Categories: ଜାତୀୟ

କଂଗ୍ରେସକୁ ଲାଗିପାରେ ଝଟ୍‌କା

ଡେରାଡୁନ,୨୭ ।୧: ଉତ୍ତରାଖଣ୍ଡ କଂଗ୍ରେସକୁ ଲାଗିପାରେ ବଡ ଝଟ୍‌କା । ଉତ୍ତରାଖଣ୍ଡ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇପାରନ୍ତି । ନିକଟରେ ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ ତାଙ୍କୁ ଦଳର ସମସ୍ତ ପଦରୁ ହଟାଇ ଦିଆଯାଇଛି । ଉତ୍ତାରାଖଣ୍ଡ କଂଗ୍ରେସର ପ୍ରଦେଶ ପ୍ରଭାରୀ ଦେବେନ୍ଦ୍ର ଯାଦବ, କିଶୋର ଉପାଧ୍ୟାୟଙ୍କୁ ସମସ୍ତ ପଦରୁ ହଟାଇବାକୁ ନିର୍ଦ୍ଦେଶ ଜାରି କରିଥିଲେ । ସେ କହିଥିଲେ ଉ୍‌ତ୍ତରାଖଣ୍ଡ ଲୋକ ପରିବର୍ତ୍ତନ ଚାହୁଁଛନ୍ତି ଓ ଭାଜପା ସରକାରଙ୍କୁ ହଟାଇବାକୁ ଚାହୁଁଛନ୍ତି । ତେଣୁ ଜନତାଙ୍କ ହିତ ପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡିବ । ଏଥିପାଇଁ ଆମକୁ ଲଢେଇ କରିବାକୁ ପଡିବ । ହେଲେ କିଶୋର ଉପାଧ୍ୟୟ ଏହି ଲଢେଇକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି । ସେ ଭାଜପା ଓ ଅନ୍ୟ ରାଜନୈତିକ ଦଳ ସହ ମିଶୁଛନ୍ତି ତେଣୁ ତାଙ୍କୁ ସମସ୍ତ ପଦରୁ ହଟାଇ ଦିଆଯାଉଛି । ସୂଚନାଯୋଗ୍ୟ, ନିକଟରେ କଂଗ୍ରେସର କ୍ୟାବିନେଟ ମନ୍ତ୍ରୀ ଥିବା ହରକ ସିଂ ରାୱତଙ୍କୁ ମଧ୍ୟ ୬ ବର୍ଷ ପାଇଁ ଦଳରୁ ନିସ୍କାଷିତ କରାଯାଇଥିଲା । ଏହାପରେ ହରକ ସିଂ ଭାଜପାରେ ଯୋଗ ଦେଇଛନ୍ତି । ଏବେ କିଶୋର ଉପାଧ୍ୟାୟ ବି ଭାଜପାରେ ଯୋଗଦେଇ ପାରନ୍ତି ବୋଲି କୁହାଯାଉଛି ।

Share