୧୪୮ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ଏହି ମଲ୍ଟିଟ୍ୟାଲେଣ୍ଟେଡ୍‌ ଅଭିନେତା; ଫିଲ୍ମ ପିଛା ପାଉଣା ନିଅନ୍ତି…

ବମ୍ବେ: ଅଭିନୟ ହେଉ ଅଥବା ନର୍ଦ୍ଦେଶନା ସବୁଥିରେ ନିଜର ପତିଆରା ବିସ୍ତାର କରିଛନ୍ତି ବଲିଉଡ୍‌ ଅଭିନେତା ଫରହାନ ଅଖ୍‌ତର। ଏବେ ତାଙ୍କ ଫିଲ୍ମ ‘ତୁଫାନ୍‌’ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଶଂସକମାନେ ତାଙ୍କୁ ଯୋଦ୍ଧା ଭାବେ ଦେଖିବାକୁ ବ୍ୟଗ୍ର। ପୂର୍ବରୁ ଫରହାନ ଅନେକ ସୁପରହିଟ୍‌ ଫିଲ୍ମରେ ନଜର ଆସିଛନ୍ତି। ଚାହିଦାକୁ ନେଇ ପାଉଣା ଅଧିକ ମଧ୍ୟ ନିଅନ୍ତି ସେ। ମହଙ୍ଗା ଜୀବନଶୈଳୀକୁ ନେଇ ସେ ବେଶ ଜଣାଶୁଣା। ସେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ।

ଜାଭେଦ ଅଖତରଙ୍କ ପୁଅ ହେଉଛନ୍ତି ଫରହାନ। ଏଥିନେଇ ବଲିଉଡ୍‌ ସହ ତାଙ୍କର ପୁରୁଣା ସମ୍ପର୍କ ରହିଛି। ମାତ୍ର ନିଜର ଭାଗ୍ୟ ନିଜେ ଲେଖିବାରେ ବିଶ୍ୱାସ କରୁଥିଲେ ସେ। ଷ୍ଟାରକିଡ୍‌ ହୋଇଥିବା ସତ୍ତ୍ୱେ ସେ ନିଜର ବହୁମୁଖି ପ୍ରତିଭାକୁ ନେଇ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଜାଗା ସୃଷ୍ଟି କରିଥିଲେ।

ରିପୋର୍ଟ ଅନୁଯାୟୀ, ଫର୍‌ହାନ କୋଟିପତି। ତାଙ୍କ ପାଖରେ ମୋଟ ୧୪୮ କୋଟିର ସମ୍ପତ୍ତି ରହିଛି। ଏହାଛଡ଼ା ସେ ବିଦେଶରେ ପୁଞ୍ଜିନିବେଶ କରିଛନ୍ତି। ଗୋଟିଏ ଫିଲ୍ମ ପାଇଁ ସେ ୩ ରୁ ୪ କୋଟି ଟଙ୍କା ନେଇଥାନ୍ତି। ମାସକୁ ୧.୮ କୋଟି ଟଙ୍କା ରୋଜଗାର କରନ୍ତି ସେ। ବାର୍ଷିକ ରୋଜଗାର ବିଷୟରେ କଥା ହେଲେ ସେ ପାଖାପାଖଇ ୨୨ କୋଟି ଟଙ୍କା ରୋଜଗାର କରନ୍ତି। ଅଭିନୟ ବ୍ୟତିତ ନିର୍ଦ୍ଦେଶନା ଏବଂ ବିଜ୍ଞାପନ ଲାଗି ସେ ମୋଟା ଅଙ୍କର ପାଉଣା ମଧ୍ୟ ପାଉଛନ୍ତି। ଫର୍‌ହାନଙ୍କ ଗାଡ଼ିର ମଧ୍ୟ ସଉକ ରହିଛି। ରେଞ୍ଜ ରୋଭର, ପୋର୍ଶ କେୟମନ, ମର୍ସଡିଜ୍‌, ହୋଣ୍ଡା ସିଆର୍‌ଭି ଭଳି ଦାମୀ ଗାଡ଼ି ରହିଛି ତାଙ୍କ ଗ୍ୟାରେଜ୍‌ରେ ।

Share