ଔପଦା ଡାକ୍ତରଖାନା ପରିସରରେ ଆଣ୍ଠୁଏ ପାଣି

ଔପଦା, ୧୯।୭(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଓପଦା ଡାକ୍ତରଖାନା ପରିସରରୁ ଡ୍ରେନ ନିର୍ମାଣ କାମ ଠିକ୍‌ ଭାବେ ହୋଇ ନ ଥିବାରୁ ସାମାନ୍ୟ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ନ ପାରି ଆଣ୍ଠୁଏ ଉପରେ ଜମି ରହୁଛି। ଫଳରେ ଡାକ୍ତରଖାନାକୁ ଆସୁଥିବା ରୋଗୀମାନେ ବର୍ଷାପାଣିରେ ପଶି ଆସିବାକୁ ବାଧ୍ୟ ହେଉଛନ୍ତି।
ନୀଳଗିରି ରାଜା ଔପଦା ଅଞ୍ଚଳବାସୀଙ୍କ ପାଇଁ ୧୯୪୨ ମସିହାରେ ଡାକ୍ତରଖାନା ନିର୍ମାଣ କରିଥିଲେ। ଏହି ଡାକ୍ତରଖାନା ଉପରେ ଔପଦାବାସୀଙ୍କ ସମେତ ଖଇରା ବ୍ଲକ ଓ ମୟୂରଭଞ୍ଜ ଜିଲାର କେତେକ ଅଞ୍ଚଳର ଲୋକମାନେ ନିର୍ଭର କରନ୍ତି। ଔପଦା ବ୍ଲକରେ ଥିବା ୫୦ଭାଗ ଗରିବ ଆଦିବାସୀଙ୍କ ସମେତ ବ୍ଲକକୁ ଲାଗିଥିବା ମୟୂରଭଞ୍ଜ ଅଞ୍ଚଳର ଆଦିବାସୀମାନେ ସ୍ବାସ୍ଥ୍ୟସେବା ପାଇଁ ଏଠାକୁ ଆସିଥାନ୍ତି। ଡାକ୍ତରଖାନାରେ ବର୍ଷା ପାଣି ଜମୁଥିବାରୁ ଏହାର ନିଷ୍କାସନ ଲାଗି କେତେଜଣ ଖବରଦାତା ତତ୍କାଳୀନ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଔପଦା ବ୍ଲକରେ ଭେଟି ଜଣାଇଥିଲେ। ଜିଲାପାଳ ଚକ୍ରବର୍ତ୍ତୀ ଖବରଦାତାଙ୍କ କଥାକୁ ଗୁରୁତ୍ୱ ଦେଇ ତୁରନ୍ତ ଉକ୍ତଦିନ ଡାକ୍ତରଖାନାରେ ପହଞ୍ଚତ୍ ତଦନ୍ତ କରି ବର୍ଷା ପାଣି ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଔପଦା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଡ୍ରେନ ନିର୍ମାଣ ପାଇଁ ଏଷ୍ଟିମେଟ କପି ପଠାଯିବା ପରେ ଜିଲାପାଳ ଚକ୍ରବର୍ତ୍ତୀ ଜିଲା ମିନେରାଲ ଯୋଜନାରୁ ୪ଲକ୍ଷ ୨୦ହଜାର ଟଙ୍କା ଅନୁମୋଦନ କରିଥିଲେ। ଟଙ୍କା ମଞ୍ଜୁର ପରେ ଡ୍ରେନ କାମ କିଏ କରିବ ଓ ଫଳକରେ ନାମଲେଖାକୁ ନେଇ ଦୀର୍ଘଦିନ ଟଣାଓଟରା ଚାଲିଥିଲା। ଶେଷରେ ଡ୍ରେନ ନିର୍ମାଣ ଆରମ୍ଭ ହୋଇଥିଲା। ଡ୍ରେନ୍‌ କାମ ଉଚିତ୍‌ ଭାବେ ହୋଇ ନ ଥିବାରୁ ବର୍ଷା ହେଲେ ପାଣି ଜମି ରହୁଛି। ଏନେଇ ଡ୍ରେନ କାମ ଦାୟିତ୍ୱରେ ଥିବା ବ୍ଲକ ଯନ୍ତ୍ରୀ ପ୍ରମୋଦ କୁମାର ବେହେରାଙ୍କୁ ପଚରାଯିବାରୁ କାମ ବାକି ଅଛି, ସ୍ଥିତି ଦେଖିବା ପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?