ବରଗଡ଼,୧୭।୧୧(ପ୍ରେମାନନ୍ଦ ଖମାରୀ):କୃଷକଙ୍କ ହକ୍, ଅଧିକାର ପାଇଁ ମଙ୍ଗଳବାର ବରଗଡ଼ ସହରରେ କିଷାନ୍ ମହାପଞ୍ଚାୟତ ଆୟୋଜିତ ହୋଇଛି। ଏଥିରେ ଅନେକ ରାଷ୍ଟ୍ରୀୟ କୃଷକ ନେତାଙ୍କ ସମେତ ହଜାର ହଜାର ଚାଷୀ ସାମିଲ ହୋଇଛନ୍ତି। ଏହି କ୍ରମରେ ସହର ଉପକଣ୍ଠ ହଲଦୀପାଲିରୁ ଏକ ବିଶାଳ ରାଲି ସ୍ଥାନୀୟ ଗୋରୁ ମାର୍କେଟ ଅଭିମୁଖେ ବାହାରିଛି। ବାଇକ୍, ଟ୍ରାକ୍ଟର ଆଦି ଯାନବାହାନ ମଧ୍ୟ ରାଲିରେ ରହିଛି। ଗୋରୁ ମାର୍କେଟକୁ ରାଲି ପହଞ୍ଚିବା ପରେ ସେଠାରେ କିଷାନ ମହାପଞ୍ଚାୟତ ଅନୁଷ୍ଠିତ ହେବ। ରାଷ୍ଟ୍ରୀୟ କୃଷକ ନେତା ଚୌଧୁରୀ ରାକେଶ ଟିକାଇତ (ୟୁ.ପି.), ଅଲ୍ଫାତୁନ୍ ଦେସାଇ (ବାରାଣସୀ), ରମେଶ ସିଂ (ବିହାର), ରାଜନ୍ କ୍ଷୀରସାଗର (ମହାରାଷ୍ଟ୍ର), ଅଶୋକ ପାଲ୍ (ଝାରଖଣ୍ଡ), ରମାକାନ୍ତ ବଞ୍ଜାରେ, ତେଜାରାମ ବିଦ୍ରୋହୀ, ପ୍ରବୀଣ କ୍ରାନ୍ତି (ଛତିଶଗଡ଼), ରାଜେନ୍ଦ୍ର ଚୌଧୁରୀ (ୟୁ.ପି.)ଙ୍କ ସମେତ ଏବଂ ଓମ୍ ପ୍ରକାଶ ବାବୁ, ଅଶୋକ ପ୍ରଧାନ, କ୍ଷୀରୋଦ୍ ସିଂ ଦେଓ, ବିବେକ ଭାଇ, ନିୟମ ଗିରି ସୁରକ୍ଷା ସମିତିର ସଭାପତି ରାଜକିଶୋର ପୁନାନା ପ୍ରମୁଖ ସେଠାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।ହଜାର ହଜାର ଆଦିବାସୀମାନେ ମଧ୍ୟ ଯୋଗ ଦେଇଛନ୍ତି।