ଆଜି କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ

ଝାରସୁଗୁଡ଼ା,୧୦।୧(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ଜିଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ଶୁକ୍ରବାର ହେବ। ଏହି ପରିପ୍ରେକ୍ଷୀରେ ଗୁରବାର ସକାଳେ ସମିତି ସଭ୍ୟ, ସରପଞ୍ଚ ଲୁଚି ଥିବା ସନ୍ଦେହରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ଘରେ ଝାରସୁଗୁଡ଼ା ପୋଲିସ ଯାଞ୍ଚ କରିଛି। ସୂଚନା ଅନୁସାରେ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଶୁକ୍ରବାର କିର୍ମିରା ପଞ୍ଚାୟତ ସମିତିଠାରେ ଅନାସ୍ଥା ଭୋଟ ହେବ। ଏହାକୁ ନେଇ ଦୀର୍ଘ ୫ ମାସ ହେବ ଉଭୟ ଗୋଷ୍ଠୀ ମଧ୍ୟରେ ଛକପଞ୍ଝା ଚାଲିଥିଲା। ହାଇକୋର୍ଟ ଅନାସ୍ଥା ପ୍ରସ୍ତାବ ଭୋଟ କରିବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଭୋଟ ଶୁକ୍ରବାର ହେବା ପାଇଁ ଉପଜିଲାପାଳ ସବ୍ୟସାଚୀ ପଣ୍ଡା ବିଜ୍ଞପ୍ତି ଓ ସମସ୍ତ ପ୍ରତିନିଧିଙ୍କୁ ନୋଟିସ ଜାରି କରିଥିଲେ।
ଏହି ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟା ଚାଲୁ ହେବା ଦିନଠାରୁ ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ ଆଜ୍ଞାତବାସରେ ଅଛନ୍ତି। ପୂର୍ବତନ ବିଧାୟିକା ଦୀପାଳି ଦାସ ଗୁରୁବାର ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ ଓଡ଼ିଶା ପୋଲିସର ଜଣେ ହାବିଲଦାର ତାଙ୍କ ବାପା ନବ ଦାସଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ପୁଣି ଗୁରୁବାର ସକାଳ ୯ଟାରେ ଲଇକେରା ଆଇଆଇସି ଦିଲୀପ ବେହେରା ବିନା ସର୍ଚ୍ଚ ୱାରେଣ୍ଟରେ ତାଙ୍କ ବଡ଼ ଭାଇ ବିଶାଳ ଦାସଙ୍କ ସମ୍ବଲପୁର ମାଝିପାଲିସ୍ଥିତ ହୋଟେଲ ଡି ଲାଉଞ୍ଜରେ ପ୍ରବେଶ କରି ହୋଟେଲ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ସେଠାରେ ତଲାସି କରିଥିଲେ। ସେ କହିଛନ୍ତି, ଓଡ଼ିଶା ପୋଲିସର ଏପରି ଘଟଣା ଆମକୁ ମର୍ମାହତ କରିଛି। ଏ ନେଇ ବିଶାଳ ଦାସ ଆଇଜି ହିମାଂଶୁ ଲାଲଙ୍କୁ ଭେଟି ତାଙ୍କ ପରିବାର ପାଇଁ ସୁରକ୍ଷା ମାଗିଛନ୍ତି। ଶୁକ୍ରବାର କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ସମୟରେ କୌଣସି ଅସୁବିଧା ତଥା ଦୁର୍ଘଟଣା ହେଲେ ସ୍ଥାନୀୟ ବିଧାୟକ, ଜିଲା ପ୍ରଶାସନ ଓ ପୋଲିସ ଦାୟୀ ରହିବେ ବୋଲି ବିଶାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଂଶଧାରା ବସନ୍ତ ମହୋତ୍ସବକୁ ନେଇ ସାର୍ବଜନିକ ଅଭିଯୋଗ, ଅନୁମତି ବିନା…

ଗୁଣୁପୁର,୨୨।୧(ସଂକେତ ପାତ୍ର ): ଗୁଣୁପୁର ନବ ନିର୍ମାଣ ସମିତି ପକ୍ଷରୁ ପ୍ରତିବର୍ଷ ଆୟୋଜିତ “ବଂଶଧାରା ବସନ୍ତ ମହୋତ୍ସବ” କାର୍ଯ୍ୟକ୍ରମକୁ ନେଇ ଅଭିଯୋଗ ସାମ୍ନାକୁ ଆସିଛି ।...

1984 Anti-Sikh Riots: ଶିଖ ବିରୋଧୀ ଦଙ୍ଗା ମାମଲାରେ ପୂର୍ବତନ କଂଗ୍ରେସ ଏମପି ସଜ୍ଜନ କୁମାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୨।୧: ରାଜଧାନୀ ଦିଲ୍ଲୀରେ ୧୯୮୪ ମସିହାରେ ହୋଇଥିବା ଶିଖ ବିରୋଧୀ ଦଙ୍ଗା ସହିତ ଜଡିତ ଏକ ମାମଲାରେ କଂଗ୍ରେସ ଏମପି ସଜ୍ଜନ କୁମାରଙ୍କୁ ଆଜି (ଜାନୁଆରୀ...

ଗଣତନ୍ତ୍ର ଦିବସରେ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା! ଟାର୍ଗେଟରେ ରାଜଧାନୀ ସମେତ ରାମ ମନ୍ଦିର, ଆଲର୍ଟରେ ଏଜେନ୍ସି

ନୂଆଦିଲ୍ଲୀ,୨୨।୧: ଗଣତନ୍ତ୍ର ଦିବସ (ଜାନୁଆରୀ ୨୬) ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଥିବାରୁ ଭାରତର ବିଭିନ୍ନ ସହରରେ ସତର୍କତା ଜାରି କରାଯାଇଛି।...

ରେଳଯାତ୍ରୀଙ୍କୁ Indian Railwayର ବଡ଼ ଉପହାର! ଏହାର ଦାମ୍‌ କମାଇଲା…         

ନୂଆଦିଲ୍ଲୀ,୨୨।୧: ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଏକ ଛୋଟ କିନ୍ତୁ ମହତ୍ତ୍ୱପୂର୍ଣ୍ଣ ଉପହାର ଦେଇଛି। ଏବେ ଟ୍ରେନ ଓ ରେଳଷ୍ଟେଶନରେ ମିଳୁଥିବା ପ୍ୟାକେଜ୍ଡ ପାଣି ବୋତଲ...

BJD ରାଜ୍ୟସଭା ଏମପି ଶୁଭାଶିଷଙ୍କୁ ହତ୍ୟା ଧମକ, ୧୦ ଲକ୍ଷ ଟଙ୍କା ଦିଅ…

ପୁରୀ,୨୨।୧(ଅଜିତ୍‌ କୁମାର ମହାନ୍ତି)- ପୁରୀ ଜଗନ୍ନାଥ ମନ୍ଦିରରେ ଖୁବଶୀଘ୍ର ବୋମା ପଡ଼ିବ,ଖୁବଶୀଘ୍ର ପୁରୀ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟେଇବୁ ଏବଂ ରାଜ୍ୟ ସଭା ଏମପି ଶୁଭାଶିଷ...

ଜୁଆର ମାଡକୁ ସହି ପାରୁନାହିଁ ଜିଓ ସିନ୍ଥେଟିକ ଟ୍ୟୁବୱାଲ, ଖସୁଛି ପଥର ପ୍ୟାକିଂ, ବର୍ଷା ପୂର୍ବରୁ କାମ ନ ହେଲେ…

କେନ୍ଦ୍ରାପଡ଼ା, ୨୨ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଗୋବିନ୍ଦପୁର, ଡିମିରିପାଳ, ପେତପଡା, ସଂସିଧା, ଏରଡଙ୍ଗ, ଦେସାହି, ପାଳମୀ, କେତୁଆପାଳ ପଞ୍ଚାୟତକୁ କାଣୀ, ଖରସ୍ରୋତା,...

ଏମିତି ନିଆଁ ଲଗାଇଲା ଆମେରିକା: ଚାପରେ ଅଛନ୍ତି ବିଶ୍ୱର ସବୁଠୁ ୨ ଖୁସିର ଦେଶ

ଓ୍ବାଶିଂଟନ୍‌,୨୨।୧: ସାରା ବିଶ୍ୱରେ ଖୁସି ଦେଶର ତାଲିକାରେ ନରୱେ ଏବଂ ଡେନମାର୍କ ତାଲିକାର ଶୀର୍ଷରେ ଥାଆନ୍ତି। ବର୍ତ୍ତମାନ ଉଭୟ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ...

ଗୋଟିଏ ସ୍ବାମୀଙ୍କୁ ୨ ସ୍ତ୍ରୀ: ପଞ୍ଚାୟତ ନେଲା ବଡ଼ ନିଷ୍ପତ୍ତି, ଜଣଙ୍କ ସହ ୩ ଦିନ, ଅନ୍ୟ ଜଣଙ୍କ ସହ ୩ ଦିନ, ଆଉ ରବିବାରରେ…

ଲକ୍ଷ୍ନୌ,୨୨।୧: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଗାଁ ପଞ୍ଚାୟତ ଏପରି ନିଷ୍ପତ୍ତି ଜାରି କରିଛି ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri