ରାଜା, ରାଣୀ ଓ ସେ

ବ୍ୟାଙ୍କକ,୨୪।୧୨:ରାଜତନ୍ତ୍ରରେ ସଂସ୍କାର ଆଣିବା ଦାବିରେ ଥାଇଲାଣ୍ଡ ରାଜରାସ୍ତାରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ରାଜା ମହା ବଜିରାଲୋଙ୍ଗକୋର୍ନଙ୍କ ଗର୍ଲଫ୍ରେଣ୍ଡ ସିନୀନାତ୍‌ ୱୋଙ୍ଗବଜିରାପକ୍‌ଡି ଓରଫ୍‌ କୋଇଙ୍କ ୧୪୪୩ ଫଟୋ ଲିକ୍‌ ହୋଇଯାଇଛି। ସେଥିରୁ ଅଧିକାଂଶ ହେଉଛି ନଗ୍ନ ଅଥବା ଅର୍ଦ୍ଧନଗ୍ନ ଫଟୋ। ରାଜାଙ୍କ ଔପଚାରିକ ଧର୍ମପନତ୍ୀ ତଥା ରାଣୀ ସୁଥିଡା ଓ ଉପପନତ୍ୀ କୋଇଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିବାରୁ ଏହି ଫଟୋଗୁଡ଼ିକୁ ଲିକ୍‌ କରାଯାଇଛି। ନିକଟରେ କୋଇ ଜେଲରୁ ମୁକ୍ତ ହୋଇ ରାଜାଙ୍କ ପାଖକୁ ଫେରିଥିବାବେଳେ ରାଣୀ ସୁଥିଡା ଏହି ଫଟୋ ସବୁକୁ ପ୍ରଘଟ କରାଇଥିବା କୁହାଯାଉଛି।
ମହା ବଜିରାଲୋଙ୍ଗକୋର୍ନ ହେଉଛନ୍ତି ଥାଇଲାଣ୍ଡ ରାଜା ଭୂମିବୋଲ ଅଦୁଲ୍ୟଦେଜ ଓ ରାଣୀ ସିରିକିତ୍‌ଙ୍କ ଏକମାତ୍ର ପୁଅ। ମାତ୍ର ୨୦ ବର୍ଷ ବୟସରେ ରାଜା ଭୂମିବୋଲ ତାଙ୍କୁ କ୍ରାଉନ୍‌ ପ୍ରିନ୍ସ ଘୋଷଣା କରିଥିଲେ। ୨୦୧୬ ଅକ୍ଟୋବର ୧୩ରେ ରାଜାଙ୍କ ମୃତ୍ୟୁ ପରେ ଡିସେମ୍ବର ୧ରେ ୬୮ ବର୍ଷୀୟ ରାଜକୁମାର ବଜିରାଲୋଙ୍ଗକୋର୍ନ ଚକ୍ରି ରାଜବଂଶର ଦଶମ ସମ୍ରାଟ ହୋଇଥିଲେ। ସାମ୍ବିଧାନିକ ରାଜପଦ ସମ୍ଭାଳିବାରେ ସେ ହେଉଛନ୍ତି ଥାଇଲାଣ୍ଡର ବୟୋଜ୍ୟେଷ୍ଠ ସମ୍ରାଟ। ନିଜ ସୌଖୀନ ଓ ବିଳାସପୂର୍ଣ୍ଣ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ବଜିରାଲୋଙ୍ଗକୋର୍ନଙ୍କ ସମ୍ପତ୍ତିର ମୂଲ୍ୟ ୪୩ ବିଲିୟନ୍‌ ଡଲାରରୁ ଅଧିକ। ତାଙ୍କୁ ବିଶ୍ୱର ଅନ୍ୟତମ ଧନୀ ଶାସକ ଭାବେ ବିବେଚନା କରାଯାଏ। ବଜିରାଲୋଙ୍ଗକୋର୍ନ ୨୦୧୯ରେ ସୁଥିଡାଙ୍କୁ ବିବାହ କରି ରାଣୀ ମର୍ଯ୍ୟାଦା ଦେଇଥିଲେ। ଏହା ପୂର୍ବରୁ ରାଜା ୩ ବିବାହ କରିଥିଲେ ଓ ତାଙ୍କର ୭ ସନ୍ତାନ ସନ୍ତତି ଅଛନ୍ତି। ତେବେ ୩ ସ୍ତ୍ରୀଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇଯାଇଛି। ଉଭୟ ୪୨ ବର୍ଷୀୟା ସୁଥିଡା ଓ ୩୫ ବର୍ଷୀୟା କୋଇ ରାଜପ୍ରାସାଦରେ ସିନିୟର ଅଫିସର ରୂପେ କାମ କରିଛନ୍ତି। ସୁଥିଡା ଏହା ପୂର୍ବରୁ ଥାଇ ଏୟାରୱେଜ୍‌ରେ ଫ୍ଲାଇଟ୍‌ କ୍ର୍ୟୁ ଭାବେ କାମ କରିଥିବାବେଳେ କୋଇ ଆର୍ମିରେ ନର୍ସ ଥିଲେ। ୨୦୧୪ରେ ରାଜା ସୁଥିଡାଙ୍କୁ ନିଜ ଅଙ୍ଗରକ୍ଷୀ ବାହିନୀର ଉପକମାଣ୍ଡର ରୂପେ ନିଯୁକ୍ତ କରିଥିଲେ। ୨୦୧୬ ଡିସେମ୍ବରରେ ସେ ସୁଥିଡାଙ୍କୁ ସେନାରେ ଜେନେରାଲ ର଼୍ୟାଙ୍କରେ ଅବସ୍ଥାପିତ କରିଥିଲେ। ୨୦୧୯ ଜୁଲାଇରେ ରାଜାଙ୍କ ୬୭ତମ ଜନ୍ମଦିନ ପାଳନ ବେଳେ କୋଇଙ୍କୁ ରାଜକୀୟ ମାନ୍ୟତା ଦିଆଯାଇଥିଲା। ରାଣୀଙ୍କୁ ନୂ୍ୟନ ଦର୍ଶାଇ ତାଙ୍କ ଛବି ଖରାପ କରିବା ଅଭିଯୋଗରେ ଗତବର୍ଷ ଅତି ନାଟକୀୟ ଢଙ୍ଗରେ କୋଇଙ୍କୁ ଜେଲ ପଠାଇ ଦିଆଯାଇଥିଲା। ଫଳରେ ସେ ରାଜକୀୟ ପଦପଦବୀ ତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ। ହେଲେ ସେ ଜେଲ ଯିବାର ଅନେକ ଦିନ ପରେ ରାଜା ଏନେଇ ସୂଚନା ପାଇଥିଲେ।
ଏବେ କୋଇଙ୍କ ନ୍ୟୁଡ୍‌ ଫଟୋଗୁଡ଼ିକୁ ରାଜତନ୍ତ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆକ୍ଟିଭିଷ୍ଟମାନଙ୍କ ନିକଟକୁ ପଠାଯାଇଥିବା ଖବର ଆସିଛି। ଏହି ଫଟୋଗୁଡ଼ିକ ୨୦୧୨ରୁ ୨୦୧୪ ମଧ୍ୟରେ ଉଠାଯାଇଥିଲା। ଫଟୋ ଉତ୍ତୋଳନ ବେଳେ କୋଇ କ୍ୟାମେରା ଆଗରେ ଅତି ଉତ୍ତେଜକ ଭଙ୍ଗୀରେ ପୋଜ୍‌ ଦେଇଛନ୍ତି। କୁହାଯାଉଛି, କୋଇ ନିଜେ ଏହି ଫଟୋ ସବୁକୁ କ୍ଲିକ୍‌ କରି ରାଜାଙ୍କ ପାଖକୁ ପଠାଇଥିଲେ। ଥାଇଲାଣ୍ଡ ରାଜକୀୟ ଶାସନର ସମାଲୋଚକ ବ୍ରିଟିଶ ସାମ୍ବାଦିକ ଆଣ୍ଡ୍ର୍ୟୁ ମେକ୍‌ଗ୍ରେଗର ମାର୍ଶାଲଙ୍କ ନିକଟକୁ ମଧ୍ୟ କେତେକ ନ୍ୟୁଡ୍‌ ଫଟୋ ପଠାଯାଇଛି। ଏକ ଫେସ୍‌ବୁକ୍‌ ପୋଷ୍ଟରେ ଆଣ୍ଡ୍ର୍ୟୁ ଲେଖିଛନ୍ତି, ଫଟୋଗୁଡ଼ିକ କୋଇଙ୍କ ବ୍ୟକ୍ତିଗତ ଫୋନ୍‌ରେ ଉଠାଇଥିବା ସ୍ପଷ୍ଟ ଜଣାପଡ଼ୁଛି। ଏହି ଅଶ୍ଳୀଳ ଛବିଗୁଡ଼ିକୁ ରାଜାଙ୍କ ପାଖକୁ ପଠାଇବା ପାଇଁ କୋଇ ନିଜେ ଉଠାଇଥିଲେ।
ସେହିପରି ରାଜତନ୍ତ୍ରକୁ ସମାଲୋଚନା କରିବା ପରେ ଜେଲ ଦଣ୍ଡାଦେଶ ପାଇ ଜାପାନରେ ରହୁଥିବା ଥାଇ ଶିକ୍ଷାବିତ୍‌ ପବିନ ଚାଚାଭାଲପୋଙ୍ଗପୁନଙ୍କ ନିକଟକୁ ମଧ୍ୟ କୋଇଙ୍କ ନ୍ୟୁଡ୍‌ ଫଟୋ ପଠାଯାଇଛି। ଉକ୍ତ ଫଟୋଗୁଡ଼ିକ ଭାଇରାଲ ହେବା ପରେ ରାଜା ଓ କୋଇଙ୍କ ସମ୍ପର୍କକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରକାଶ ଯେ, କିଛିବର୍ଷ ତଳେ ରାଜାଙ୍କ ଏକ ଫେସ୍‌ବୁକ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେଥିରେ ଜର୍ମାନୀର ମ୍ୟୁନିକ୍‌ସ୍ଥିତ ଏକ ଶପିଂ ମଲ୍‌ରେ ରାଜା ଓ ତାଙ୍କ ମିଷ୍ଟ୍ରେସ୍‌ଙ୍କୁ ଦେଖିବାକୁ ମିଳିଥିଲା। ରାଜା ଅଣରାଜକୀୟ ପରିଧାନରେ ଥାଇ ଆଇସ୍‌କ୍ରିମ୍‌ ଖାଉଥିଲେ। ଥାଇଲାଣ୍ଡରେ ରାଜାଙ୍କୁ ଅତ୍ୟନ୍ତ ସମ୍ମାନର ସହ ଦେଖାଯାଉଥିବାବେଳେ ଉକ୍ତ ଭାଇରାଲ ଭିଡିଓକୁ ନେଇ ତାଙ୍କୁ ଟ୍ରୋଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri