Posted inଖେଳ

ଡବଲ ଝଟ୍‌କା ପରେ ସ୍ଥିତି ସମ୍ଭାଳିଲେ ରାହୁଲ-କୋହଲି

ସେଞ୍ଚୁରିଆନ୍‌,୨୬।୧୨: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଶନିବାରଠାରୁ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ ମ୍ୟାଚ୍‌। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆକୁ ୧୧୭ ରନ୍‌ର ଶତକୀୟ ଆରମ୍ଭ ଦେଇଥିଲେ ଦୁଇ ଓପନର ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ। ଅର୍ଦ୍ଧଶତକ ପୂରଣ କରି ମୟଙ୍କ (୬୦ ରନ୍‌, ୯ ଚୌକା) ୪୧ତମ ଓଭରରେ ଲୁଙ୍ଗି ଏନ୍‌ଗିଡିଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ବଲରେ ପଡ଼ିଥିଲା ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ଉଇକେଟ। ସେ ପ୍ରଥମ ବଲରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଲଗାତାର ଦୁଇ ଉଇକେଟ ପଡ଼ିବା ପରେ ରାହୁଲଙ୍କ ସହ କ୍ରିଜରେ ଯୋଗ ଦେଇଥିଲେ ଅଧିନାୟକ ବିରାଟ କୋହଲି। ଚା’ ପାନ ବିରତି ସୁଦ୍ଧା ଭାରତ ୫୭ ଓଭରରେ ୨ ଉଇକେଟ ହରାଇ ୧୫୭ ରନ୍‌ କରିଛି। ରାହୁଲ ୬୮ (୧୧ ଚୌକା) ଓ କୋହଲି ୧୯ (୨ ଚୌକା)ରନ୍‌ରେ ବ୍ୟାଟିଂ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri