ଘର ଛାଡ଼ି ଚାଲି ଆସି ନ ଥିଲେ ଡାକ୍ତର ହୋଇଥାନ୍ତେ କଙ୍ଗନା: ଜାଣନ୍ତୁ କେତେ ପଢ଼ିଛନ୍ତି ବଲିଉଡ୍‌ର ଏହି କୁଇନ୍‌   

ବମ୍ବେ: ବିଗତ କିଛି ଦିନ ଧରି ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ଶିବସେନା ଏବଂ ମହାରାଷ୍ଟ୍ର ପୋଲିସ ବିରୋଧରେ ଲଗାତାର ଭାବେ କଟୁ ଟିପ୍ପଣୀ ଦେଉଥିବା ଅଡୁଆରେ ଫସିଛନ୍ତି କଙ୍ଗନା। ବିବାଦକୁ ନେଇ ତାଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି।
ହିମାଚଳର ଏକ ଛୋଟ ଗାଁରେ ଜନ୍ମ ନେଇଥିବା କଙ୍ଗନା ଆଜି ସଫଳତାର ଶୀର୍ଷରେ ପହଞ୍ଚିବେ ବୋଲି ସେତେବେଳେ ହୁଏତ କେହି ଭାବି ବି ନ ଥିବେ। ହେଲେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ଶ୍ରେଷ୍ଠ ପ୍ରଦର୍ଶନ କରି ସେ ନିଜକୁ ବଲିଉଡ୍‌ର କୁଇନ୍‌ ଭାବେ ପ୍ରତିପାଦିତ କରିଛନ୍ତି।  ୨୦୦୫ରେ ମହେଶ ଭଟ୍ଟଙ୍କ ଫିଲ୍ମ ଗ୍ୟାଙ୍ଗଷ୍ଟରରୁ ବଲିଉଡ ଡେବ୍ୟୁ କରିଥିଲେ ସେ। ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।
କଙ୍ଗନା ନିଜର ପାଠପଢ଼ା ଅଧାରୁ ବନ୍ଦ କରିଦେଇଥିଲେ। ମାତ୍ର ୧୬ ବର୍ଷ ବୟସରେ ଘର ଛାଡ଼ି ଚାଲିଆସିଥିଲେ ସେ। ପରେ ଦିଲ୍ଲୀର ଏଲିଟ୍‌ ମଡେଲିଂ ଏଜେନ୍ସିଂରେ କଙ୍ଗନା ଯୋଗ ଦେଇଥିଲେ। ହେଲେ ତାଙ୍କର ସ୍ବପ୍ନ ଥିଲା ହିରୋଇନ୍‌ ହେବା।
କଙ୍ଗନା ଡିଏଭି ଚଣ୍ଡିଗଡ଼ରୁ ନିଜ ସ୍କୁଲପଢ଼ା ସାରିଛନ୍ତି। ଦ୍ୱାଦଶ ପରଠାରୁ ସେ ଆଉ ପଢ଼ି ନାହାନ୍ତି। ଏକ ସାକ୍ଷାତକାରରେ କଙ୍ଗନା କହିଥିଲେ ଯଦି ସେ ଅଭିନେତ୍ରୀ ହୋଇ ନ ଥାନ୍ତେ ତେବେ ଜଣେ ଡାକ୍ତର ହୋଇଥାନ୍ତେ।
ମାତ୍ର ୨୨ ବର୍ଷ ବୟସରେ ରାଷ୍ଟ୍ରୀୟ ପୁରସ୍କାର ପାଇଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ କଙ୍ଗନା ଜଣେ। ୨୦୦୮ ଫ୍ୟାଶନ୍‌ ଫିଲ୍ମ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଥିଲା। କେବଳ ଯେ ଅଭିନୟ ତାହା ନୁହେଁ ନିଜର ରୋକଠୋକ କଥାକୁ ନେଇ କଙ୍ଗନା ଲୋକପ୍ରିୟ। ସେ ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ ନିଜ ମନ୍ତବ୍ୟ ରଖି ଚର୍ଚ୍ଚାରେ ରହିଆସିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri