Categories: ଖେଳ

କେ.ଏଲ୍‌.ଙ୍କୁ ପ୍ରଶଂସକ ପଚାରିଲେ ପ୍ରଶ୍ନ: ଭାଉଜ କ’ଣ କୋଲକାତାରେ…

କୋଲକାତା, ୨୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ଲେଅଫ୍‌ରେ ୪ ଟିମ୍‌ ମଧ୍ୟରେ ମୁକାବିଲା ହେବା ପରେ ବିଜେତା ଦୁଇ ଦଳ ଫାଇନାଲ ଖେଳିବେ। ତେବେ ଏହି ତାଲିକାରେ ନୂଆ ଟିମ୍‌ ଗୁଜରାଟ ଟାଇଟନ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବ୍ୟତିତ ରାଜସ୍ଥାନ ରୟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରହିଛି। ବୁଧବାର ଲକ୍ଷ୍ନୌ ଏବଂ ବାଙ୍ଗାଲୋର ମଧ୍ୟରେ ଏଲିମିନେଟର ମୁକାବିଲା କୋଲକାତାରେ ଖେଳାଯିବ। ଏଥିଲାଗି ଉଭୟ ଟିମ୍‌ କୋଲକାତାରେ ପହଞ୍ଚିସାରିଛନ୍ତି। ଏସବୁ ମଧ୍ୟରେ ପୁଣି ଥରେ ସୋସିଆଲ ମିଡିଆରେ ଲକ୍ଷ୍ନୌ ଅଧିନାୟକ କେଏଲ୍‌ ରାହୁଲ ଏବଂ ତାଙ୍କ ପ୍ରେମିକା ଆଥିୟା ସେଟ୍ଟୀ ଟ୍ରେଣ୍ଡ କରୁଛନ୍ତି।

ଆଥିୟା ନିଜର ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ କମେଣ୍ଟ କରି ବାପା ତଥା ଅଭିନେତା ସୁନୀଲ ସେଟ୍ଟୀ ଏବଂ ରାହୁଲ ହୃଦୟ ଇମୋଜୀ ଦେଇଛନ୍ତି। ଏଥିସହ ଆଥିୟା ଏକ ସ୍କେଚ୍‌ ମଧ୍ୟ ଶେୟାର କରିଛନ୍ତି। ସେଥିରେ ସେ ରାହୁଲଙ୍କୁ କୁଣ୍ଢାଇ ଥିବା ଦେଖାଯାଇଛି। ତେବେ ଏହି ଫଟୋ ଏକ ଭାଇରାଲ ହେଉଥିବା ବେଳେ କିଛି ବ୍ୟବହାରକାରୀ ରାହୁଲଙ୍କୁ ଭାଉଜ କୋଲକାତାରେ କି ବୋଲି ପ୍ରଶ୍ନ ପଚାରୁଛନ୍ତି। ତେବେ ଆଗାମୀ ମ୍ୟାଚ୍‌ ଦେଖିବାକୁ ସେ ଆସିଥିବା ଆଶଙ୍କା କରାଯାଉଛି।

Share