Categories: ଫୁରସତ

ଜାଣନ୍ତି କି ଇଭିଏମ୍‌ରେ ଦେଉଥିବା ଭୋଟ୍‌ କେତେଦିନ ପର୍ଯ୍ୟନ୍ତ ରହେ ସୁରକ୍ଷିତ

ଆଜିକାଲି ସହଜ ଏବଂ ସୁବିଧା ପାଇଁ ନାଗରିକମାନେ ଇଭିଏମ୍‌ରେ ଭୋଟ୍‌ ଦେଉଛନ୍ତି। ତେବେ ଜାଣନ୍ତି କି ଏହି ଭୋଟ୍‌ କେତେଦିନ ପର୍ଯ୍ୟନ୍ତ ଇଭିଏମ୍‌ରେ ସୁରକ୍ଷିତ ରହିଥାଏ। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଏହି ଇଭିଏମ୍‌ରେ ଦୁଇଟି ୟୁନିଟ୍‌ ରହିଥାଏ। କଣ୍ଟ୍ରୋଲ ୟୁନିଟ୍‌ ଏବଂ ବାଲଟ୍‌ ୟୁନିଟ୍‌। କଣ୍ଟ୍ରୋଲ ୟୁନିଟ୍‌ ପୋଲିଂ ଅଫିସରଙ୍କ ନିକଟରେ ରହିଥାଏ। ବାଲଟ୍‌ ୟୁନିଟ୍‌ ଭୋଟରମାନେ ବଟନ୍‌ ଦବାଇ ଭୋଟ୍‌ ଦେଇଥାନ୍ତି।

ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁସାରେ, କଣ୍ଟ୍ରୋଲ ୟୁନିଟ୍‌ ମେମୋରି ୧୦ ବର୍ଷ କିମ୍ବା ଏହାଠାରୁ ଅଧିକ ରହିଥାଏ। ଇଭିଏମ୍‌ର ମେମୋରି ଯେତେଦିନ ପର୍ଯ୍ୟନ୍ତ ଡାଟା ହଟା ଯାଇ ନ ଥାଏ ସେତେଦିନ ପର୍ଯ୍ୟନ୍ତ ରହିଥାଏ।

ନିର୍ବାଚନ ପରେ କୌଣସି ପ୍ରତିଦ୍ୱନ୍ଦ୍ୱୀ କୋର୍ଟରେ ପରିଣାମକୁ ନେଇ ମାମଲା ଦାୟର ନ କରନ୍ତି ତେବେ ଉକ୍ତ ସିଟ୍‌ର ଇଭିଏମ୍‌ ଆଗକୁ ବ୍ୟବହାର ପର୍ଯ୍ୟନ୍ତ ପଠାଯାଇଥାଏ। ଯଦି କୌଣସି ମାମଲା ଦାୟର ହୋଇଥାଏ, ତେବେ ଏହା ସମ୍ବନ୍ଧୀୟ ଇଭିଏମକୁ ପ୍ରୋଟକଲ୍‌ ଅନୁସାରେ ସୁରକ୍ଷିତ ରଖାଯାଇଥାଏ। ଏହାବ୍ୟତୀତ ମାମଲା ନ ସରିବା ପର୍ଯ୍ୟନ୍ତ ଏହା ସୁରକ୍ଷିତ ରଖାଯାଏ।

Share