୯୦ ଥର ରକ୍ତଦାନ କରି ଚର୍ଚ୍ଚାରେ କିଶୋର

ନୂଆପଡ଼ା,୧୮।୧୨(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ମାଗୁରପାଣି ଛୋଟିଆ ଗାଁର କିଶୋର କୁମାର ପରିଡା (୪୯)। ୪୯ ବର୍ଷ ବୟସରେ ୯୦ ଥର ରକ୍ତଦାନ କରି ଜିଲା ତଥା ଜିଲା ବାହାରେ ପ୍ରସଂଶିତ ହୋଇ ଅଞ୍ଚଳ ତଥା ଜିଲା ପାଇଁ ଗୌରବ ଆଣିଛନ୍ତି। ଏଥିପାଇଁ ସେ ନିୟମିତ ରକ୍ତଦାତା ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ହୋଇଛନ୍ତି। ସୂଚନା ଯେ, କିଶୋର ପେସାରେ ଜଣେ ଶିକ୍ଷକ। ହେଲେ ନିଶା ତାଙ୍କର ସମାଜ ସେବା, ପରିବେଶ ସୁରକ୍ଷା, ରକ୍ତଦାନ କରିବା। ୪୯ ବର୍ଷ ବୟସରେ ୯୦ ଥର ସ୍ବେଚ୍ଛାକୃତ ରକ୍ତଦାନ କରି ଅନେକ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। ୧୯୭୫ ଜୁନ ୧୦ରେ ସଦର ବ୍ଲକ ମାଗୁରପାଣି ଗାଁ ରେ ଜନ୍ମ ଗ୍ରହଣ କରିଥିବା ଶିକ୍ଷକ ପ୍ରମୋଦ ଚନ୍ଦ୍ର ପରିଡା ଓ ଭାନୁମତୀ ପରିଡାଙ୍କ ସୁପୁତ୍ର କିଶୋର ପିଲାଟି ଦିନରୁ ମେଧାବୀ ଛାତ୍ର ଥିଲେ। ୧୯୯୩ରେ ଯୁକ୍ତ ୩ ଅଧ୍ୟୟନ କରିବା ସମୟରେ ରକ୍ତଦାନ କରିବାକୁ ଆକର୍ଷିତ ହୋଇଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଶେଷ କରି ୨୦୦୫ରେ ମାଗୁରପାଣି ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ପଥମେ ଜଣେ ଗର୍ଭବତୀଙ୍କୁ ରକ୍ତଦାନ କରି ଉତ୍ସର୍ଗୀକୃତ ହୋଇ ପୁଣି ରକ୍ତଦାନ କରିବା ପାଇଁ ମନ ଟାଣି ଆଣିଲା। ନୂଆପଡା ରକ୍ତ ଭଣ୍ଡାର ଅଧିକାରୀ ସ୍ବର୍ଗତ ଡା.ବାଙ୍କ ବିହାରୀ ନେଗୀଙ୍କ ମାର୍ଗ ଦର୍ଶନ ଓ ନୂଆପଡାର ଅଗ୍ରଣୀ ୟୁଥମାସ କ୍ଲବ ବରିଷ୍ଠ ସଦସ୍ୟ ତଥା କ୍ରୀଡା ଜଗତର ଜିଲା ମାର୍ଗ ଦର୍ଶକ ସରୋଜ କୁମାର ସାହୁ (ଭୈରବ)ଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ରକ୍ତଦାନ ପରି ମହତ କାର୍ଯ୍ୟକୁ ନିଜ ଜୀବନର ମୂଳ ଲକ୍ଷ୍ୟ ଭାବେ ଗ୍ରହଣ କରିଥିଲେ।
ଗରିବ, ଅସହାୟଙ୍କୁ ରକ୍ତଦାନ କରି ଶିକ୍ଷକରୁ ପାଲଟି ଯାଇଛନ୍ତି ନିୟମିତ ରକ୍ତଦାତା କିଶୋର। ରକ୍ତଦାନ ପାଇଁ ଜିଲା ପ୍ରଶାସନ, ପୋଲିସ ପ୍ରଶାସନ, ନେହେରୁ ଯୁବ କେନ୍ଦ୍ର, ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ, ସାମାଜିକ ଅନୁଷ୍ଠାନଗୁଡିକଠାରୁ ପୁରସ୍କୃତ ହୋଇଛନ୍ତି। ୨୦୦୧ରୁ ସେ ଇଣ୍ଡିଆନ ରେଡ୍‌କ୍ରସ ଶୋସାଇଟିର ଆଜୀବନ ସଦସ୍ୟତା ଗ୍ରହଣ କରିଛନ୍ତି। ୨୦୦୩ରେ ସାଧାରଣତନ୍ତ୍ର ଦିବସରେ ନିୟମିତ ରକ୍ତଦାତା ରୂପେ ତଥା ଆର୍ନ୍ତଜାତୀୟ ରକ୍ତଦାନ ଦିବସରେ ସେ ପୁରସ୍କୃତ ହୋଇଛନ୍ତି। ଏହା ଛଡା ରକ୍ତଦାନ, ପ୍ରାକୃତିକ ବିପର୍ଯ୍ୟୟ ବେଳେ ବିପନ୍ନଙ୍କୁ ସହାୟତା ଓ ସମାଜ ସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ସେ ଛାତ୍ର ଜୀବନରୁ ଅନେକ ଥର ଜାତୀୟ ଏକତା ଶିବିର, ରାଜ୍ୟ ଯୁବ ଉତ୍ସବ, ବେଳାଭୂମି ପଦଯାତ୍ରା, ଜାତୀୟ ଦୁଃସାହାସିକ କ୍ରୀଡା, ଜଙ୍ଗଲ ସଫାରୀ ଟ୍ରାକିଂ କ୍ୟାମ୍ପ ତଥା ସ୍ବାଧୀନତା ସଂଗ୍ରାମର ୫୦ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀଠାରେ ଆୟୋଜିତ ଯୁବ ପଦଯାତ୍ରାରେ କ୍ରାନ୍ତିପାର୍କ ମିରଟଠାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଯାଇ ପ୍ରତିନିଧିତ୍ୱ କରି ସାରିଛନ୍ତି। ଜଙ୍ଗଲ ବିଭାଗଙ୍କ ଇକୋ କ୍ଲବ ଗଠନରେ ନିଜକୁ ସାମିଲ କରିଥିଲେ। ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ୨୦୦୪, ୨୦୦୫ ଓ ୨୦୧୮ରେ ପ୍ରକୃତିବନ୍ଧୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଶିକ୍ଷକ ଭାବେ ନିଜର କର୍ମମୟ ଜୀବନ ସହ ସମାଜ ସେବା ପ୍ରତି ପ୍ରତିବଦ୍ଧତା ଆଜି ମଧ୍ୟ ଜାରି ରହିଛି। ସେ ଜଣେ ଆଦର୍ଶ ଶିକ୍ଷକ ସାଙ୍ଗକୁ ଉତ୍ତମ ରକ୍ତଦାତା ଓ ପ୍ରବର୍ତକ ଭାବେ ସୁନାମ ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri