ରାଜା, ରାଣୀ ଓ ସେ

ବ୍ୟାଙ୍କକ,୨୪।୧୨:ରାଜତନ୍ତ୍ରରେ ସଂସ୍କାର ଆଣିବା ଦାବିରେ ଥାଇଲାଣ୍ଡ ରାଜରାସ୍ତାରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ରାଜା ମହା ବଜିରାଲୋଙ୍ଗକୋର୍ନଙ୍କ ଗର୍ଲଫ୍ରେଣ୍ଡ ସିନୀନାତ୍‌ ୱୋଙ୍ଗବଜିରାପକ୍‌ଡି ଓରଫ୍‌ କୋଇଙ୍କ ୧୪୪୩ ଫଟୋ ଲିକ୍‌ ହୋଇଯାଇଛି। ସେଥିରୁ ଅଧିକାଂଶ ହେଉଛି ନଗ୍ନ ଅଥବା ଅର୍ଦ୍ଧନଗ୍ନ ଫଟୋ। ରାଜାଙ୍କ ଔପଚାରିକ ଧର୍ମପନତ୍ୀ ତଥା ରାଣୀ ସୁଥିଡା ଓ ଉପପନତ୍ୀ କୋଇଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିବାରୁ ଏହି ଫଟୋଗୁଡ଼ିକୁ ଲିକ୍‌ କରାଯାଇଛି। ନିକଟରେ କୋଇ ଜେଲରୁ ମୁକ୍ତ ହୋଇ ରାଜାଙ୍କ ପାଖକୁ ଫେରିଥିବାବେଳେ ରାଣୀ ସୁଥିଡା ଏହି ଫଟୋ ସବୁକୁ ପ୍ରଘଟ କରାଇଥିବା କୁହାଯାଉଛି।
ମହା ବଜିରାଲୋଙ୍ଗକୋର୍ନ ହେଉଛନ୍ତି ଥାଇଲାଣ୍ଡ ରାଜା ଭୂମିବୋଲ ଅଦୁଲ୍ୟଦେଜ ଓ ରାଣୀ ସିରିକିତ୍‌ଙ୍କ ଏକମାତ୍ର ପୁଅ। ମାତ୍ର ୨୦ ବର୍ଷ ବୟସରେ ରାଜା ଭୂମିବୋଲ ତାଙ୍କୁ କ୍ରାଉନ୍‌ ପ୍ରିନ୍ସ ଘୋଷଣା କରିଥିଲେ। ୨୦୧୬ ଅକ୍ଟୋବର ୧୩ରେ ରାଜାଙ୍କ ମୃତ୍ୟୁ ପରେ ଡିସେମ୍ବର ୧ରେ ୬୮ ବର୍ଷୀୟ ରାଜକୁମାର ବଜିରାଲୋଙ୍ଗକୋର୍ନ ଚକ୍ରି ରାଜବଂଶର ଦଶମ ସମ୍ରାଟ ହୋଇଥିଲେ। ସାମ୍ବିଧାନିକ ରାଜପଦ ସମ୍ଭାଳିବାରେ ସେ ହେଉଛନ୍ତି ଥାଇଲାଣ୍ଡର ବୟୋଜ୍ୟେଷ୍ଠ ସମ୍ରାଟ। ନିଜ ସୌଖୀନ ଓ ବିଳାସପୂର୍ଣ୍ଣ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ବଜିରାଲୋଙ୍ଗକୋର୍ନଙ୍କ ସମ୍ପତ୍ତିର ମୂଲ୍ୟ ୪୩ ବିଲିୟନ୍‌ ଡଲାରରୁ ଅଧିକ। ତାଙ୍କୁ ବିଶ୍ୱର ଅନ୍ୟତମ ଧନୀ ଶାସକ ଭାବେ ବିବେଚନା କରାଯାଏ। ବଜିରାଲୋଙ୍ଗକୋର୍ନ ୨୦୧୯ରେ ସୁଥିଡାଙ୍କୁ ବିବାହ କରି ରାଣୀ ମର୍ଯ୍ୟାଦା ଦେଇଥିଲେ। ଏହା ପୂର୍ବରୁ ରାଜା ୩ ବିବାହ କରିଥିଲେ ଓ ତାଙ୍କର ୭ ସନ୍ତାନ ସନ୍ତତି ଅଛନ୍ତି। ତେବେ ୩ ସ୍ତ୍ରୀଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇଯାଇଛି। ଉଭୟ ୪୨ ବର୍ଷୀୟା ସୁଥିଡା ଓ ୩୫ ବର୍ଷୀୟା କୋଇ ରାଜପ୍ରାସାଦରେ ସିନିୟର ଅଫିସର ରୂପେ କାମ କରିଛନ୍ତି। ସୁଥିଡା ଏହା ପୂର୍ବରୁ ଥାଇ ଏୟାରୱେଜ୍‌ରେ ଫ୍ଲାଇଟ୍‌ କ୍ର୍ୟୁ ଭାବେ କାମ କରିଥିବାବେଳେ କୋଇ ଆର୍ମିରେ ନର୍ସ ଥିଲେ। ୨୦୧୪ରେ ରାଜା ସୁଥିଡାଙ୍କୁ ନିଜ ଅଙ୍ଗରକ୍ଷୀ ବାହିନୀର ଉପକମାଣ୍ଡର ରୂପେ ନିଯୁକ୍ତ କରିଥିଲେ। ୨୦୧୬ ଡିସେମ୍ବରରେ ସେ ସୁଥିଡାଙ୍କୁ ସେନାରେ ଜେନେରାଲ ର଼୍ୟାଙ୍କରେ ଅବସ୍ଥାପିତ କରିଥିଲେ। ୨୦୧୯ ଜୁଲାଇରେ ରାଜାଙ୍କ ୬୭ତମ ଜନ୍ମଦିନ ପାଳନ ବେଳେ କୋଇଙ୍କୁ ରାଜକୀୟ ମାନ୍ୟତା ଦିଆଯାଇଥିଲା। ରାଣୀଙ୍କୁ ନୂ୍ୟନ ଦର୍ଶାଇ ତାଙ୍କ ଛବି ଖରାପ କରିବା ଅଭିଯୋଗରେ ଗତବର୍ଷ ଅତି ନାଟକୀୟ ଢଙ୍ଗରେ କୋଇଙ୍କୁ ଜେଲ ପଠାଇ ଦିଆଯାଇଥିଲା। ଫଳରେ ସେ ରାଜକୀୟ ପଦପଦବୀ ତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ। ହେଲେ ସେ ଜେଲ ଯିବାର ଅନେକ ଦିନ ପରେ ରାଜା ଏନେଇ ସୂଚନା ପାଇଥିଲେ।
ଏବେ କୋଇଙ୍କ ନ୍ୟୁଡ୍‌ ଫଟୋଗୁଡ଼ିକୁ ରାଜତନ୍ତ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆକ୍ଟିଭିଷ୍ଟମାନଙ୍କ ନିକଟକୁ ପଠାଯାଇଥିବା ଖବର ଆସିଛି। ଏହି ଫଟୋଗୁଡ଼ିକ ୨୦୧୨ରୁ ୨୦୧୪ ମଧ୍ୟରେ ଉଠାଯାଇଥିଲା। ଫଟୋ ଉତ୍ତୋଳନ ବେଳେ କୋଇ କ୍ୟାମେରା ଆଗରେ ଅତି ଉତ୍ତେଜକ ଭଙ୍ଗୀରେ ପୋଜ୍‌ ଦେଇଛନ୍ତି। କୁହାଯାଉଛି, କୋଇ ନିଜେ ଏହି ଫଟୋ ସବୁକୁ କ୍ଲିକ୍‌ କରି ରାଜାଙ୍କ ପାଖକୁ ପଠାଇଥିଲେ। ଥାଇଲାଣ୍ଡ ରାଜକୀୟ ଶାସନର ସମାଲୋଚକ ବ୍ରିଟିଶ ସାମ୍ବାଦିକ ଆଣ୍ଡ୍ର୍ୟୁ ମେକ୍‌ଗ୍ରେଗର ମାର୍ଶାଲଙ୍କ ନିକଟକୁ ମଧ୍ୟ କେତେକ ନ୍ୟୁଡ୍‌ ଫଟୋ ପଠାଯାଇଛି। ଏକ ଫେସ୍‌ବୁକ୍‌ ପୋଷ୍ଟରେ ଆଣ୍ଡ୍ର୍ୟୁ ଲେଖିଛନ୍ତି, ଫଟୋଗୁଡ଼ିକ କୋଇଙ୍କ ବ୍ୟକ୍ତିଗତ ଫୋନ୍‌ରେ ଉଠାଇଥିବା ସ୍ପଷ୍ଟ ଜଣାପଡ଼ୁଛି। ଏହି ଅଶ୍ଳୀଳ ଛବିଗୁଡ଼ିକୁ ରାଜାଙ୍କ ପାଖକୁ ପଠାଇବା ପାଇଁ କୋଇ ନିଜେ ଉଠାଇଥିଲେ।
ସେହିପରି ରାଜତନ୍ତ୍ରକୁ ସମାଲୋଚନା କରିବା ପରେ ଜେଲ ଦଣ୍ଡାଦେଶ ପାଇ ଜାପାନରେ ରହୁଥିବା ଥାଇ ଶିକ୍ଷାବିତ୍‌ ପବିନ ଚାଚାଭାଲପୋଙ୍ଗପୁନଙ୍କ ନିକଟକୁ ମଧ୍ୟ କୋଇଙ୍କ ନ୍ୟୁଡ୍‌ ଫଟୋ ପଠାଯାଇଛି। ଉକ୍ତ ଫଟୋଗୁଡ଼ିକ ଭାଇରାଲ ହେବା ପରେ ରାଜା ଓ କୋଇଙ୍କ ସମ୍ପର୍କକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରକାଶ ଯେ, କିଛିବର୍ଷ ତଳେ ରାଜାଙ୍କ ଏକ ଫେସ୍‌ବୁକ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେଥିରେ ଜର୍ମାନୀର ମ୍ୟୁନିକ୍‌ସ୍ଥିତ ଏକ ଶପିଂ ମଲ୍‌ରେ ରାଜା ଓ ତାଙ୍କ ମିଷ୍ଟ୍ରେସ୍‌ଙ୍କୁ ଦେଖିବାକୁ ମିଳିଥିଲା। ରାଜା ଅଣରାଜକୀୟ ପରିଧାନରେ ଥାଇ ଆଇସ୍‌କ୍ରିମ୍‌ ଖାଉଥିଲେ। ଥାଇଲାଣ୍ଡରେ ରାଜାଙ୍କୁ ଅତ୍ୟନ୍ତ ସମ୍ମାନର ସହ ଦେଖାଯାଉଥିବାବେଳେ ଉକ୍ତ ଭାଇରାଲ ଭିଡିଓକୁ ନେଇ ତାଙ୍କୁ ଟ୍ରୋଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଶୁକ୍ର ନକ୍ଷତ୍ର ଗୋଚର: ମାଲାମାଲ ହେବେ ଏହି ୩ ରାଶି

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସୋମବାର, ଏପ୍ରିଲ ୬, ୨୦୨୬ ରାତି ୧:୦୪ ସମୟରେ, ସୁଖ ଏବଂ ସମୃଦ୍ଧିର ଦାତା ଶୁକ୍ର ଅଶ୍ୱିନୀରୁ ଭରଣୀ ନକ୍ଷତ୍ରକୁ ଗମନ କରିଛନ୍ତି।…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri