ବାହାନଗା ରେଳ ଦୁର୍ଘଟଣା: ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଓ ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍‌

ଭୁବନେଶ୍ୱର,୭ା୬(ବ୍ୟୁରୋ): ବାଲେଶ୍ୱର ବାହାନଗାଠାରେ ଘଟିଥିବା ଶତାବ୍ଦୀର ସବୁଠାରୁ ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟ୍‌ରେ ମାଗଣା ଶିକ୍ଷାଦାନ କରିବାକୁ କିଟ୍‌ ବୁଧବାର ଘୋଷଣା କରିଛି। ଆଜି ଏ ସମ୍ପର୍କରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଏତେ ବଡ଼ ରେଳ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ପରିବାରର ଦୁଃଖ ଆମେ ଲାଘବ କରି ନ ପାରିଲେ ମଧ୍ୟ ସେମାନଙ୍କୁ କିଛି ସାହାଯ୍ୟ କରିପାରିଲେ ଆମେ ନିଜକୁ ଧନ୍ୟ ମନେକରିବୁ। ପୂର୍ବରୁ ବିଭିନ୍ନ ଦୁର୍ବିପାକ ସମୟରେ କିଟ୍‌ ଓ କିସ୍‌ ସାଧାରଣ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଆସିଛି। କରୋନା ସମୟରେ ମଧ୍ୟ କିଟ୍‌ ଶତାଧିକ ଛାତ୍ରୀଛାତ୍ରଙ୍କୁ ମାଗଣା ଶିକ୍ଷାଦାନ ସହ ଲକ୍ଷାଧିକ ଲୋକଙ୍କୁ ସାହାଯ୍ୟ କରିପାରିଥିଲା। ଏହି ଅବସରରେ ଶ୍ରୀ ସାମନ୍ତ ସୂଚନା ଦେଇ କହିଛନ୍ତି, ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୋଟ୍‌ ୨୮୮ଜଣଙ୍କ ମଧ୍ୟରୁ ଓଡ଼ିଶାର ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଓଡ଼ିଶାର ମୃତ ବ୍ୟକ୍ତିଙ୍କ ପରିବାରର ଜଣେ ସଦସ୍ୟଙ୍କୁ ତାଙ୍କ ଯୋଗ୍ୟତା ଭିତ୍ତିରେ କିଟ୍‌ ଓ କିସ୍‌ରେ ନିଯୁକ୍ତି ପ୍ରଦାନ କରାଯିବା ନିମନ୍ତେ କିଟ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେହିପରି ରେଳ ଦୁର୍ଘଟଣାରେ ମାତାପିତା ହରାଇଥିବା ବ୍ୟକ୍ତିଙ୍କ ପିଲାମାନେ ଶିକ୍ଷାଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କଲେ କିଟ୍‌ ଓ କିସ୍‌ରେ ସେମାନଙ୍କୁ ପ୍ରଥମ ଶ୍ରେଣୀରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଯେ କୌଣସି ଶ୍ରେଣୀରେ ସେମାନଙ୍କ ଯୋଗ୍ୟତା ଅନୁସାରେ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ। ଏଥିପାଇଁ ଆବେଦନ ପ୍ରକ୍ରିୟା କିଟ୍‌ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯିବ। ବାଲେଶ୍ୱରର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଭାରତର ଚଳିତ ଦଶକର ସବୁଠାରୁ ବଡ଼ ରେଳ ଦୁର୍ଘଟଣା। ଏହି ଦୁର୍ଘଟଣା ସମୟରେ ସ୍ଥାନୀୟ ଲୋକଙ୍କ ତୁରନ୍ତ ସହଯୋଗ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓ ସରକାରଙ୍କ ଅକୁଣ୍ଠ ସହଯୋଗକୁ ଶ୍ରୀ ସାମନ୍ତ ଭୂୟସୀ ପ୍ରଶଂସା କରିଛନ୍ତି। ଏହି ମିଳିତ ସହଯୋଗ ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଯାଇପାରିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି। ଏହି ଅବସରରେ ଶ୍ରୀ ସାମନ୍ତ ରେଳ ଦୁର୍ଘଟଣାରେ ମୃତକଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ଆତ୍ମାର ସଦ୍‌ଗତି କାମନା କରି ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ଶ୍ରୀ ସାମନ୍ତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri