ଓ୍ବାଶିଂଟନ,୯।୬: ଦିନକ ପରେ ଫିଫା ବିଶ୍ୱକପ୍। ବିଶ୍ୱକପ୍ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀ ଆସି ପହଞ୍ଚି ଯାଇଛନ୍ତି। ପ୍ରସଂଶକ ନିଜ ନିଜ ଦେଶର ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଚାହିଁ ରହିଥିବା ବେଳେ ବିଶ୍ୱକପ୍ର ପ୍ରଥମ ଉଦ୍ଘାଟନୀ ମ୍ୟାଚ୍ ମେକ୍ସିକୋ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଳା ହେବ। ଏହି ପରିପ୍ରେକ୍ଷୀରେ ୨୦୨୬ ଫିଫା ବିଶ୍ୱକପ୍ର ସବୁଠାରୁ କନିଷ୍ଠ ଏବଂ ବୟସ୍କ ଖେଳାଳି ସମ୍ପର୍କରେ ଜାଣିବା
ବିଶ୍ୱକପ୍ରେ ସବୁଠାରୁ ବୟସ୍କ ଖେଳାଳି ହେଉଛନ୍ତି ସ୍କଟଲାଣ୍ଡ ଗୋଲ୍କିପର କ୍ରେଗ୍ ଗର୍ଡନ। ତାଙ୍କୁ ୪୩ ବର୍ଷ ହୋଇଥିବା ବେଳେ ଟୁର୍ନାମେଣ୍ଟର ସବୁଠାରୁ କମ୍ ବୟସ୍କ ଖେଳାଳି ମେକ୍ସିକୋର ଗିଲ୍ବର୍ଟୋ ମୋରାଙ୍କ ବୟସ ହେଉଛି ୧୭ ବର୍ଷ।
ବୟସ୍କ ଖେଳାଳିଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ (୪୧ବର୍ଷ)। ଆର୍ଜେଣ୍ଟିନାରେ ଲିଓନେଲ ମେସି (ଜୁନ୍ ୨୪ରେ ୩୯ ବର୍ଷ)ଙ୍କ ସହ ରେକର୍ଡ ୬ଷ୍ଠ ବିଶ୍ୱକପ୍ ଖେଳିବାକୁ ଯାଉଛନ୍ତି। ବିଶ୍ୱକପ୍ର ଅନ୍ୟ ୪୦ବର୍ଷ ବୟସ ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି କ୍ରୋଏସିଆ କିମ୍ବଦନ୍ତୀ ଲୁକା ମୋଡ୍ରିକ୍, ବୋସନିଆ ହର୍ଜଗୋଭିନାର ଏଡିନ୍ ଡୋକୋ, ଜର୍ମାନୀର ମାନୁଏଲ ନେଉର୍ ଏବଂ କେପ୍ ଭର୍ଡେର ଭଜିନା। ୩୯ବର୍ଷ ବୟସରେ ବିଶ୍ୱକପ୍ ଖେଳୁଥିବା ଖେଳାଳିମାନଙ୍କ ମଧ୍ୟରେ ଅଛନ୍ତି ଉରୁଗୁଏର ଫର୍ନାଣ୍ଡୋ ମୁସ୍ଲେରା, ଜାପାନର ୟୁତୋ ନାଗାତୋମୋ, ଇକ୍ୱେଡରର ହର୍ନାନ୍ ଗାଲିଣ୍ଡେଜ ଏବଂ ଇଜିପ୍ଟର ଏଲ୍ ମେହେଦି ସୋଲିମାନ।