ଭାଲେଟାଇନ୍ସ ଡେ’ରେ ପ୍ରେମିକାଙ୍କ ସହ ରୋମାଣ୍ଟିକ ହେଲେ ରାହୁଲ

ଆଜି ଭାଲେଣ୍ଟାଇନ୍ସ ଡେ’ ଅର୍ଥାତ୍‌ ପ୍ରେମ ଦିବସ। ଏହି ଦିନ ପ୍ରେମିକା-ପ୍ରେମିକାମାନେ ପରସ୍ପର ପ୍ରତି ଥିବା ପ୍ରେମ ପ୍ରକାଶ କରିଥାନ୍ତି। ଭାରତୀୟ କ୍ରିକେଟର୍‌ କେ.ଏଲ ରାହୁଲ ଭାଲେଣ୍ଟାଇନ୍ସ ଡେ ଅବସରରେ ସୋସିଆଲ ମିଡିଆରେ ନିଜର ଗର୍ଲଫ୍ରେଣ୍ଡ ତଥା ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କୁ ସହ ଫଟୋ ଶେୟାର କରିଛନ୍ତି। ଫଟୋରେ ଉଭୟଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ଦେକତ୍ବାକୁ ମିଳିଛି। ଆଥିଆ ମଧ୍ୟ ରାହୁଲଙ୍କୁ ତାଙ୍କର ବିଶେଷ ଶୈଳୀରେ ଭାଲେଣ୍ଟାଇନ୍ସ ଡେ’ ଜଣାଇଛନ୍ତି। ଉଭୟ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି।
କେ.ଏଲ ରାହୁଲ ତାଙ୍କ ଇନଷ୍ଟାଗ୍ରାମରେ ଏକ ଥ୍ରୋବ୍ୟାକ ସେଲଫି ପୋଷ୍ଟ କରିଛନ୍ତି। ଏହି ସେଲଫିରେ ଉଭୟ ଆଥିଆ ଏବଂ ରାହୁଲ ଏକାଠି ଅଛନ୍ତି। ଫଟୋ ଶେୟାର କରି ରାହୁଲ ଲେଖିଛନ୍ତି, ହାପି ଲଭ୍‌ ଡେ’। ଆଥିଆ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖି ଏକ ହୃଦୟ ଇମୋଜି ପୋଷ୍ଟ କରିଥିଲେ।
ହାମଷ୍ଟ୍ରିଂ ଆଘାତ ହେତୁ ରାହୁଲ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି -୨୦ ସିରିଜରୁ ବାଦ ପଡିଛନ୍ତି। ଫେବୃୟାରୀ ୯ରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରୁଥିବାବେଳେ ସେ ଆହତ ହୋଇଥିଲେ।

Share