୩୫ଜଣଙ୍କୁ ନିଯୁକ୍ତି ଦେଇଛନ୍ତି କିରଣ

ରାୟଗଡ଼ା, (ଭାଗ୍ୟଶ୍ରୀ ମିଶ୍ର):ଆଜିର ଯୁବପିଢ଼ି ଉଚ୍ଚଶିକ୍ଷା ପରେ ଚାକିରି ପାଇଁ ଦେଶ ଛାଡ଼ି ବିଦେଶ ଚାଲିଯାଉଛନ୍ତି। ଏହାଦ୍ୱାରା ଦେଶର ଭବିଷ୍ୟତ ଓ ବିକାଶରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। କିନ୍ତୁ ଯୁବପିଢ଼ିଙ୍କୁ ଷ୍ଟାଟ୍‌ଅପ୍‌ ଆଡ଼କୁ ପ୍ରୋତ୍ସାହିତ କରିବାକୁ ରାୟଗଡ଼ାର ସଫଳ ଉଦ୍ୟୋଗୀ କେ. କିରଣ କୁମାର ବ୍ୟବସାୟ ଆରମ୍ଭ କରିଛନ୍ତି। ସାଇପ୍ରିୟା ନଗରର ବି.ଟେକ୍‌ ଯୁବକ କିରଣ ଚାକିରି ପଛରେ ନ ଗୋଡ଼ାଇ ଅନ୍ୟକୁ ନିଯୁକ୍ତି ଦେବାରେ ଆନନ୍ଦ ପାଇଥାନ୍ତି ବୋଲି କହିଛନ୍ତି। ଇକୋ ଫ୍ରେଣ୍ଡଲି ୟୁପିଭିସି ଝରକା, କବାଟ ଉତ୍ପାଦନକରି ସେ କେବଳ ନିଜେ ଆମତ୍ନିର୍ଭର ହୋଇନାହାନ୍ତି ବରଂ ନିଜ ଅଧୀନରେ ୩୫ ଜଣଙ୍କୁ ନିଯୁକ୍ତି ଦେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
କେ. କିରଣ ଜଣେ ମେଧାବୀ ଛାତ୍ର । ତାଙ୍କ ବାଲ୍ୟକାଳ ସଂଘର୍ଷରେ କଟିଥିଲା। କୋରାପୁଟରେ ତାଙ୍କ ପରିବାର ରୁହନ୍ତି। ଘରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ କିରଣ ତାଙ୍କ ଦାଦାଙ୍କ ଘରେ ରାୟଗଡ଼ାରେ ରହି ପଢ଼ିଛନ୍ତି। ରାୟଗଡା ଆଇଏସିଆର କଲେଜରେ ଇଲେକ୍ଟ୍ରିକାଲରେ ବି.ଟେକ କରିଛନ୍ତି। ପାଠପଢ଼ା ପରେ ହାଇଦ୍ରାବାଦରୁ ତାଙ୍କୁ ଚାକିରି ପାଇଁ ଅଫର ଆସିଥିଲା। ହେଲେ ସେ ଚାକିରି ନ କରି ନିଜେ ଆମତ୍ନିର୍ଭର ହେବା ସହ ଅନ୍ୟକୁ କିପରି ସ୍ବାବଲମ୍ବୀ କରିପାରିବେ ଚିନ୍ତା କରିଥିଲେ l କିରଣଙ୍କର ପାରମ୍ପରିକ କାଠ କାମ ଥିଲା। ସେହି ପାରମ୍ପରିକ କାର୍ଯ୍ୟକୁ ଅପ୍‌ଗ୍ରେଡ୍‌ କରି ନୂତନ ଭାବେ ବ୍ୟବସାୟ କରିବାକୁ ମନସ୍ଥ କରିଥିଲେ। ମଣିଷର ମୌଳିକ ଆବଶ୍ୟକତା ବାସଗୃହ ନିର୍ମାଣ ଲାଗି କବାଟ, ଝରକା ନିର୍ମାଣ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଛି। ଯାହା ପରିବେଶ ପାଇଁ ଶୁଭଙ୍କର ନୁହେଁ। ତେଣୁ କାଠର ବିକଳ୍ପ ୟୁପିଭିସିକୁ ସେ କବାଟ, ଝରକା ନିର୍ମାଣ ପାଇଁ ବାଛିଥିଲେ। ଯାହା ପ୍ଲାଷ୍ଟିକ ଫ୍ରି ଏବଂ ଇକୋ ଫ୍ରେଣ୍ଡଲି ବୋଲି ସେ କହିଛନ୍ତି। ମହାମାରୀ କରୋନା ସମୟରେ ସମସ୍ତଙ୍କର ଆର୍ଥିକ ସ୍ଥିତି ଦୋହଲି ଯାଇଥିବାବେଳେ ସେ ରାୟଗଡ଼ା ଶିଳ୍ପ କେନ୍ଦ୍ରକୁ ଯୋଗାଯୋଗ କରି ନିଜର ବ୍ୟବସାୟ ଯୋଜନା ବିଷୟରେ କହିଥିଲେ। ଶିଳ୍ପକେନ୍ଦ୍ର ପକ୍ଷରୁ ତାଙ୍କୁ ୨୫ଲକ୍ଷ ଟଙ୍କା ଋଣ ଦିଆଯାଇଥିଲା। ୨୦୨୧ରେ ସେ ମା’ ମାଝୀ ଗୌରୀ ଫର୍ନିଚର ୟୁନିଟ୍‌ ସ୍ଥାପନ କରିଥିଲେ। ଏଠାରେ ଘରର ମୁଖ୍ୟ କବାଟ, ଝରକା, ମଶାଜାଲି, ଝରକା ଫ୍ରେମ୍‌, ବାଥ୍‌ରୁମ୍‌ ଡୋର, ସ୍ଲାଇଡିଂ ଡୋର, ଫିକ୍ସଡ଼ ଝରକା, ସେପାରେସନ, ଗ୍ଲାସ୍‌, ଡେକ ରେଟ୍‌ ଆଦି ପାଇଁ ବ୍ୟବହୃତ ୟୁପିଭିସି ଉତ୍ପାଦନ କରାଗଲା l ହାଇଦ୍ରାବାଦରୁ ଆଇରନ, ଭୁବନେଶ୍ୱରରୁ ହାର୍ଡୱେର ଏବଂ ବିଶାଖାପାଟଣାରୁ ଗ୍ଲାସ୍‌ ଆଣି ରାୟଗଡ଼ାରେ ଉତ୍ପାଦନ କରାଯାଉଛି। ଏହା ଇକୋ ଫ୍ରେଣ୍ଡଲି ହୋଇଥିବାରୁ ରାଜ୍ୟ ଏବଂ କେନ୍ଦ୍ର ସରକାର ସ୍ବୀକୃତି ଦେଇଥିବା କିରଣ କହିଛନ୍ତିି l ଉତ୍ପାଦନ ସାମଗ୍ରୀ ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଆନ୍ଧ୍ରପ୍ରଦେଶର ବିଜୟନଗରମ ଏବଂ ପାର୍ବତୀପୁର ଯାଇଥାଏ। ୭ ଜଣ କର୍ମଚାରୀଙ୍କୁ ନେଇ କିରଣ ବ୍ୟବସାୟ ଆରମ୍ଭ କରିଥିବା ବେଳେ ଏବେ ପ୍ରାୟ ୩୫ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ୨୫ ଲକ୍ଷରୁ ଆରମ୍ଭ କରିଥିବା ବ୍ୟବସାୟ ଏବେ ଟର୍ନଓଭର ୩ କୋଟିରୁ ଊର୍ଦ୍ଧ୍ୱରେ ପହଞ୍ଚତ୍ଥିବା କିରଣ କହିଛନ୍ତି। ପ୍ରତ୍ୟେକ ଯୁବକ ନିଜ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଦ୍ୱାରା ଆବଶ୍ୟକ ସୁଯୋଗର ଅପେକ୍ଷା ନ କରି ସୁଯୋଗକୁ ନିଜେ ସୃଷ୍ଟି କରିବା ଦରକାର ବୋଲି କିରଣ କହିଛନ୍ତି। ଆଗକୁ ସରକାରୀସ୍ତରରେ ଅଧିକ ସହଯୋଗ ମିଳିଲେ ବ୍ୟବସାୟ ଆହୁରି ଆଗକୁ ବଢ଼ାଇବେ ବୋଲି ସେ କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri