Categories: ଖେଳ

୪ ମାସ ହେଲା ଖେଳିନାହାନ୍ତି ଗୋଟିଏ ବି ମ୍ୟାଚ୍‌; ହେଲେ ଟି୨୦ ର଼୍ୟାଙ୍କିଂରେ ଗୋଟିଏ ପାହାଚ ଉପରକୁ ଚଢ଼ିଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌; କୋହଲି…

ନୂଆଦିଲ୍ଲୀ,୮।୭: ନିକଟରେ ପ୍ରକାଶ ପାଇଥିବା ଆଇସିସି ଟି୨୦ ଅନ୍ତଃରାଷ୍ଟ୍ରୀୟ ର଼୍ୟାଙ୍କିଂରେ ଭାରତୀୟ ଅଧିନାୟକ ବିରାଟ କୋହଲି ନିଜର ପୂର୍ବସ୍ଥାନ ବଜାୟ ରଖିଛନ୍ତି। ସେହିଭଳି ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌. ରାହୁଲ ଗୋଟିଏ ପାହାଚ ଉପରକୁ ଉଠି ୬ଷ୍ଠ ସ୍ଥାନରେ ପହଞ୍ଚିଥିବା ଦେଖାଯାଇଛି। ହେଲେ ଉଭୟ ୪ ମାସ ମଧ୍ୟରେ ଗୋଟିଏ ବି ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳି ନାହାନ୍ତି।

୨୦୨୧ ମାର୍ଚ୍ଚ ୨୦ରେ ବିରାଟ ନିଜର ଶେଷ ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଇଂଲଣ୍ଡ ବିପକ୍ଷରେ ଖେଲିଥିଲେ। କେଏଲ୍‌ ଉକ୍ତ ସିରିଜରେ ୧୮ ମାର୍ଚ୍ଚରେ ଖେଳିଥିଲେ। ଏହାପରେ ୪ ମାସ ଧରି ସେମାନେ ଖେଳି ନ ଥିଲେ ହେଁ ଆଇସିସିର ଶୀର୍ଷ ୧୦ ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ୫ମ ସ୍ଥାନରେ କୋହଲି ୭୬୨ ଅଙ୍କ ପାଇ ଅଛନ୍ତି। କେଏଲ୍‌ ୭୪୩ ଅଙ୍କ ପାଇ ୬ଷ୍ଠ ସ୍ଥାନରେ ଅଛନ୍ତି। ଉଭୟଙ୍କ ବ୍ୟତିତ ଅନ୍ୟ କୌଣସି ଭାରତୀୟ ଖେଳାଳି ଶୀର୍ଷ ୧୦ରେ ସ୍ଥାନ ପାଇ ନାହାନ୍ତି।

ଦିନିକିଆ ର଼୍ୟାକିଂରେ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମା ଶୀର୍ଷ ୫ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି। କୋହଲି ବାବର ଆଜମଙ୍କ ପରେ ଦ୍ୱିତୀୟ ଏବଂ ରୋହିତ ତୃତୀୟ ସ୍ଥାନରେ ଅଛନ୍ତି। ଏମାନଙ୍କ ବ୍ୟତିତ ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରାହ ଶୀର୍ଷ ୧୦ ତାଲିକାରେ ସାମିଲ ହୋଇଛନ୍ତି।

Share