ଆଣ୍ଠୁଗଣ୍ଠି ସମସ୍ୟା ସୃଷ୍ଟି କରେ ଆଙ୍ଗୁଠି ଫୁଟାଇବା…

କାର୍ଲିଫର୍ନିଆ : କେତେକ ନିଜର ଆଙ୍ଗୁଠି ଫୁଟାଇଥାନ୍ତି। ଏହା ଦ୍ୱାରା ଆଙ୍ଗୁଠି ଜଏଣ୍ଟ ଆରାମ ଲାଗିଥାଏ। ତେବେ ବାରମ୍ବାର ଏପରି କରିବା ଦ୍ୱାରା ଆର୍ଥରାଇଟିସ୍‌ ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ ବୋଲି କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଶରୀରର ବିଭିନ୍ନ ଜଏଣ୍ଟ ମଧ୍ୟରେ ଘର୍ଷଣ କମ୍‌ କରିବା ଲାଗି ସିନୋବିୟଲ ନାମକ ଏକ ପ୍ରକାର ତରଳ ପଦାର୍ଥ ରହିଥାଏ। ଏଥିରେ କାର୍ବନ ଡାଇଅକ୍ସାଇଡ୍‌ ରହିଥାଏ। କାର୍ବନ ଡାଇଅକ୍ସାଇଡ୍‌ ଫୋଟକା ଭାବରେ ଜଏଣ୍ଟରେ ରହିଥାଏ। ତେଣୁ ଆଙ୍ଗୁଠି ଫୁଟାଇବାବେଳେ ଏହି ଫୋଟକା ଶବ୍ଦ କରି ଫୁଟିଥାଏ। ମାତ୍ର ଲଗାତାର ଏଭଳି କଲେ ସିନୋବିୟଲ ତରଳ ପଦାର୍ଥର ପରିମାଣ କମିବାରେ ଲାଗେ। ଫଳରେ ଜଏଣ୍ଟ୍‌ରେ ହାଡ଼ ସହିତ ହାଡ଼ ମଧ୍ୟରେ ଅଧିକ ଘର୍ଷଣ ହୋଇଥାଏ। ତେଣୁ ଜଏଣ୍ଟ୍‌ରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ ବୋଲି ଏହି ରିପୋର୍ଟରେ କୁହାଯାଇଛି।