Categories: ଖେଳ

ଡିସି ବନାମ କେକେଆର୍‌; ଜାଣନ୍ତୁ କେବେ-କେଉଁଠି ଦେଖିବେ ଏହି କ୍ୱାଲିଫାୟାର-୨ ମୁକାବିଲା..

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ ୨୦୨୧ର କ୍ୱାଲିଫାୟାର-୨ ମ୍ୟାଚ୍‌ ବୁଧବାର ଖେଳାଯିବ। ଏଥିରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)। ଉଭୟ ଟିମ୍‌ ପାଇଁ ଏହି ମ୍ୟାଚ୍‌ର ଗୁରୁତ୍ୱ ରହିଥିବା ବେଳେ ଜିତିବା ଟିମ୍‌ ଅକ୍ଟୋବର ୧୫ରେ ଚେନ୍ନାଇ ସୁପରକିଙ୍ଗ୍ସ ସହ ଫାଇନାଲ ଖେଳିବ।

ଆସନ୍ତୁ ଜାଣିବା ଏହି ମ୍ୟାଚ୍‌ର ଲାଇଭ୍‌ କେତେବେଳେ ଏବଂ କେଉଁଠି ଦେଖିବେ…

କେତେବେଳେ ଖେଳାଯିବ?
କେକେଆର୍‌ ଏବଂ ଡିସି ମଧ୍ୟରେ ମ୍ୟାଚ୍‌ ବୁଧବାର ଅର୍ଥାତ ଅକ୍ଟୋବର ୧୩ରେ ଖେଳାଯିବ।

କେଉଁଠି ଖେଳାଯିବ?
ଶାରଜା କ୍ରିକେଟ ଷ୍ଟାଡିୟମରେ ଏହି ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍‌ ଖେଳାଯିବ।

କେତେବେଳେ ଆରମ୍ଭ ହେବ?
ଭାରତୀୟ ସମୟ ସନ୍ଧ୍ୟା ୭.୩୦ ମିନିଟରେ ମ୍ୟାଚ୍‌ ଆରମ୍ଭ ହେବ। ୭ଟାରେ ଟସ୍‌ ପଡ଼ିବ।

ପ୍ରସାରଣ କେଉଁ ଚ୍ୟାନେଲରେ ହେବ?
ଏହି ମ୍ୟାଚ୍‌ର ପ୍ରସାରଣ ଷ୍ଟାର ସ୍ପୋଟ୍ସ ନେଟ୍‌ଓ୍ବାର୍କରେ ହେବ।

ଲାଇଭ୍‌ ଷ୍ଟ୍ରିମିଂ କେଉଁଠି ଦେଖିବେ?
ମ୍ୟାଚ୍‌ର ଲାଇଭ୍‌ ଷ୍ଟ୍ରିମିଂ ଡିଜନି+ହଟ୍‌ଷ୍ଟାରରେ ଦେଖିପାରିବେ। ନଚେତ ଅନ୍‌ଲାଇନ୍‌ରୁ ଆପଣ ଏହାର ଅପ୍‌ଡେଟ୍‌ ପାଇପାରିବେ।

 

Share