ପଞ୍ଚଭୂତରେ ବିଲୀନ କେକେଙ୍କ ପାର୍ଥିବ ଶରୀର

ବଲିଉଡର ପ୍ରସିଦ୍ଧ ଗାୟକ କେକେଙ୍କ ପାର୍ଥତ୍ବ ଶରୀର ଗୁରୁବାର ପଞ୍ଚଭୂତରେ ବିଲୀନ ହୋଇଛି। ଭର୍ସୋଭା ଶ୍ମଶାନରେ କେକେଙ୍କ ପୁଅ ପିତାଙ୍କୁ ମୁଖାଗ୍ନି ଦେଇଥିଲେ। କେକେଙ୍କ ହଜାର ହଜାର ପ୍ରଶଂସକ ତାଙ୍କ ଅନ୍ତିମ ଯାତ୍ରାରେ ଯୋଗ ଦେଇଥିଲେ। ଏହି ସମୟରେ ତାଙ୍କ ପ୍ରଶଂସକମାନେ ବହୁତ ଭାବପ୍ରବଣ ନଜର ଆସିଥିଲେ। ‘କେକେ ଅମର ରହେ’ର ସ୍ଲୋଗାନରେ ଶ୍ମଶାନ ଘାଟ କମ୍ପିଥିଲା।
କେକେଙ୍କ ଶେଷ ଦର୍ଶନ ପାଇଁ ବଲିଉଡ୍‌ ଅନେକ କଣ୍ଠଶିଳ୍ପୀ ଭର୍ସୋଭାରେ ପହଞ୍ଚିଥିଲେ। ଶଙ୍କର ମହାଦେବନ, ଅଭଜିତ୍‌ ଭାଟ୍ଟାଚାର୍ଯ୍ୟ, ଅଳକା ୟାଗ୍‌ନିକ୍‌, ଶ୍ରେୟା ଘୋଷାଲ, ଜାଭେଦ ଅଲ୍ଲୀ, ସଲିମ ମର୍ଚ୍ଚାଣ୍ଟ୍‌ ପ୍ରମୁଖ କେକେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ମଙ୍ଗଳବାର ବିଳମ୍ବିତ ରାତିରେ କୋଲକାତାରେ ଲାଇଭ କନ୍‌ସର୍ଟ ପରେ ହୃଦ୍‌ଘାତରେ କେକେଙ୍କ ପରଲୋକ ଘଟିଥିଲା। ମାତ୍ର ୫୩ ବର୍ଷ ବୟସରେ କେକେଙ୍କ ଦେହାନ୍ତ ଖବର ଫ୍ୟାନ୍ସ ତଥା ବଲିଉଡ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରି ଦେଇଥିଲା। କେକେଙ୍କ ମୃତଦେହ ପୋଷ୍ଟମର୍ଟମ ପରେ ପଶ୍ଚିମବଙ୍ଗର ରବୀନ୍ଦ୍ର ସଦନରେ ତାଙ୍କୁ ତୋପ ସଲାମୀ ଦିଆଯାଇଥିଲା।

Share