ଗାୟକ ହେବା ପାଇଁ ଭଲ ଚାକିରି ଛାଡିଦେଇ ଥିଲେ କେକେ: ଏହି ସୁପରହିଟ୍‌ ଗୀତ ବଦଳାଇ ଦେଇଥିଲା ଜୀବନର ଗତିପଥ

ବଲିଉଡର ପ୍ରସିଦ୍ଧ ପ୍ଲେ ବ୍ୟାକ୍‌ ସିଙ୍ଗର କୃଷ୍ଣକୁମାର କୁନ୍ନାଥ ୧୯୬୮ ମସିହା ୨୩ ଅଗଷ୍ଟରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଇଣ୍ଡଷ୍ଟ୍ରିରେ କେ.କେ. କେବଳ ହିନ୍ଦୀରେ ନୁହେଁ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ, ମରାଠୀ, ବେଙ୍ଗଲୀ ଏବଂ ଗୁଜୁରାଟୀ ଫିଲ୍ମ ପାଇଁ ମଧ୍ୟ ଗୀତ ଗାଇଛନ୍ତି।

୧୯୯୯ କ୍ରିକେଟ ବିଶ୍ୱକପ୍‌ ସମୟରେ ଭାରତୀୟ ଦଳକୁ ସମର୍ଥନ କରିବା ପାଇଁ ସେ ‘ଜୋସ ଅଫ ଇଣ୍ଡିଆ’ ଗୀତ ମଧ୍ୟ ଗାଇଥିଲେ। ତାଙ୍କର ଏହି ଗୀତରେ ଅନେକ ଭାରତୀୟ କ୍ରିକେଟର ନଜର ଆସିଥିଲେ। ଏହା ପରେ କେ.କେ ମ୍ୟୁଜିକ ଆଲବମ ‘ପଲ’ ସହିତ ଗାୟକ ଭାବରେ ତାଙ୍କର କ୍ୟାରିଅର୍‌ ଆରମ୍ଭ କରିଥିଲେ । ତାଙ୍କ ଗୀତଗୁଡ଼ିକୁ ଶ୍ରୋତାମାନେ ବହୁତ ପସନ୍ଦ କରନ୍ତି । ତେବେ ତାଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସହ ଜଡିତ କିଛି ବିଶେଷ କଥା ।

ବର୍ତ୍ତମାନ ଯେଉଁଠାରେ ଅଭିନେତା ତଥା ନିର୍ଦ୍ଦେଶକ, ନିର୍ମାତା, ଗାୟକ, କୋରିଓଗ୍ରାଫରମାନେ କ୍ୟାମେରା ଆଗରେ ଚର୍ଚ୍ଚାରେ ରହିଥା’ନ୍ତି, କେ.କେ ଏପରି ଜଣେ ଗାୟକ ଯିଏ ନିଜକୁ ବିବାଦରୁ ଦୂରେଇ ରଖନ୍ତି। ସେ କ୍ୟାମେରା ଆଗକୁ ଆସିବାକୁ ପସନ୍ଦ କରନ୍ତି ନାହିଁ । କେ.କେ ତାଙ୍କ କାର୍ଯ୍ୟ କରିଥାନ୍ତି। ହେଲେ ଗଣମାଧ୍ୟମ ସାମ୍ନାରେ ରହିବାକୁ ଠିକ୍‌ ମନେ କରି ନ ଥାନ୍ତି।

ସ୍ନାତକୋତ୍ତର ସମାପ୍ତ ପରେ କେ.କେ ମାର୍କେଟିଂ କାର୍ଯ୍ୟନିର୍ବାହୀ ଭାବରେ କାର୍ଯ୍ୟ କରୁଥିଲେ। ହେଲେ ବଲିଉଡକୁ ଆସିବା ତାଙ୍କ ଭାଗ୍ୟରେ ଲେଖାଯାଇଥିଲା। ଏଭଳି ପରିସ୍ଥିତିରେ ସେ ଚାକିରି ଛାଡି ବଲିଉଡକୁ ଆସିଥିଲେ। ରଚନା ଲେସଲି ଲୁଇସଙ୍କ ସହ ମିଶି ସେ ଆଲବମ ‘ପଲ’ କରିଥିଲେ ଏବଂ ଏହି ଗୀତ ଦର୍ଶକଙ୍କ ହୃଦୟ ଜିତିଥିଲେ। ଏହା କେ.କେଙ୍କ ପାଇଁ ବଲିଉଡର ଗେଟ୍‌ ଖୋଲି ଦେଇଥିଲା।

ଫିଲ୍ମ ‘ହମ ଦିଲ ଦେ ଚୁକେ ସାନମ’ର ଗୀତ ‘ତଡପ ତଡପ’ରୁ କେ.କେ ବଲିଉଡରେ ଏକ ବଡ ବ୍ରେକ୍‌ ପାଇଥିଲେ। ଯଦିଓ ତାଙ୍କର ଡେବ୍ୟୁ ‘ମାଚିସ’ ଫିଲ୍ମରେ‘ଛୋଡ ଆଏ ହମ’ ଥିଲା। ଯେଉଁଥିରେ ସେ କେବଳ ଦୁଇଟି ଧାଡି ଗାଇଥିଲେ। ସେହିସମୟରେ ସେ କିଛି ଗୀତ ଗାଇଥିଲେ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇ ନ ଥିଲେ। କେ.କେ ତାଙ୍କ ପିଲାଦିନେ ଭଲପାଉଥିବା ଜ୍ୟୋତି କୃଷ୍ଣଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ।

Share