କିଟ୍‌ର ବିଭିନ୍ନ ଷ୍ଟାଡିୟମ ଲୋକାର୍ପିତ

ଭୁବନେଶ୍ୱର,୧୮।୨ (କ୍ରୀଡ଼ା ପ୍ରତିନିଧି): କିସ୍‌ ବିଶ୍ୱବିଦ୍ୟାଳୟ ୨ୟ ଏବଂ କିସ୍‌-ଭୁବନେଶ୍ୱରର ୪ର୍ଥ କ୍ୟାମ୍ପସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ଏଥିସହ ଭାରତର ବିଶିଷ୍ଟ କ୍ରୀଡ଼ା ପ୍ରତିଭା ଓ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କିଟ୍‌ର ବିଭିନ୍ନ ଷ୍ଟାଡିୟମ ଓ ଭିତ୍ତିଭୂମିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ପୂର୍ବରୁ କିସ୍‌-ଭୁବନେଶ୍ୱର ଓ କିସ୍‌ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍‌ ଥିବା ବେଳେ ଏବେ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍‌ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଏହି କ୍ୟାମ୍ପସରେ ଏକାଡେମିକ୍‌ ବିଲ୍‌ଡିଂ, ବୃହତ୍‌ ଲାଇବ୍ରେରି, ୩ ହଜାର ଛାତ୍ର ରହିବା ଭଳି ଛାତ୍ରାବାସ, ୩ ହଜାର ଛାତ୍ରୀ ରହିବା ଭଳି ଛାତ୍ରୀନିବାସର ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ବିଏମ୍‌ସି ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କିଟ୍‌-କିସ୍‌ରେ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ବହୁ ଉପଯୋଗୀ ଇନ୍‌ଡୋର ଷ୍ଟାଡିୟମ ଓ କିଟ୍‌ କ୍ରିକେଟ ଷ୍ଟାଡିୟମ, ଦିଲୀପ ତିର୍କୀ ହକି ଷ୍ଟାଡିୟମ, ଅଭିନବ ବିନ୍ଦ୍ରା ଇନ୍‌ଡୋର ଶୁଟିଂ ରେଞ୍ଜ, ରାହୁଲ ବୋଷ ରଗ୍‌ବୀ ଷ୍ଟାଡିୟମ, ଦେବାଶିଷ ଓ ଶିବସୁନ୍ଦର ଷ୍ଟାଣ୍ଡ, ବିଶ୍ୱନାଥନ୍‌ ଆନନ୍ଦ ଅନ୍ତର୍ଜାତୀୟ ଚେସ୍‌ ହଲ୍‌, ଲିଆଣ୍ଡର ପେସ୍‌ ଟେନିସ୍‌ ଷ୍ଟାଡିୟମ, ଦୂତି ଚାନ୍ଦ ଆଥ୍‌ଲେଟିକ ଷ୍ଟାଡିୟମ, ଅମିୟ ମଲ୍ଲିକ୍‌ ଆଥ୍‌ଲେଟିକ ଷ୍ଟାଣ୍ଡ, ଶ୍ରାବଣୀ ନନ୍ଦ ଷ୍ଟାଣ୍ଡ, ମିନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ୍‌, ପ୍ରମୋଦ ଭଗତ ବ୍ୟାଡ୍‌ମିଣ୍ଟନ ଇନ୍‌ଡୋର ହଲ୍‌, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଫୁଟବଲ ଷ୍ଟାଡିୟମ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଏଥିରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଆର୍‌. ଭିନିଲ୍‌ କ୍ରିଷ୍ଣା, ପଦ୍ମଭୂଷଣ ଲିଆଣ୍ଡର ପେସ୍‌, ରଗ୍‌ବୀ ଇଣ୍ଡିଆ ସଭାପତି ରାହୁଲ ବୋଷ, ହକି ଇଣ୍ଡିଆ ସଭାପତି ଦିଲ୍ଲିପ ର୍ତିକୀ, ଅଲିମ୍ପିଆନ ଦୂତି ଚାନ୍ଦ, ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି, ଅର୍ଜୁନ ପୁରସ୍କାରପ୍ରାପ୍ତ ସାଇକ୍ଲିଷ୍ଟ ମିନତି ମହାପାତ୍ର, ଆଥଲେଟ୍‌ ଅମୀୟ ମଲ୍ଲିକ, ସର୍ବଭାରତୀୟ ଚେସ୍‌ ଫେଡେରେଶନ ସମ୍ପାଦକ ଭରତ ସିଂ ଚୌହାନ, ଅନ୍ତର୍ଜାତୀୟ ମହିଳା ଫୁଟବଲର ଶ୍ରଦ୍ଧାଞ୍ଜଳି ସାମନ୍ତରାୟପ୍ରମୁଖ ଉପସ୍ଥିତ ଥିଲେ। ପଦ୍ମ ବିଭୂଷଣ ବିଶ୍ୱନାଥନ୍‌ ଆନନ୍ଦ, ପଦ୍ମଭୂଷଣ ଅଭିନବ ବିନ୍ଦ୍ରା, ଅଲିମ୍ପିଆନ ଶ୍ରାବଣୀ ନନ୍ଦ ଏବଂ ପାରା ଅଲିମ୍ପିଆନ ପ୍ରମୋଦ ଭଗତ ପ୍ରମୁଖ ଭର୍ଚୁଆଲରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହିସବୁ ଭିତ୍ତିଭୂମିର ଲୋକାର୍ପଣ କରିଥିବାରୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କିଟ୍‌ ଓ କିସ୍‌ରେ ଏତେଗୁଡିଏ କ୍ରୀଡ଼ା ଭିତ୍ତିଭୂମିକୁ ଏକାଥରକେ ଦେଶର ଖ୍ୟାତିସମ୍ପନ୍ନ କ୍ରୀଡ଼ା ପ୍ରତିଭାଙ୍କ ନାମରେ ଉତ୍ସର୍ଗ କରାଯିବା ସମଗ୍ର ଦେଶରେ ଅନନ୍ୟ। ଏହା କ୍ରୀଡ଼ା କ୍ଷେତ୍ରରେ ଏକ ମାଇଲ୍‌ ଖୁଣ୍ଟ ହୋଇ ରହିବ ବୋଲି ଅଚ୍ୟୁତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri