ଉଡ଼ି ଉଡ଼ି ଉଡ଼ି..

ଢେଙ୍କାନାଳ ଅଫିସ, ୧୪।୧: ‘ଉଡ଼ି ଉଡ଼ି ଉଡ଼ି ଯାରେ ଉଡ଼ି… ଏ ମୋର ଗୁଡ଼ି…’ ଆଜି ବି ଏହି ଗୀତ ଶ୍ରୋତାଙ୍କୁ ନେଇଯାଏ ସତୁରି ଦଶକକୁ। ସୁର ସମ୍ରାଟ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଝରି ଆସିଥିବା ଏହି ଗୀତ ବାଜିଲେ ଆଖି ଆଗରେ ନାଚିଯାଏ ରଙ୍ଗବେରଙ୍ଗର ଗୁଡ଼ି, ନଟେଇ, ମାଞ୍ଜା ସୂତା ଏବଂ ଗୁଡ଼ି ଉଡ଼ାଉଥିବା ମଣିଷଙ୍କ ଚେହେରା। ମକର ସଂକ୍ରାନ୍ତି ଆସୁଆସୁ ଆରମ୍ଭ ହୋଇଯାଏ ଗୁଡ଼ିଉଡ଼ା ପର୍ବ। ଖାଲି ପଡ଼ିଆ, ନଦୀପଠା, ଛାତରେ ପିଲାମାନେ ଦଳବାନ୍ଧି ଏଥିରେ ସାମିଲ ହୁଅନ୍ତି। ଚଳିତବର୍ଷ କରୋନା ପାଇଁ ଏହା ଫିକା ପଡ଼ିଛି। ବଜାରରେ ଗୁଡ଼ିର ଅଭାବ ନାହିଁ, ଶସ୍ତା ନଟେଇ ବି ମିଳୁଛି। ହେଲେ ଗୁଡ଼ି ଉଡ଼ାଇବା ପାଇଁ ଆଗର ଆଗ୍ରହ ନାହିଁ। ଆଧୁନିକତାର ଇନ୍ଦ୍ରଜାଲରେ ଫସିଯାଇଥିବା ଯୁବପିଢ଼ି ଏହି ପର୍ବ ପାଳନରେ ସେତେଟା ତତ୍ପରତା ଦେଖାଉ ନ ଥିବାବେଳେ କ୍ରମେ ଗୁଡ଼ିଉଡ଼ା ପରମ୍ପରା ଗୁରୁତ୍ୱ ହରାଉଛି।
ଜାନୁୟାରୀ ୧୪। ପର୍ବପର୍ବାଣିର ଦିନଟିଏ। ଏହି ଦିନ ଦକ୍ଷିଣ ଭାରତୀୟମାନେ ପାଳିଥାନ୍ତି ପୋଙ୍ଗଲ। ସେହିପରି ଓଡ଼ିଶାରେ ପାଳନ କରାଯାଇଥାଏ ମକର ସଂକ୍ରାନ୍ତି। ତେବେ ଏହି କୃଷିଭିତ୍ତିକ ପର୍ବ ସହିତ ଯୋଡ଼ି ହୋଇଛି ଗୁଡ଼ିଉଡ଼ା। ଦକ୍ଷିଣ ଓଡ଼ିଶା ସମେତ କଟକରେ ଏହାର ଖାସ୍‌ ମହତ୍ତ୍ୱ ରହିଥିବାବେଳେ ଢେଙ୍କାନାଳରେ ମଧ୍ୟ ଜାକ୍‌ଜମକର ସହ ଗୁଡ଼ି ଉଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଗତ କିଛିବର୍ଷ ଭିତରେ ସେହି ଉତ୍ସାହରେ ଭଟ୍ଟା ପଡ଼ିଥିବାବେଳେ କରୋନା ଗୁଡ଼ିଉଡ଼ାକୁ ପ୍ରଭାବିତ କରିଛି। ତଥାପି ସହରବାସୀଙ୍କ ମଧ୍ୟରୁ ଅନେକେ ଏବେ ବି ଗୁଡ଼ିଉଡ଼ାରେ ସାମିଲ ହୋଇଥାନ୍ତି। ମକର ଅବ୍ୟବହିତ ପୂର୍ବରୁ ସ୍ଥାନୀୟ ମିନି ଷ୍ଟାଡିୟମ, ଖୋଲାପଡ଼ିଆରେ ଗୁଡ଼ି ଉଡ଼ାଉଛନ୍ତି ପିଲାଏ। ସହରବାସୀଙ୍କ ଚାହିଦାକୁ ଦେଖି ମିନାବଜାର ସମେତ ଗଳିକନ୍ଦିରେ ଗୁଡ଼ି ଦୋକାନ ଖୋଲିଛି। ପୂର୍ବରୁ ସ୍ଥାନୀୟ ଦୋକାନୀ ହାତ ତିଆରି ଗୁଡ଼ି ବିକ୍ରି କରୁଥିଲେ। ଏବେ କଟକରୁ ଆଣୁଛନ୍ତି। ଗୁଡ଼ିର ଦାମ ୩ରୁ ୧୫ ଟଙ୍କା ଭିତରେ ରହିଥିବାବେଳେ ନଟେଇ ଗୋଟିକୁ ୩୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ସଚେତନତା ବାର୍ତ୍ତା ଲେଖାଯାଇଥିବା କରୋନା ଗୁଡ଼ିର ଚାହିଦା ବେଶି ରହିଛି।

ଖଣ୍ଡିଆଖାବରା ହୋଇଛୁ
ସାରା ଭାରତରେ ଗୁଡ଼ିଉଡ଼ାକୁ ନେଇ ଆଜି ବି ଉତ୍ସାହ ରହିଛି। ପିଲାଦିନେ ଗୁଡ଼ି ଉଡ଼ାଇବା ବେଳେ ତଳେ ପଡ଼ି ଖଣ୍ଡିଆ ଖାବରା ହୋଇଛୁ। ଆଧୁନିକ ଯୁଗରେ ଯୁବଗୋଷ୍ଠୀ ମୋବାଇଲ ପଛରେ ଦୌଡ଼ିଛନ୍ତି। ଏଭଳି ମହନୀୟ ପରମ୍ପରା ମରିଯିବାକୁ ବସିଛି।
-ଶତ୍ରୁଘ୍ନ ମାଟି, ମଞ୍ଚ ଅଭିନେତା

ଚଳିତ ବର୍ଷ ବ୍ୟବସାୟ ମାନ୍ଦା
ଦୀର୍ଘବର୍ଷ ହେଲା ଗୁଡ଼ି ବ୍ୟବସାୟ କରୁଛି। ଆଗରୁ ଗୁଡ଼ିର ଚାହିଦା ଥିଲା। ପାଖାପାଖି ୩ ମାସ ଧରି ବେପାର ହୋଇଥାଏ। ଗୁଡ଼ିଉଡ଼ା ପର୍ବରେ ଭଲ ଦି ପଇସା ରୋଜଗାର ହୁଏ। ଚଳିତ ବର୍ଷ କରୋନା ପାଇଁ ବ୍ୟବସାୟ ମାନ୍ଦା।
-ମିର୍ଜା ସୁଲେମାନ ବେଗ୍‌, ବ୍ୟବସାୟୀ

କଟକରୁ ଆଣି ବିକୁଛୁ
ଆଗରୁ ନିଜେ ଗୁଡି ତିଆରି କରୁଥିଲୁ। ଏବେ କଟକରୁ ଆଣି ବିକ୍ରି କରୁଛୁ। ବିଭିନ୍ନ କିସମର ଗୁଡ଼ି ୩ରୁ ୧୫ ଟଙ୍କାରେ ବିକା ହେଉଛି। ସେହିପରି ନଟେଇର ଦାମ ୩୦ରୁ ୧୦୦ ଟଙ୍କା ମଧ୍ୟରେ ରହିଛି। କରୋନା କଟକଣା ଯୋଗୁ ବ୍ୟବସାୟ କମିଛି।
-ସାବିର ବେଗ୍‌, ଗୁଡ଼ି ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ଖୁସି ଖବର… ୭ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ

ନୂଆଦିଲ୍ଲୀ,୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଏହାର ଫଳସ୍ୱରୂପ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ମଧ୍ୟରେ, ଭାରତକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ମିଳିଛି। ପ୍ରାୟ ସାତ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri