Categories: ଜାତୀୟ

ଅଖିଳେଶଙ୍କ ବଡ଼ ଘୋଷଣା

ଲକ୍ଷ୍ନୌ,୨୪।୧୧: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି। ୨୦୨୨ ମସିହାରେ ୟୁପିରେ ସରକାର ଗଠନ ହେଲେ କୃଷକଙ୍କ ଆନ୍ଦୋଳନ ସମୟରେ ନିହତ ହୋଇଥିବା କୃଷକଙ୍କ ସମ୍ପର୍କୀୟଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ସେ ଘୋଷଣା କରିଛନ୍ତି।
ଅଖିଳେଶ ଯାଦବ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଜଣେ କୃଷକଙ୍କ ଜୀବନ ଅମୂଲ୍ୟ ଅଟେ। କାରଣ ସେ ଅନ୍ୟମାନଙ୍କ ଜୀବନ ପାଇଁ ଖାଦ୍ୟ ଉତ୍ପନ କରନ୍ତି। ଆମେ ପ୍ରତିଶ୍ରୁତି ଦେଉଛୁ ଯେ ୨୦୨୨ ମସିହାରେ ସମାଜବାଦି ପାର୍ଟି ସରକାରକୁ ଆସିବା ମାତ୍ରେ କୃଷକ ଆନ୍ଦୋଳନର ଶହୀଦମାନଙ୍କୁ ‘କୃଷକ ଶହୀଦ ସମ୍ମାନ’ ଜରିଆରେ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

Share