Posted inଖେଳ

ଝାଡୁଦାରରୁ କ୍ରିକେଟର, ଭାଗ୍ୟ ବଦଳାଇ ଦେଲେ ଶାହରୁଖ୍‌ ଖାନ୍

ଅନେକ କ୍ରିକେଟର ଅଛନ୍ତି ଯେଉଁମାନେ ଆର୍ଥିକ ସଙ୍କଟ ମଧ୍ୟରୁ ଆସି ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି। ସେହିଭଳି ଜଣେ କ୍ରିକେଟର୍‌ ହେଉଛନ୍ତି ରିଙ୍କୁ ସିଂ। ସେ ୟୁପି ପାଇଁ ରଣଜୀ ଟ୍ରଫି ଏବଂ କୋଲକାତା ନାଇଟ ରାଇଡର୍ସ ପାଇଁ ଆଇପିଏଲ ଖେଳୁଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ଆଇପିଏଲରେ ଖେଳିବା ପୂର୍ବରୁ ଅତ୍ୟନ୍ତ ଗରିବ ଥିଲେ ମାତ୍ର ଦୁଇବର୍ଷ ହେବ ତାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି।
ବାମହାତୀ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ୧୯୯୭ ମସିହାରେ ଆଲିଗଡରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଘର ଘର ବୁଲି ଗ୍ୟାସ୍‌ ସିଲିଣ୍ଡର ଦିଅନ୍ତି। ତାଙ୍କ ୫ ଭାଇଭଉଣୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ରିଙ୍କୁ ତୃତୀୟ। ତାଙ୍କ ବଡ ଭାଇ ଏକ ଅଟୋ ରିକ୍ସା ଚଳାଉଥିବାବେଳେ ଅନ୍ୟ ଭାଇ ଏକ କୋଚିଂ ସେଣ୍ଟରରେ କାମ କରନ୍ତି। ରିଙ୍କୁ ଜଣେ କ୍ରିକେଟର୍‌ ହେବାକୁ ଚାହୁଁଥିଲେ। କିନ୍ତୁ ଆର୍ଥିକ ସଙ୍କଟ ଯୋଗୁ ସେ ଟ୍ରେନିଂ ନେଇପାରି ନ ଥିଲେ। ଟଙ୍କା ରୋଜଗାର ପାଇଁ ବଡ ଭାଇ ତାଙ୍କୁ କହିଥିଲେ। ୯ମ ଫେଲ୍‌ ଯୋଗୁ ତାଙ୍କୁ ଝାଡୁଦାର ପାଇଁ ଅଫର୍‌ ମିଳିଥିଲା। ପରେ ରିଙ୍କୁ ଅନୁଭବ କରିଥିଲେ ଯେ ବର୍ତ୍ତମାନ ସେ କେବଳ କ୍ରିକେଟ ମାଧ୍ୟମରେ ନିଜ ଜୀବନକୁ ପରିବର୍ତ୍ତନ କରିପାରିବେ। ରିଙ୍କୁ ୨୦୧୫ ରଣଜୀ ଟ୍ରଫି ମଧ୍ୟ ଖେଳିଥିଲେ। ରଣଜୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିଲେ। ୟୁପି ଅଣ୍ଡର ୧୯ ଟିମରୁ ରିଙ୍କୁ ସିଂ ଯାହା ଟଙ୍କା ପାଉଥିଲେ, ସେ ଘରର ଖର୍ଚ୍ଚ ଦେଉଥିଲେ। କିନ୍ତୁ ପ୍ରଥମ ଶ୍ରେଣୀ କ୍ରିକେଟରେ ରିଙ୍କୁ ସିଂ ବ୍ୟାଟିଂ ଜାରି ରଖିଥିଲେ ଏବଂ ୨୦୧୮ ମସିହାରେ ତାଙ୍କ ଜୀବନ ବଦଳି ଯାଇଥିଲା।
୨୦୧୮ ଆଇପିଏଲ ନିଲାମରେ ରିଙ୍କୁ ସିଂଙ୍କ ଜୀବନ ବଦଳିଗଲା। ରିଙ୍କୁ ସିଂଙ୍କୁ ଶାହରୁଖ ଖାନଙ୍କ ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ୮୦ ଲକ୍ଷ ଟଙ୍କାରେ କିଣିଥିଲା। ଶାହାରୁଖ୍‌ ହିଁ ତାଙ୍କ ଜୀବନ ବଦଳାଇ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri