ସ୍ବଚ୍ଛ ହୋଇପାରିନି କିଶୋରନଗର ବ୍ଲକ

ବଇଣ୍ଡା, ୨୩ା୭(ଡି.ଏନ.ଏ.)  କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନାରେ ଏଯାଏ ସ୍ବଚ୍ଛ ହୋଇପାରିନି ଅନୁଗୋଳ ଜିଲାର କିଶୋରନଗର ବ୍ଲକ। ମୋଟ୍‌ ୨୩ ପଞ୍ଚାୟତ ମଧ୍ୟରୁ କେତୋଟିରେ ପାଇଖାନା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରି ନାହିଁ। ଫଳରେ ସେଠାକାର ଲୋକେ ଏବେ ବି ଢାଳ ଧରି ଖୋଲା ସ୍ଥାନକୁ ଶୌଚ ହେବାକୁ ଯାଉଛନ୍ତି। ସେହିପରି ଅନେକ ଗରିବ ହିତାଧିକାରୀ ଏହି ସରକାରୀ ଯୋଜନାରୁ ବଞ୍ଚିତ ରହିଥିବା ବେଳେ ୪୦ ପ୍ରତିଶତ ପାଇଖାନା ବିଭିନ୍ନ କାରଣରୁ ବ୍ୟବହାରରେ ଲାଗୁ ନ ଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, କିଶୋରନଗର ବ୍ଲକରେ ୨୫ ହଜାର ୯୫୯ ରାଶନ କାର୍ଡଧାରୀ ଅଛନ୍ତି। ତେବେ ସ୍ବଚ୍ଛ ଭାରତ ଯୋଜନାରେ ସାମିଲ ପାଇଁ ୨୨ ହଜାର ୮୯୨ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୨୧ ହଜାର ୬୨୭ ଆବେଦନକାରୀ ଉପକୃତ ହୋଇ ସାରିଛନ୍ତି। ୧୨୬୫ ଜଣଙ୍କ ପାଇଖାନା ନିର୍ମାଣ ଶେଷ ହୋଇପାରି ନାହିଁ। ୧୦୫ ଜଣ ହିତାଧିକାରୀଙ୍କ ପାଇଖାନା ଅର୍ଦ୍ଧନିର୍ମିତ ଥିବାବେଳେ ୩୦୫ ଲୋକଙ୍କ ବାଡ଼ିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତାଲିକାରେ ଆହୁରି ୮୫୫ ଲୋକଙ୍କ ନାମ ରହିଥିଲେ ମଧ୍ୟ ସେମାନଙ୍କ ପାଇଖାନା କାମ ଆରମ୍ଭ ହୋଇପାରିନାହିଁ। ଫଳରେ ବହୁ ସଂଖ୍ୟାରେ ଲୋକେ ପୂର୍ବପରି ଖୋଲା ସ୍ଥାନରେ ଶୌଚ ହେଉଛନ୍ତି। ୨୦୧୨ର ଏହି ଯୋଜନାକୁ ସଫଳ କରିବାର ଦାୟିତ୍ୱ ଜଳ ଓ ପରିମଳ ବିଭାଗକୁ ଦିଆଯାଇଥିଲା। ବିଭାଗ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀକୁ ପାଇଖାନା ନିର୍ମାଣ ଦାୟିତ୍ୱ ଦିଆଯାଇଛି। କିନ୍ତୁ ବ୍ଲକର ଅନେକ ଗ୍ରାମରେ ନିମ୍ନମାନର କାମ ହୋଇଥିବା ଲୋକେ ଅଭିଯୋଗ କରୁଛନ୍ତି। କେତେକ ସ୍ଥାନରେ ପାଇଖାନା ଥିବାବେଳେ ଟାଙ୍କି ନିର୍ମାଣ ହୋଇନାହିଁ। କେଉଁଠି ମିଥ୍ୟା ବିଲ୍‌ କରି ଟଙ୍କା ଉଠାଣ କରାଯାଇଥିବା ଅଭିଯୋଗ ହେଉଛି। ଗାଁବଇଣ୍ଡା, ନୁନୁକାପଶି, ହଣ୍ଡପା, ଲୁହାମୁଣ୍ଡା, ଜାମ୍ବୁନାଳୀ, କଟରଙ୍ଗା, ଠେଲକନାଳୀ, ଅଙ୍ଗପଡା, ଉରୁକୁଳା, ହିମିତିରା ପଞ୍ଚାୟତରେ ପାଇଖାନା ନିର୍ମାଣ ଶେଷ ହୋଇପାରିନାହିଁ। ବ୍ଲକ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି, ନିର୍ମାଣ କାର୍ଯ୍ୟ କିଭଳି ଶୀଘ୍ର ସରିବ ସେ ନେଇ ପଞ୍ଚାୟତଗୁଡ଼ିକର କନିଷ୍ଠ ଯନ୍ତ୍ରୀ ଓ ସ୍ବୟଂ ସହାୟକ ଗୋଷ୍ଠୀକୁ ନିର୍ଦ୍ଦେଶ ଦିଆଯିବ।

ଅନେକ ଗରିବ ବଞ୍ଚିତ
ଉରୁକୁଳା ପଞ୍ଚାୟତର ମାତ୍ର ୪୦ ପ୍ରତିଶତ ଲୋକ ପାଇଖାନା ସୁବିଧା ପାଇଛନ୍ତି। ନିମ୍ନମାନର ନିର୍ମାଣ ଯୋଗୁ ଅନେକ ଭାଙ୍ଗିରୁଜି ଗଲାଣି। ବହୁ ରାଶନକାର୍ଡଧାରୀ ଏବେ ବି ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବା ଦରକାର।
– ବଂଶୀଧର ସେଠୀ, ଉରୁକୁଳା

ଖୋଲାସ୍ଥାନରେ ଶୌଚ ହେଉଛୁ
ପାଇଖାନାଟିଏ ପାଇଁ ବହୁ ବର୍ଷ ହେବ ଆବେଦନ ସତ୍ତ୍ୱେ ଏଯାଏ ନିର୍ମାଣ ହୋଇପାରି ନାହିଁ। ଏ ନେଇ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଛି। କିନ୍ତୁ କିଛି ପଦକ୍ଷେପ ନିଆଯାଉ ନ ଥିବାରୁ ବାଧ୍ୟହୋଇ ଖୋଲାସ୍ଥାନରେ ଶୌଚ ହେବାକୁ ପଡ଼ୁଛି।
– ବିଜୟ ମହାପାତ୍ର, ମା’ ମଙ୍ଗଳା ସାହି

ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯିବ
ନୁନୁକାପଶି ପଞ୍ଚାୟତକୁ ସ୍ବଚ୍ଛ କରିବାକୁ ଆଉ ମାତ୍ର ୫୦ ପାଇଖାନା ନିର୍ମାଣ ହେବାର ଅଛି। ତେଣୁ ସେସବୁ ଶୀଘ୍ର ସମ୍ପୂର୍ଣ୍ଣ କରାଯିବାକୁ ଜଳ ଓ ପରିମଳ ବିଭାଗ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ନିର୍ଦ୍ଦେଶ ଦିଆଯିବ।
– ଜଳଧର ସାହୁ, ସରପଞ୍ଚ, ନୁନୁକାପଶି

ତାଲିକାରେ ସାମିଲ କରାଯାଇନି
ଗରିବ ଲୋକଙ୍କୁ ସରକାରୀ ଯୋଜନାରେ ପାଇଖାନା ମିଳୁଛି। ଏହା ଜାଣିବା ପରେ ଦୀର୍ଘବର୍ଷ ହେବ ଆବେଦନ କରିଛି। ହେଲେ ଏଯାଏ ଆମକୁ ସେହି ତାଲିକାରେ ସାମିଲ କରାଯାଉ ନାହିଁ। ପ୍ରଶାସନ ଆମପରି ଗରିବଙ୍କ କଥା ଆଗ ବୁଝୁ।
– ହରମୋହନ ସାହୁ, ତୁରୁଡ଼ା

ପୁରସ୍କୃତ ହୋଇଛି କଣ୍ଟେଇକୁଳିଆ
କଣ୍ଟେଇକୁଳିଆ ପଞ୍ଚାୟତରେ ପାଇଖାନା ନିର୍ମାଣ ଶେଷ ହୋଇଛି। ଏପରି କି ଶ୍ରେଷ୍ଠ ପଞ୍ଚାୟତ ଭାବେ ୨୦୧୫ରେ ଏହା ଜିଲାରେ ପୁରସ୍କାର ପାଇଛି। ପାଇଖାନାର ଉପଯୁକ୍ତ ବ୍ୟବହାର କରି ଗଁାକୁ ସ୍ବଚ୍ଛ ରଖିବାକୁ ଲୋକଙ୍କୁ ସଚେତନ କରାଯାଇଛି।
– ଅମାତ ସାହୁ, ପୂର୍ବତନ ସରପଞ୍ଚ, କଣ୍ଟେଇକୁଳିଆ


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri