Categories: ଖେଳ

ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବେ କିଶୋର

ନୂଆଦିଲ୍ଳୀ,୩ା୮(ପି.ଟି.): ହଙ୍ଗେରୀର ବୁଦାପେଷ୍ଟରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ୪ ଜଣ ଜାଭେଲିନ୍‌ ଥ୍ରୋୟର ଯୋଗ୍ୟତା ଅର୍ଜନ କରିଥିବା ବେଳେ ଏହା ମଧ୍ୟରେ ସାମିଲ ଅଛନ୍ତି ଓଡ଼ିଶାର କିଶୋର ଜେନା। ଭାରତରୁ ୪ ଜଣ ଜାଭେଲିନ୍‌ ଥ୍ରୋୟର ଯୋଗ୍ୟତା ଅର୍ଜନ କରିଥିବା ବେଳେ ଆହତ କାରଣରୁ ରୋହିତ ଯାଦବ ଭାଗ ନେବାରେ ଅସମର୍ଥ ହେବେ। ନୟମ ଅନୁସାରେ ପ୍ରତ୍ୟେକ ଦେଶରୁ ୩ ଆଥଲେଟ ଯୋଗ୍ୟତା ଅର୍ଜନ କରିବେ। ନୀରଜ ଚୋପ୍ରା ଡାଏମଣ୍ଡ ଲିଗ୍‌ ବିଜୟୀ ହୋଇ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଭାରତରୁ ରୋହିତ, ଡି.ପି. ମନୁ ଓ କିଶୋର ଜେନା ଯୋଗ୍ୟତା ହାସଲ କରିଥିଲେ। କିଶୋର ନିକଟରେ ଶ୍ରୀଲଙ୍କାର ଜାତୀୟ ଚାମ୍ପିୟନଶିପ୍‌ରେ ୮୪.୩୮ ମିଟରର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହିତ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

Share