

ଜେରୁଜେଲମ,୩।୭: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ସାମ୍ନାକୁ ଆସିଛି। ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ…

ପୋଡମପେଟା ସମୁଦ୍ର କୂଳ ଲଂଘିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୩।୭(ଅନାଥ ତରାଇ):  ବିଶ୍ୱତାପନ ଓ ବଙ୍ଗୋପସାଗରରେ କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁଁ ଗଞ୍ଜାମ ଜିଲା ଉପକୂଳରେ ସ୍ଥିତି ଗମ୍ଭୀର ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ…

ଘରୁ ଉଭାନ୍‌ ହୋଇଗଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ: ବାପା କହିଲେ…

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ସ୍ଥିତ ଭୈରବନଗର ପଡ଼ାରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପହରଣ ହୋଇଥିବା ନେଇ ଅଭିଯୋଗ ଆସିଛି।…

ଅଙ୍ଗନଦୀ ସେତୁରୁ ଉଠିଗଲା କଂକ୍ରିଟ: ଦୁର୍ଘଟଣା ଆଶଙ୍କା

ଲୋଇସିଂହା,୩।୭ (ସୁଶାନ୍ତ ବାରିକ):ବଲାଙ୍ଗୀର-ବରଗଡ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ସାଲେଭଟା ଅଙ୍ଗନଦୀ ସେତୁ ମଝି ଅଂଶ ଶୋଚନୀୟ ହୋଇ ପଡିଥିବା ସ୍ଥାନକୁ ଗତ ମଙ୍ଗଳବାର ମରାମତି କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri