ପୂର୍ବରୁ ବିବାହିତ, କନ୍ୟା ସନ୍ତାନର ପିତାଙ୍କୁ ଜୀବନସାଥୀ କରିବେ ଏହି ଅଭିନେତ୍ରୀ

ବମ୍ବେ: ପ୍ରଥମ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଦିୟା ମିର୍ଜା। କିଛି ଦିନ ଧରି ସେ ବୈଭବ ରେଖିଙ୍କୁ କରୁଛନ୍ତି ଡେଟ୍‌। ବୈଭବ ପେସାରେ ଜଣେ ବ୍ୟବସାୟୀ। ସେ ବାନ୍ଦ୍ରାର ପାଲି ହିଲ୍‌ରେ ରୁହନ୍ତି। ଦିୟାଙ୍କ ଭଳି ବୈଭବଙ୍କ ପ୍ରଥମ ବିବାହ ବିଚ୍ଛେଦ ହୋଇସାରିଛି। ସେ ସୁନୈନାଙ୍କୁ ବିବାହ କରିଥିଲେ। ତାଙ୍କର ଏକ ଝିଅ ରହିଛି।

କରୋନାକୁ ନେଇ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଦିୟା-ବୈଭବଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା। ଏକାଠି ସମୟ ବିତାଇବା ପରେ ଦୁହେଁ ଦୁହିଁଙ୍କ ସହ ସମୟ ବିତାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ଶେଷରେ ଫେବୃୟାରୀ ୧୫ରେ ଉଭୟ ବିବାହ କରିବେ ବୋଲି କୁହାଯାଉଛି। ଦିୟାଙ୍କ ବିବାହ ଗୋପନୀୟ ଢ଼ଙ୍ଗରେ ହେବ। କେବଳ ନିକଟ ସମ୍ପର୍କୀୟ ଓ ପରିବାରଲୋକେ ଏଥିରେ ଯୋଗଦେବେ।

୨୦୧୪ରେ ସାହିଲ ସଂଘାଙ୍କ ସହ ବିବାହ କରିଥିଲେ ଦିୟା। ଏହାର ୫ ବର୍ଷ ପରେ ସେ ତାଙ୍କଠାରୁ ଅଲଗା ହୋଇଥିଲେ। ସୋସିଆଲ ମିଡିଆରେ ସେ ଏନେଇ ସୂଚନା ଦେଇଥିଲେ।

Share