କ୍ରିକେଟ୍‌ରେ ‘ଡାଇମଣ୍ଡ-ଡକ ଆଉଟ୍‌’ କ’ଣ ଜାଣନ୍ତି

ମୁମ୍ବାଇ,୮।୫: ଆଇପିଏଲ ୨୦୨୨ରେ କେ.ଏଲ ରାହୁଲ ଭଲ ଫର୍ମରେ ଅଛନ୍ତି। ସେ ଲକ୍ଷ୍ନୌ ସୁପର୍‌ ଜିଆଣ୍ଟ୍ସ ଦଳ ପାଇଁ ସର୍ବାଧିକ ରନ ସ୍କୋରର, କିନ୍ତୁ ଏହା ସତ୍ତ୍ୱେ ସେ ତାଙ୍କ ନାମରେ ଏକ ଖରାପ ରେକର୍ଡ କରିଛନ୍ତି।
ଆଇପିଏଲ ୨୦୨୨ରେ, କେ.ଏଲ ରାହୁଲ ତିନିଥର ଖାତା ନ ଖୋଲି ପାଭିଲିୟନକୁ ଫେରିଛନ୍ତି। କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ‘ଶୂନ’ରେ ଆଉଟ୍‌ ହୋଇଥିଲେ। ବିଶେଷ କଥା ହେଉଛି ସେ ଏଥିପାଇଁ କୌଣସିି ବଲ ଖେଳି ନାହାଁନ୍ତି। ଏପରି ଆଉଟ୍‌କୁ ‘ଡାଇମଣ୍ଡ-ଡକ’ କୁହାଯାଏ। ରାହୁଲଙ୍କ ସହ ବ୍ୟାଟିଂ କରୁଥିବା କ୍ୱିଣ୍ଟନ ଡି କକ ଇନିଂସର ପ୍ରଥମ ଓଭରରେ ଏକ ରନ ନେବାକୁ ଚାହୁଁଥିଲେ, ସେ କ୍ରିଜ ଅତିକ୍ରମ କରିଥିଲେ। କିନ୍ତୁ ଶ୍ରେୟସ ଆୟର ତାଙ୍କ ଆଡକୁ ଆସୁଥିବାର ଦେଖି ସେ ଅଧା ବାଟରୁ ଫେରିଯାଇଥିଲେ। ସେତେବେଳକୁ ରାହୁଲ ଅଧା କ୍ରିଜରେ ପହଞ୍ଚି ସାରିଥିଲେ ଏବଂ ଆୟର୍‌ଙ୍କ ସିଧା ଥ୍ରୋରେ କେ.ଏଲ ରାହୁଲ ରନ୍‌ଆଉଟ୍‌ ହୋଇଥିଲେ।
ଆଇପିଏଲ ୨୦୨୨ରେ କେଏଲ ରାହୁଲ ତୃତୀୟ ଥର ପାଇଁ ସେ ଶୂନରେ ଆଉଟ୍‌ ହୋଇଛନ୍ତି। କିନ୍ତୁ ସେ ଚଳିତ ଆଇପିଏଲ୍‌ରେ ୧୧ଟି ମ୍ୟାଚରେ ୪୫୧ ରନ ସଂଗ୍ରହ କରିଛନ୍ତି। ଏଥିରେ ୨ଟି ଶତକ ସାମିଲ ଅଛି।
‘ଡାଇମଣ୍ଡ-ଡକ ଆଉଟ୍‌’ କ’ଣ
ଯଦି କୌଣସି ବ୍ୟାଟ୍ସମ୍ୟାନ୍‌ କୌଣସି ଆଇନଗତ ବଲ୍‌ର ସାମ୍ନା ନ କରି ଆଉଟ୍‌ ହୁଅନ୍ତି, ତେବେ ତାହାକୁ ‘ଡାଇମଣ୍ଡ-ଡକ ଆଉଟ୍‌’ କୁହାଯିବ। ଏହା ସାଧାରଣତଃ ଷ୍ଟ୍ରାଇକ ନେଉଥିବା ବ୍ୟାଟ୍ସମ୍ୟାନଙ୍କ ବିପରୀତ ପାର୍ଶ୍ୱରେ ଥିବା କ୍ରିକେଟର୍‌ଙ୍କ ସହ ଘଟିଥାଏ। ଯଦି ଜଣେ ବ୍ୟାଟ୍ସମ୍ୟାନ ବ୍ୟାଟିଂ ସମୟରେ ଓ୍ବାଇଡ୍‌ ବଲ୍‌ରେ ଷ୍ଟମ୍ପିଂ ହୋଇଥା’ନ୍ତି, ତେବେ ତାହାକୁ ମଧ୍ୟ ‘ଡାଇମଣ୍ଡ-ଡକ ଆଉଟ୍‌’ ଭାବରେ ବିବେଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri