ରକ୍ଷାବନ୍ଧନରେ ୯୦ ବର୍ଷ ପରେ ପଡ଼ୁଛି ୪ ମହାସଂଯୋଗ, ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଶୁଭ ସମୟ

ନୂଆଦିଲ୍ଲୀ, ୧୪।୦୮: ରକ୍ଷାବନ୍ଧନ ହିନ୍ଦୁ ଧର୍ମର ଏକ ମହତ୍ତ଼୍ବପୂର୍ଣ୍ଣ ପରମ୍ପରା । ଭାଇ-ଭଉଣୀଙ୍କ ସଂପର୍କର ସେତୁ ରାକ୍ଷୀ ବୋଲି ଧରାଯାଏ । ଏହି ଦିନ ଭଉଣୀ ଭାଇକୁ ରାକ୍ଷୀ ବାନ୍ଧି ତାର ସୁରକ୍ଷାର ପ୍ରତିଜ୍ଞା ମାଗିଥାଏ । ଭାଇ ମଧ୍ୟ ପ୍ରତିଜ୍ଞା ରକ୍ଷା କରିବାକୁ କଥା ଦିଏ । ଏହି ପର୍ବ ସାରାଭାରତରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ । ଚଳିତ ବର୍ଷ ଅଗଷ୍ଟ ୧୯ ତାରିଖରେ ପଡ଼ୁଛି ରକ୍ଷାବନ୍ଧନ । ଏହି ବର୍ଷ, ପ୍ରାୟ ୯୦ ବର୍ଷ ପରେ, ରାକ୍ଷବନ୍ଧନରେ ଚାରିଟି ଶୁଭ ମହାଯୋଗ ଘଟୁଛି । ଏହି ସଂଯୋଗ ଜୀବନରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ ।

ସ଼୍ବାର୍ଥସିଦ୍ଧ ଯୋଗ: ଏହି ସ଼୍ବାର୍ଥସିଦ୍ଧ ଯୋଗ ଶୁଭ କାର୍ଯ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ଏବଂ ଅଗଷ୍ଟ ୧୯ ତାରିଖ ସକାଳ ସମୟରୁ ରାତି ୮ ଟା ୪୦ ପର୍ଯ୍ୟନ୍ତ ରହିଛି ।
ରବି ଯୋଗ: ଶୁଭ କାର୍ଯ୍ୟ ପାଇଁ ରବି ଯୋଗ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ ।
ଶୋଭାନ ଯୋଗ: ଏହି ଶୋଭନ ଯୋଗ ଶୁଭ ଏବଂ ସୁନ୍ଦରତାର ପ୍ରତୀକ
ଶ୍ରାବଣ ନକ୍ଷତ୍ର: ଶୁଭ କାର୍ଯ୍ୟ ପାଇଁ ଏହି ନକ୍ଷତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ।

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତିବର୍ଷ ଶ୍ରାବଣ ମାସ ଶୁକ୍ଲପକ୍ଷ ପୂର୍ଣ୍ଣଚନ୍ଦ୍ର ଦିନ ରାକ୍ଷାବନ୍ଧନ ପର୍ବ ପାଳନ କରାଯାଏ। ଏହି ଦିନ ଭଦ୍ରା କାଳ ମଧ୍ୟ ରହିଛି। ଯାହାକି ରାଖୀ ବାନ୍ଧିବା ପାଇଁ ଶୁଭ ସମୟ ନୁହେଁ । ଏହାକୁ ଏଡାଇବା ପାଇଁ ନିମ୍ନୋକ୍ତ ସମୟରେ ରାକ୍ଷୀ ବାନ୍ଧିବା ଭଲ ।

ଭଦ୍ରାକାଳ ଅଗଷ୍ଟ ୧୮, ସକାଳ ୨ଟା ୨୧ରୁ ଅଗଷ୍ଟ ୧୯ ତାରିଖ ଦ଼୍ବିପ୍ରହର ୧ଟା ୨୪ ପର୍ଯ୍ୟନ୍ତ ରହିଛି ।
ରାଖୀ ବାନ୍ଧିବା ପାଇଁ ଶୁଭ ସମୟ: ୧୯ ଅଗଷ୍ଟ ଦ଼୍ବିପ୍ରହର ୧ଟା ୨୬ ମିନିଟ୍‌ରୁ ସା ୬.୨୫ ମିନିଟ୍‌ ।
ବିଦ୍ର: ଏହା ଏକ ଜାତୀୟ ନ୍ୟୁଜ୍‌ ୱବ୍‌ସାଇଟ୍‌ରୁ ସଂଗୃହୀତ


Enter your email to get our daily news in your inbox.

All Right Reserved By Dharitri.Com

ବିତ୍ତୀୟ ନିଅଣ୍ଟ ୨୩,୬୫୦ କୋଟିରୁ ଊର୍ଦ୍ଧ୍ୱ

ଭୁବନେଶ୍ୱର,୧୬।୯ (ରବିନାରାୟଣ ଜେନା): ରାଜ୍ୟର ଆର୍ଥିକ ପରିସ୍ଥିତିରେ ସୁଧାର ଆସୁନାହିଁ। କେନ୍ଦ୍ରୀୟ ଅନୁଦାନ ହାର ବର୍ଷକୁ ବର୍ଷ କମୁଥିବାବେଳେ ରାଜ୍ୟର ନିଜସ୍ବ ଉତ୍ସରୁ କମ୍‌ ପରିମାଣ ରାଜସ୍ବ…

ଆସାମ, ମିଜୋରାମ, ମହାରାଷ୍ଟ୍ର ଯିବ ଏସ୍‌ଟିଏଫ୍‌ ଟିମ୍‌

ଭୁବନେଶ୍ୱର,୧୬।୯(ତ୍ରିନାଥ ମହାନ୍ତି): ୨୦୨୨ ମସିହାରେ ଆସାମର କାଚାର ଜିଲାରୁ ୨ଟି ଶାବକ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା। ୨୦୨୩ ଅକ୍ଟୋବରରେ ମିଜୋରାମର ଆଇଜଲ ଜିଲାରୁ ଗୋଟିଏ ଓରାଙ୍ଗଉଟାନ ଉଦ୍ଧାର…

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?