୩୫ଜଣଙ୍କୁ ନିଯୁକ୍ତି ଦେଇଛନ୍ତି କିରଣ

ରାୟଗଡ଼ା, (ଭାଗ୍ୟଶ୍ରୀ ମିଶ୍ର):ଆଜିର ଯୁବପିଢ଼ି ଉଚ୍ଚଶିକ୍ଷା ପରେ ଚାକିରି ପାଇଁ ଦେଶ ଛାଡ଼ି ବିଦେଶ ଚାଲିଯାଉଛନ୍ତି। ଏହାଦ୍ୱାରା ଦେଶର ଭବିଷ୍ୟତ ଓ ବିକାଶରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। କିନ୍ତୁ ଯୁବପିଢ଼ିଙ୍କୁ ଷ୍ଟାଟ୍‌ଅପ୍‌ ଆଡ଼କୁ ପ୍ରୋତ୍ସାହିତ କରିବାକୁ ରାୟଗଡ଼ାର ସଫଳ ଉଦ୍ୟୋଗୀ କେ. କିରଣ କୁମାର ବ୍ୟବସାୟ ଆରମ୍ଭ କରିଛନ୍ତି। ସାଇପ୍ରିୟା ନଗରର ବି.ଟେକ୍‌ ଯୁବକ କିରଣ ଚାକିରି ପଛରେ ନ ଗୋଡ଼ାଇ ଅନ୍ୟକୁ ନିଯୁକ୍ତି ଦେବାରେ ଆନନ୍ଦ ପାଇଥାନ୍ତି ବୋଲି କହିଛନ୍ତି। ଇକୋ ଫ୍ରେଣ୍ଡଲି ୟୁପିଭିସି ଝରକା, କବାଟ ଉତ୍ପାଦନକରି ସେ କେବଳ ନିଜେ ଆମତ୍ନିର୍ଭର ହୋଇନାହାନ୍ତି ବରଂ ନିଜ ଅଧୀନରେ ୩୫ ଜଣଙ୍କୁ ନିଯୁକ୍ତି ଦେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
କେ. କିରଣ ଜଣେ ମେଧାବୀ ଛାତ୍ର । ତାଙ୍କ ବାଲ୍ୟକାଳ ସଂଘର୍ଷରେ କଟିଥିଲା। କୋରାପୁଟରେ ତାଙ୍କ ପରିବାର ରୁହନ୍ତି। ଘରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ କିରଣ ତାଙ୍କ ଦାଦାଙ୍କ ଘରେ ରାୟଗଡ଼ାରେ ରହି ପଢ଼ିଛନ୍ତି। ରାୟଗଡା ଆଇଏସିଆର କଲେଜରେ ଇଲେକ୍ଟ୍ରିକାଲରେ ବି.ଟେକ କରିଛନ୍ତି। ପାଠପଢ଼ା ପରେ ହାଇଦ୍ରାବାଦରୁ ତାଙ୍କୁ ଚାକିରି ପାଇଁ ଅଫର ଆସିଥିଲା। ହେଲେ ସେ ଚାକିରି ନ କରି ନିଜେ ଆମତ୍ନିର୍ଭର ହେବା ସହ ଅନ୍ୟକୁ କିପରି ସ୍ବାବଲମ୍ବୀ କରିପାରିବେ ଚିନ୍ତା କରିଥିଲେ l କିରଣଙ୍କର ପାରମ୍ପରିକ କାଠ କାମ ଥିଲା। ସେହି ପାରମ୍ପରିକ କାର୍ଯ୍ୟକୁ ଅପ୍‌ଗ୍ରେଡ୍‌ କରି ନୂତନ ଭାବେ ବ୍ୟବସାୟ କରିବାକୁ ମନସ୍ଥ କରିଥିଲେ। ମଣିଷର ମୌଳିକ ଆବଶ୍ୟକତା ବାସଗୃହ ନିର୍ମାଣ ଲାଗି କବାଟ, ଝରକା ନିର୍ମାଣ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଛି। ଯାହା ପରିବେଶ ପାଇଁ ଶୁଭଙ୍କର ନୁହେଁ। ତେଣୁ କାଠର ବିକଳ୍ପ ୟୁପିଭିସିକୁ ସେ କବାଟ, ଝରକା ନିର୍ମାଣ ପାଇଁ ବାଛିଥିଲେ। ଯାହା ପ୍ଲାଷ୍ଟିକ ଫ୍ରି ଏବଂ ଇକୋ ଫ୍ରେଣ୍ଡଲି ବୋଲି ସେ କହିଛନ୍ତି। ମହାମାରୀ କରୋନା ସମୟରେ ସମସ୍ତଙ୍କର ଆର୍ଥିକ ସ୍ଥିତି ଦୋହଲି ଯାଇଥିବାବେଳେ ସେ ରାୟଗଡ଼ା ଶିଳ୍ପ କେନ୍ଦ୍ରକୁ ଯୋଗାଯୋଗ କରି ନିଜର ବ୍ୟବସାୟ ଯୋଜନା ବିଷୟରେ କହିଥିଲେ। ଶିଳ୍ପକେନ୍ଦ୍ର ପକ୍ଷରୁ ତାଙ୍କୁ ୨୫ଲକ୍ଷ ଟଙ୍କା ଋଣ ଦିଆଯାଇଥିଲା। ୨୦୨୧ରେ ସେ ମା’ ମାଝୀ ଗୌରୀ ଫର୍ନିଚର ୟୁନିଟ୍‌ ସ୍ଥାପନ କରିଥିଲେ। ଏଠାରେ ଘରର ମୁଖ୍ୟ କବାଟ, ଝରକା, ମଶାଜାଲି, ଝରକା ଫ୍ରେମ୍‌, ବାଥ୍‌ରୁମ୍‌ ଡୋର, ସ୍ଲାଇଡିଂ ଡୋର, ଫିକ୍ସଡ଼ ଝରକା, ସେପାରେସନ, ଗ୍ଲାସ୍‌, ଡେକ ରେଟ୍‌ ଆଦି ପାଇଁ ବ୍ୟବହୃତ ୟୁପିଭିସି ଉତ୍ପାଦନ କରାଗଲା l ହାଇଦ୍ରାବାଦରୁ ଆଇରନ, ଭୁବନେଶ୍ୱରରୁ ହାର୍ଡୱେର ଏବଂ ବିଶାଖାପାଟଣାରୁ ଗ୍ଲାସ୍‌ ଆଣି ରାୟଗଡ଼ାରେ ଉତ୍ପାଦନ କରାଯାଉଛି। ଏହା ଇକୋ ଫ୍ରେଣ୍ଡଲି ହୋଇଥିବାରୁ ରାଜ୍ୟ ଏବଂ କେନ୍ଦ୍ର ସରକାର ସ୍ବୀକୃତି ଦେଇଥିବା କିରଣ କହିଛନ୍ତିି l ଉତ୍ପାଦନ ସାମଗ୍ରୀ ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଆନ୍ଧ୍ରପ୍ରଦେଶର ବିଜୟନଗରମ ଏବଂ ପାର୍ବତୀପୁର ଯାଇଥାଏ। ୭ ଜଣ କର୍ମଚାରୀଙ୍କୁ ନେଇ କିରଣ ବ୍ୟବସାୟ ଆରମ୍ଭ କରିଥିବା ବେଳେ ଏବେ ପ୍ରାୟ ୩୫ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ୨୫ ଲକ୍ଷରୁ ଆରମ୍ଭ କରିଥିବା ବ୍ୟବସାୟ ଏବେ ଟର୍ନଓଭର ୩ କୋଟିରୁ ଊର୍ଦ୍ଧ୍ୱରେ ପହଞ୍ଚତ୍ଥିବା କିରଣ କହିଛନ୍ତି। ପ୍ରତ୍ୟେକ ଯୁବକ ନିଜ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଦ୍ୱାରା ଆବଶ୍ୟକ ସୁଯୋଗର ଅପେକ୍ଷା ନ କରି ସୁଯୋଗକୁ ନିଜେ ସୃଷ୍ଟି କରିବା ଦରକାର ବୋଲି କିରଣ କହିଛନ୍ତି। ଆଗକୁ ସରକାରୀସ୍ତରରେ ଅଧିକ ସହଯୋଗ ମିଳିଲେ ବ୍ୟବସାୟ ଆହୁରି ଆଗକୁ ବଢ଼ାଇବେ ବୋଲି ସେ କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଣିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ: ସଂକ୍ଷିପ୍ତ ସଭାପତି, ରବୀନ୍ଦ୍ର ସମ୍ପାଦକ

ଲୋଇସିଂହା,୩୦ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଗାଈଖାଇ ଇକୋଟୁରିଜମ୍‌ ପ୍ରକଳ୍ପଠାରେ ଲୋଇସିଂହା ବଣିକ ସଂଘର ବାର୍ଷିକ ଅଧିବେଶନ ପୂର୍ବତନ ସଭାପତି ମୋହିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

ରାସ୍ତାରେ ଛିଡା ହୋଇଥିବା ୧୪ ଜଣଙ୍କ ଉପରେ ମାଡ଼ିଗଲା ମୃତ୍ୟୁର ବସ୍, ଭାଇରାଲ ହେଉଛି ଛାତିଥରା…

ନୂଆଦିଲ୍ଲୀ,୩୦।୧୨: ସୋମବାର ରାତିରେ ମୁମ୍ବାଇର ଭାଣ୍ଡୁପ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯାହା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ରାତି ପ୍ରାୟ ୯ଟା ୩୫...

୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

କିଏ ଥିଲେ ଖାଲେଦା ଜିଆଙ୍କ ସ୍ବାମୀ ଜିଆ ଉର ରେହମାନ? ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ, ପରେ ବିଏନପି ଗଠନ, ଶେଷରେ…

ଡାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି। ସେ ଅନେକ ରୋଗ ସହିତ ଲଢୁଥିଲେ। ଉଲ୍ଲେଖନୀୟ ଯେ ତାଙ୍କ ମୃତ୍ୟୁର କିଛି ଦିନ...

ଖୁବ ଷ୍ଟାଇଲିସ ଥିଲେ ଖାଲେଦା ଜିଆ, ହାଲ୍‌କା ଶାଢିକୁ ବଡ଼ ବଡ଼ ସନ୍‌ଗ୍ଲାସ, ପୂରା ସାଉଥ ଏସିଆର ଚର୍ଚ୍ଚିତ ଷ୍ଟାଇଲ ଥିଲା…

ଢାକା,୩୦।୧୨: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ବିଏନପି ମୁଖ୍ୟ ଖାଲେଦା ଜିଆଙ୍କୁ ପ୍ରାୟତଃ ରାଜନୀତି, ସଂଘର୍ଷ ଏବଂ ଶକ୍ତିର ପ୍ରତୀକ ଭାବରେ ଦେଖାଯାଏ। ତଥାପି, ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri