କରୋନା ଆକ୍ରାନ୍ତ ହେଲେ କିରଣ ଖେର୍‌

ନୂଆଦିଲ୍ଲୀ,୨୧।୩: ବଲିଉଡ୍‌ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କିରନ ଖେର୍‌ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜ ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି, ମୋର କୋଭିଡ-୧୯ ଟେଷ୍ଟ ପଜିଟିଭ୍‌ ହୋଇଛି, ତେଣୁ ଯିଏ ମୋ ଯୋଗାଯୋଗରେ ଆସିଥିବା ବ୍ୟକ୍ତି ତୁରନ୍ତ ଟେଷ୍ଟ କରନ୍ତୁ। କିରଣ ଏହି ପୋଷ୍ଟ ଶେୟାର କରିବା ପରେ ତାଙ୍କ ପ୍ରଶଂସକ ଏବଂ ଶୁଭେଚ୍ଛୁମାନେ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।
କିରନ ଖେର ୨୦୨୧ରେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ବହୁ ଚିକିତ୍ସା ପରେ କିରନ ଖେର ଆରୋଗ୍ୟ ହୋଇଥିଲେ।

Share