ରଶ୍‌ ଫିଲ୍ମର କିସିଂ ସିନ୍‌ ସାଗରିକାଙ୍କୁ ରାତାରାତି କରିଥିଲା ଷ୍ଟାର…

ମୁମ୍ବାଇ,୮।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକା ଘାଟଗେଙ୍କୁ ଶୁକ୍ରବାର ୩୪ ବର୍ଷ ପୂରଣ ହୋଇଛି। ସେ ୩୫ ବର୍ଷରେ ପାଦ ଥାପିଛନ୍ତି। ୧୯୮୬ ଜାନୁୟାରୀ ୮ରେ କୋହ୍ଲାପୁରଠାରେ ସେ ଜନ୍ମଗ୍ରହଣ କରିଥିଲେ। ଜାତୀୟସ୍ତରୀୟ ଆଥଲେଟ୍‌ରୁ ମଡେଲ ଦୁନିଆରେ ନିଜର ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଥିବା ସାଗରିକା ୨୦୦୭ରେ ଚକ୍‌ ଦେ ଇଣ୍ଡିଆ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଫକ୍ସ୍‌, ମିଲେ ନା ମିଲେ ହମ୍‌ ଆଦି ଫିଲ୍ମରେ ସେ ନିଜ ଅଭିନୟ ଦକ୍ଷତା ଦେଖାଇ ବେଶ୍‌ ପ୍ରଶଂସା ସାଉଁଟିଛନ୍ତି। ତେବେ ଫିଲ୍ମ ରଶ୍‌ରେ ଲଭର ବୟ ଅଭିନେତା ଇମ୍ରାନ୍‌ ହାସିମ୍‌ଙ୍କ ସହିତ ଦୀର୍ଘ ସମୟର କିସିଂ ସିନ୍‌ ସାଗରିକାଙ୍କ ପାଇଁ ରାତାରାତି ଷ୍ଟାର ମାନ୍ୟତା ଆଣି ଦେଇଥିଲା। ଏହାପରେ କ୍ରିକେଟର ଜାହିର ଖାଁଙ୍କ ସହିତ ସେ ଦେଢ଼ବର୍ଷ ଡେଟିଂ କରିବା ପରେ ୨୦୧୭ ଏପ୍ରିଲ ୨୪ରେ ବିବାହ ସମ୍ପର୍କରେ ଘୋଷଣା କରିଥିଲେ। ସେହିବର୍ଷ ନଭେମ୍ବର ୨୩ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Share