Categories: ଫୁରସତ

କେବେ ବି ପୋଲିସ ହେବାକୁ ଚାହୁଁ ନ ଥିଲେ ଗୁପ୍ତେଶ୍ୱର ପାଣ୍ଡେ: ଏହି ଘଟଣା ଯୋଗୁ ଜିଦ୍‌ରେ ପାଲଟିଥିଲେ ଆଇପିଏସ୍‌

ବିଗତ କିଛି ଦିନ ଧରି ଚର୍ଚ୍ଚାରେ ଅଛନ୍ତି ବିହାରର ପୂର୍ବ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ପ୍ରଥମେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ସେ ଗଣମାଧ୍ୟମର ଶିରୋନାମା ପାଲଟିଥିବା ବେଳେ ଏବେ ସେ ରାଜନୀତିକୁ ଆସିବେ ବୋଲି କୁହାଯାଉଛି। ଅପରପକ୍ଷେ ଏବେ ସେ ବିଷୟରେ କିଛି ବି ଭାବି ନ ଥିବା ଗୁପ୍ତେଶ୍ୱର କହିଛନ୍ତି। ଏପରିକି ସେ ମଧ୍ୟ ଆଇପିଏସ୍‌ ହେବାକୁ ଚିନ୍ତା କରି ନ ଥିବା ମଧ୍ୟ କହିଛନ୍ତି।

୧୯୮୭ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସର ବିହାରର ବକ୍ସର ଜିଲାରେ ଜନ୍ମଗ୍ରହଣ କରିଥିଲେ। ଆଇପିଏସ୍‌ ହେବା ପୂର୍ବରୁ ତାଙ୍କର ଚୟନ ଆଇଆର୍‌ଏସ୍‌ରେ ହୋଇଥିଲା। ଏକ ସାକ୍ଷାତକାରରେ ସେ କହିଛନ୍ତି, ଆଇପିଏସ୍‌ ହେବାକୁ ସେ ଚାହୁଁ ନ ଥିଲେ। ହେଲେ ଏକ ଘଟଣା ତାଙ୍କ ଚିନ୍ତାଧାରାକୁ ବଦଳାଇଦେଇଥିଲା। ହେବି ଯଦି ଆଇପିଏସ୍‌ ହେବି, ଅନ୍ୟଥା କିଛି ନୁହେଁ ବୋଲି ସେ ନିଶ୍ଚିତ କରିଥିଲେ।

ଗୁପ୍ତେଶ୍ୱର ୧୦ ବର୍ଷର ହୋଇଥିବା ବେଳେ ତାଙ୍କ ଘରେ ଚୋରି ହୋଇଥିଲା। ଘଟଣାର ଯାଞ୍ଚ କରିବାକୁ ଆସିଥିବା ପୋଲିସ କର୍ମଚାରୀ ତାଙ୍କ ମା’ବାପାଙ୍କ ସହ ଖରାପ ବ୍ୟବହାର କରିଥିଲେ। ଏପରିକି ଚୋରି ନେଇ ମାମଲା ମଧ୍ୟ ରୁଜୁ କରି ନ ଥିଲେ। ଏହା ଗୁପ୍ତେଶ୍ୱରଙ୍କୁ ପ୍ରଭାବିତ କରିଥିଲା। ପୋଲିସ କର୍ମଚାରୀଙ୍କୁ ସଠିକ୍‌ ବାଟ ଦେଖାଇବା ପାଇଁ ସେ ଆଇପିଏସ୍‌ ହେବାକୁ ନିଷ୍ପତ୍ତି ନେଇଥିଲେ। କଠିନ ପରିଶ୍ରମ ଦ୍ୱାରା ସେ ଏହି ସଫଳତା ପାଇଥିଲେ।

Share