କରୋନା ପ୍ରତିବନ୍ଧକ ସତ୍ତ୍ୱେ ମେଟ୍ରୋ ଟ୍ରେନ୍‌ରେ ଚୁମ୍ବନ ଦେଲେ ପ୍ରେମୀଯୁଗଳ, ଆଉ ତା’ ପରେ…

ମସ୍କୋ,୨।୧: କରୋନା ମହାମାରୀ ଯୋଗୁ ବିଶ୍ୱର ଅନେକ ସ୍ଥାନରେ ଲକ୍‌ଡାଉନ୍‌ ପରିସ୍ଥିତି ଏବଂ ସର୍ବସାଧାରଣ ସ୍ଥାନରେ ଅନେକ ପ୍ରତିବନ୍ଧକ ଦେଖିବାକୁ ମିଳିଛି। ଅନେକ ସହରରେ ଲକ୍‌ଡାଉନ ଯୋଗୁ ଲୋକଙ୍କ ଧର୍ଯ୍ୟ ମଧ୍ୟ ଭାଙ୍ଗୁଥିବା ଦେଖାଯାଏ। ରୁଷିଆରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି। ମେଟ୍ରୋ ଟ୍ରେନ୍‌ରେ କରୋନା ପ୍ରତିବନ୍ଧକ ସମ୍ପର୍କରେ ଲେଖାଯାଇଥିଲା। ଏଥିରେ ଅତିଷ୍ଠ ହୋଇ କିଛି ପ୍ରେମୀଯୁଗଳ ପରସ୍ପର ମଧ୍ୟରେ ଚୁମ୍ବନ ଦେବାରେ ଲାଗିଗଲେ। ଏହା ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଆଉ କିଛି ଲୋକ ନିଜ ନିଜ ମୋବାଇଲରେ ଏହି ଦୃଶ୍ୟକୁ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛନ୍ତି। ପରେ ଏସବୁ କଥା ଲୋକଲୋଚନକୁ ଆସିଛି।

ରୁଷିଆର ୟେକାଟେରିନବର୍ଗରେ ଚାଲୁଥିବା ମେଟ୍ରୋ ଟ୍ରେନ୍‌ରେ ପ୍ରେମୀଯୁଗଳ ଚୁମ୍ବନ ଦେଇଥିବାରୁ ଆଉ କିଛି ଲୋକ ଏହାର ପ୍ରତିବାଦ କରିଥିଲେ। ସେମାନେ ଏକଥା ମଧ୍ୟ କହିଛନ୍ତି ଆମର ଉଦ୍ଦେଶ୍ୟ ନୁହେଁ କାହାର ଭାବନାକୁ ଆଘାତ କରିବା। ମାତ୍ର ସର୍ବସାଧାରଣ ସ୍ଥାନରେ ଆଉ ଏହି କରୋନା ମହାମାରୀ ସମୟରେ ଏପରି ବେପରୁଆ ମନୋଭାବ ଆଘାତ ଦେଉଛି।

କରୋନା ମହାମାରୀ ଯୋଗୁ ନାଇଟ୍‌ କ୍ଲବ୍‌ ଏବଂ ସନ୍ଧ୍ୟା ଶୋ’କୁ ରୁଷିଆ ସରକାରଙ୍କ ପକ୍ଷରୁ ବାରଣ କରାଯାଇଥିବାରୁ ଲୋକେ ମେଟ୍ରୋ ଟ୍ରେନ୍‌ରେ ଯିବା ଆସିବା କରୁଛନ୍ତି। ତେବେ ସର୍ବସମ୍ମୁଖରେ ଏପରି ଆଚରଣକୁ ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି। କାରଣ ଏମିତି କରିବା ଦ୍ୱାରା ସଂକ୍ରମଣର ଭୟ ମଧ୍ୟ ରହିଛି। ଫଳରେ ଲୋକେ ଏପରି ଅଶ୍ଳୀଳ ଆଚରଣର ଘୋର ବିରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri