Posted inଫୁରସତ

କେବେ ବି ପୋଲିସ ହେବାକୁ ଚାହୁଁ ନ ଥିଲେ ଗୁପ୍ତେଶ୍ୱର ପାଣ୍ଡେ: ଏହି ଘଟଣା ଯୋଗୁ ଜିଦ୍‌ରେ ପାଲଟିଥିଲେ ଆଇପିଏସ୍‌

ବିଗତ କିଛି ଦିନ ଧରି ଚର୍ଚ୍ଚାରେ ଅଛନ୍ତି ବିହାରର ପୂର୍ବ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ପ୍ରଥମେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ସେ ଗଣମାଧ୍ୟମର ଶିରୋନାମା ପାଲଟିଥିବା ବେଳେ ଏବେ ସେ ରାଜନୀତିକୁ ଆସିବେ ବୋଲି କୁହାଯାଉଛି। ଅପରପକ୍ଷେ ଏବେ ସେ ବିଷୟରେ କିଛି ବି ଭାବି ନ ଥିବା ଗୁପ୍ତେଶ୍ୱର କହିଛନ୍ତି। ଏପରିକି ସେ ମଧ୍ୟ ଆଇପିଏସ୍‌ ହେବାକୁ ଚିନ୍ତା କରି ନ ଥିବା ମଧ୍ୟ କହିଛନ୍ତି।

୧୯୮୭ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସର ବିହାରର ବକ୍ସର ଜିଲାରେ ଜନ୍ମଗ୍ରହଣ କରିଥିଲେ। ଆଇପିଏସ୍‌ ହେବା ପୂର୍ବରୁ ତାଙ୍କର ଚୟନ ଆଇଆର୍‌ଏସ୍‌ରେ ହୋଇଥିଲା। ଏକ ସାକ୍ଷାତକାରରେ ସେ କହିଛନ୍ତି, ଆଇପିଏସ୍‌ ହେବାକୁ ସେ ଚାହୁଁ ନ ଥିଲେ। ହେଲେ ଏକ ଘଟଣା ତାଙ୍କ ଚିନ୍ତାଧାରାକୁ ବଦଳାଇଦେଇଥିଲା। ହେବି ଯଦି ଆଇପିଏସ୍‌ ହେବି, ଅନ୍ୟଥା କିଛି ନୁହେଁ ବୋଲି ସେ ନିଶ୍ଚିତ କରିଥିଲେ।

ଗୁପ୍ତେଶ୍ୱର ୧୦ ବର୍ଷର ହୋଇଥିବା ବେଳେ ତାଙ୍କ ଘରେ ଚୋରି ହୋଇଥିଲା। ଘଟଣାର ଯାଞ୍ଚ କରିବାକୁ ଆସିଥିବା ପୋଲିସ କର୍ମଚାରୀ ତାଙ୍କ ମା’ବାପାଙ୍କ ସହ ଖରାପ ବ୍ୟବହାର କରିଥିଲେ। ଏପରିକି ଚୋରି ନେଇ ମାମଲା ମଧ୍ୟ ରୁଜୁ କରି ନ ଥିଲେ। ଏହା ଗୁପ୍ତେଶ୍ୱରଙ୍କୁ ପ୍ରଭାବିତ କରିଥିଲା। ପୋଲିସ କର୍ମଚାରୀଙ୍କୁ ସଠିକ୍‌ ବାଟ ଦେଖାଇବା ପାଇଁ ସେ ଆଇପିଏସ୍‌ ହେବାକୁ ନିଷ୍ପତ୍ତି ନେଇଥିଲେ। କଠିନ ପରିଶ୍ରମ ଦ୍ୱାରା ସେ ଏହି ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri