୧୩୪ କୋଟିର ମାଲିକାଣି

ବମ୍ବେ: ନୂଆ ବର୍ଷରେ ଜନ୍ମଦିନ ପାଳୁଛନ୍ତି ବଲିଉଡ୍‌ର ହଟ୍‌ ଅଭିନେତ୍ରୀ ବିଦ୍ୟା ବାଲାନ। ୧୯୭୮ ଜାନୁୟାରୀ ୧ରେ କେରଳରେ ତାଙ୍କର ଜନ୍ମ। ନିଜ ଅଭିନୟ ବଳରେ ସେ ଥରେ ରାଷ୍ଟ୍ରୀୟ ପୁରସ୍କାର ସହ ୫ ଥର ଫିଲ୍ମ ଫେୟାର ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି।

ବିଦ୍ୟାଙ୍କ ପିଲାଦିନ ବିତିଛି ବମ୍ବେରେ। ପାଠପଢ଼ା ସରିବା ପରେ ସେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ। ୨୦୧୧ରେ ଆସିଥିବା ଫିଲ୍ମ ‘ଡାଟି ପିକ୍ଚର’ ତାଙ୍କ କ୍ୟାରିୟରର ଟନିଂ ପଏଣ୍ଟ ଥିଲା। ଏଥିରେ ବୋଲ୍ଡନେସ୍‌ର ସବୁ ସୀମା ଟପିଥିଲେ ସେ। ଏହାପରଠାରୁ ସେ ଅନେକ ସଫଳ ଫିଲ୍ମ ଭେଟି ଦେଇଛନ୍ତି।

ଅଭିନୟରେ ବିଦ୍ୟା ଯେତିକି ସଫଳ, ସେତିକି ସେ ପାଉଣା ମଧ୍ୟ ନେଇଥାନ୍ତି। ମୋଟ ସମ୍ପତ୍ତି ଦେଖିଲେ ବିଦ୍ୟା ୧୩୪ କୋଟିର ମାଲିକାଣି। ଫିଲ୍ମ ସହ ଅନେକ ବିଜ୍ଞାପନରେ ସେ ନଜର ଆସିଥାନ୍ତି। ତାଙ୍କ ପାଖରେ ୧୪ କୋଟିର ଏକ ଆପାର୍ଟମେଣ୍ଟ ରହିଛି। ଏହାଛଡ଼ା ୮ କୋଟିର ଫ୍ଲାଟ୍‌ ଏବଂ ଦାମୀ କାର୍‌ମାନ ତାଙ୍କ ପାଖରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri