୮୦ ବର୍ଷ ବୟସରେ ଖଡିଆଳ ରାଜାଙ୍କ ପରଲୋକ, ସୁନ୍ଦର ନଦୀ ଘାଟରେ ଶେଷକୃତ୍ୟ ସମ୍ପନ୍ନ

ଖଡ଼ିଆଳ,୪।୧(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି । ରବିବାର ସକାଳରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ବେଳେ ୧ ଟା ୩୫ ସମୟରେ ତାଙ୍କର ପରଲୋକ ହୋଇ ଯାଇଛି । ୨୯ ଅଗଷ୍ଟ ୧୯୪୬ ରେ ଜନ୍ମଗ୍ରହଣ କରିଥିବା ବେଳେ ୪ ଜାନୁଆରୀ ୨୦୨୬ (୮୦) ବର୍ଷ ବୟସରେ ପରଲୋକ ଘଟିଛି। ପ୍ରାଥମିକ ଶିକ୍ଷା Stents Start କଟକରେ ଗ୍ରହଣ କରିଥିବା ବେଳେ ଉଚ୍ଚ ଶିକ୍ଷା ରେଭେନ୍ସା କଲେଜ କଟକରେ କରିଥିଲେ । ସ୍ବର୍ଗତ ରାଜା ଅନୁପ ସିଂ ଦେଓଙ୍କ ମୃତ୍ୟୁ ପରେ ୨୦୦୪ ମସିହାରେ ଖଡ଼ିଆଳ ରାଜା ଭାବରେ ଜିତାମିତ୍ର ସିଂ ଦେଓଙ୍କ ରାଜ୍ୟାଭିଷେକ ହୋଇଥିଲା।

ସ୍ବର୍ଗତ ରାଜା ଜିତାମିତ୍ର ସିଂ ଦେଓ ଦୁଇଟି ଡକ୍ଟରେଟ୍ ପାଇଥିବା ବେଳେ ସମ୍ବଲପୁର ବିଶ୍ବ ବିଦ୍ୟାଳୟ ଓ ସଂସ୍କୃତ ବିଶ୍ବ ବିଦ୍ୟାଳୟ ତିରୁପତିରୁ ସମ୍ମାନ ଜନକ ଡକ୍ଟରେଟ୍ ପାଇଛନ୍ତି । ତାଙ୍କ ଦ୍ବାରା ୧୯ ଖଣ୍ଡ ଇତିହାସ ଏବଂ ପତ୍ନତାତ୍ୱିକ ବିଷୟ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲିଖିତ ବିଭିନ୍ନ ପୁସ୍ତକ ଭାରତ ତଥା ବିଦେଶର ଅନେକ ବିଶ୍ବ ବିଦ୍ୟାଳୟର ପାଠ୍ୟ ପୁସ୍ତକ ଭାବରେ ବ୍ୟବହାର ହୋଇଅଛି । ସେ ଜଣେ ପ୍ରତିଷ୍ଠିତ ଗବେଶକ ରୂପେ ପରିଚିତ ଥିଲେ । ନୂଆପଡ଼ା ଜିଲ୍ଲାର ଅନେକ ଐତିହାସିକ ସ୍ଥଳୀର ଉଦଦ୍ଭାବନ କରିଛନ୍ତି । ପ୍ରି ସିଟରି ଶିଳାଲିପି ଯୋଗିମଠ, ତାଙ୍କ ଲିଖିତ ଦକ୍ଷିଣ କୋଶଳ, ଜଗନ୍ନାଥ ସଂସ୍କୃତି, ଅପର ମହାନଦୀରୁ ନିମ୍ନ ମହାନଦୀ, ଘଟଘୁମର ରକ୍ ଆର୍ଟ, ସର୍ବପୁରିଆ ପାଣ୍ଡୁ, ବଂଶୀ, ସ୍ୱର୍ଣ୍ଣ ମୁଦ୍ରା, କପର ପ୍ଲେଟ, କଳଚର୍ ସାଉତ୍ କୋଶଳ, ଆରଜିନିଟି ଅଫ୍ ଜଗନ୍ନାଥ ଡେଇଟି, ତାନ୍ତ୍ରିକ ଆର୍ଟ ଅଫ ଓଡ଼ିଶା, ଚେରେକ୍ଟ୍ର ଆସାସିନେଶନ ଅଫ୍ ଆଧୁନିକ ଇତିହାସ ଓଡ଼ିଶା ମୁଖ୍ୟ ପୁସ୍ତକ ଭାବରେ ପରିଚୟ ପାଇଛି ।

ତାଙ୍କ ଦୁଇ ପୁଅ ଯୁବରାଜ ଦେବ ଦେବ ପ୍ରସାଦ ସିଂ ଦେଓ, ରାଜକୁମାର ଆମ୍ବରିଷ ସିଂ ଦେଓ ଏବଂ ଗୋଟିଏ ଝିଅ ରାଜକୁମାରୀ ଶ୍ରୀକଳା ଦେବୀ ଅଛନ୍ତି । ରାଣୀ ରାଜଶ୍ରୀ ଦେବୀ ଅନ୍ତିମ ସମୟରେ ଉପସ୍ଥିତ ଥିଲେ। ସୋମବାର ଯୁବରାଜ୍ ଦେବ ଦେବ ସିଂ ଦେଓଙ୍କ ରାଜ୍ୟାଭିିଷେକ ହେବା ପରେ ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ଶେଷକୃତ୍ୟ ନେହେନା ଗ୍ରାମଠାରେ ସୁନ୍ଦର ନଦୀ ଘାଟ ଅନୁଷ୍ଠିତ ହେବ। ସହର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଅନ୍ତିମ ଦର୍ଶନ କରୁଥିବା ଜାରି ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri