୬୭ ବର୍ଷ ପରେ ଆମେରିକାରେ ଜଣେ ମହିଳାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ

ଓ୍ବାଶିଂଟନ୍‌,୨୦।୧୦: ୧୯୫୩ ପରେ ପ୍ରଥମଥର ପାଇଁ ଆମେରିକାରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ନେଇ ଘୋଷଣା କରାଯାଇଛି। ସେ ଜଣେ ମହିଳା। ତାଙ୍କ ନାମ ଲିସା ମଣ୍ଟଗୋମରୀ। ଅତ୍ୟନ୍ତ ନିଷ୍ଠୁର ଅପରାଧ ପାଇଁ ଡିସେମ୍ବର ୮ରେ ତାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ମୃତ୍ୟୁଦଣ୍ଡ ଦିଆଯିବ। ୨୦୦୪ରେ ଆମେରିକାର ମିସୋରୀସ୍ଥିତ ଜଣେ ଗର୍ଭବତୀ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ଏହି ହତ୍ୟା ଲିସାଙ୍କ ଦ୍ୱାରା କରାଯାଇଥିଲା। ସେ କେବଳ ହତ୍ୟା କରିନାହାଁନ୍ତି, ମୃତ ମହିଳାଙ୍କ ପେଟରୁ ପିଲା ମଧ୍ୟ ଅପହରଣ କରି ନେଇଥିଲେ। ହତ୍ୟା କରାଯାଇଥିବା ମହିଳାଙ୍କ ନାମ ବବି। ତାଙ୍କୁ ହତ୍ୟା କରାଯିବାବେଳେ ସେ ୮ ମାସର ଗର୍ଭବତୀ ଥିଲେ।
ଅଭିଯୁକ୍ତ ଲିସାଙ୍କ ଗର୍ଭପାତ ହେବା ଖବର ସେ ସ୍ବାମୀ ଏବଂ ପରିବାରକୁ ଲୁଚାଇବା ପାଇଁ ଏକ ଷଡଯନ୍ତ୍ର ରଚିଥିଲେ। କୌଣସି ସ୍ଥାନରୁ ବବି ଗର୍ଭବତୀ ଥିବା ଖବର ପାଇଁ ଲିସା କୁକୁର କିଣିବା ବାହାନାରେ ତାଙ୍କ ଘରକୁ ଯାଇଥିଲେ। କାରଣ ବବି ଏବଂ ତାଙ୍କ ସ୍ବାମୀ କୁକୁର ପ୍ରଜନନ କେନ୍ଦ୍ର ଚଳାଉଥିଲେ ଏବଂ ସେମାନେ କୁକୁର ବିକ୍ରି କରୁଥିଲେ। ବବିଙ୍କ ଘରେ ପଶିବା ପରେ ଲିସା ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ପେଟରେ ଏକ ଛୁରି ଭୁଷି ଶିଶୁକୁ ଗର୍ଭାଶୟରୁ ବାହାର କରି ନେଇଯାଇଥିଲେ। ପୋଲିସ ଲିସାଙ୍କୁ ଗିରଫ କରିବା ପରେ ସତ ପଦାକୁ ଆସିଥିଲା। ସୂଚନାଯୋଗ୍ୟ, ଶେଷଥର ପାଇଁ ୧୯୫୩ରେ ଜଣେ ବ୍ୟକ୍ତି ଆମେରିକାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେ ୭ ଦ୍ୱୀପ ମଧ୍ୟରେ ଜମ୍ବୁଦ୍ୱୀପ ଶ୍ରେଷ୍ଠ, ରାଜ୍ୟର ଗର୍ବ ଓ ଗୌରବ ବହନ କରି ଆଜି…

ମହାକାଳପଡ଼ା,୨୦ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମଚଣ୍ଡୀ ପୀଠ ନିକଟରେ ଚାଲିଥିବା ଜମ୍ବୁଦ୍ୱୀପ ମହୋତ୍ସବର ରବିବାର ଅନ୍ତିମ ସା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଫାଶ ବସାଇ ହରିଣକୁ ଶିକାରୀଙ୍କ ଗୁଳିମାଡ଼, ଜୀବନବିକଳରେ ଜନବସତି ଆଡ଼କୁ ହରିଣ ଆସିବାରୁ…

ମହାକାଳପଡ଼ା,୨୦ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସଂରକ୍ଷିତ ଜଙ୍ଗଲରେ ବହୁ ପରିମାଣରେ ହରିଣ ବାର୍‌ହା ଓ ଅନ୍ୟାନ୍ୟ ଜୀବଜନ୍ତୁ ବସବାସ କରନ୍ତି।…

US-Iran War: ହର୍ମୁଜରେ ଇରାନ ଜାହାଜର ଇଞ୍ଜିନ ରୁମକୁ କଣା କହିଦେଲା ଆମେରିକା, ଜବାବରେ ଇରାନ କଲା ଏମିତି ଆକ୍ରମଣ

ତେହରାନ,୨୦।୪: ଆମେରିକା ଏବଂ ଇରାନ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ପ୍ରୟାସ ନିରନ୍ତର ବିଫଳ ହେଉଥିବା ପରି ମନେ ହେଉଛି। ଗୋଟିଏ ପଟେ, ଇରାନ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

ସିଧା ମନାକଲା ଇରାନ, ଆମେରିକା ସହ ହେବ ନାହିଁ କୌଣସି ଶାନ୍ତି ଆଲୋଚନା

ତେହରାନ,୨୦।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ପାକିସ୍ତାନ ସହିତ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବାକୁ ମନା କରିଦେଇଛି। ଫଳରେ, ଏହି ଅଞ୍ଚଳରେ ଉତ୍ତେଜନା…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ଜନଗଣନା କାର୍ଯ୍ୟ କରୁଥିଲେ ପ୍ରଧାନଶିକ୍ଷକ, ଚାଲିଗଲା ଜୀବନ, ଅଂଶୁଘାତ ଅଭିଯୋଗ ଆଣି ସ୍ତ୍ରୀ…

ଅମରପାଲି,୨୦ା୪(ପୀତାମ୍ବର ସାହୁ): ଜନଗଣନା କାର୍ଯ୍ୟ କରୁଥିବାବେଳେ ଜଣେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ କ୍ଲଷ୍ଟର ସୁନାପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri